Posted inଜାତୀୟ

ସୀମା ଉପରେ ରହିଛି କଡ଼ା ନଜର, ସୂଚନା ଦେଲା ବିଏସ୍‌ଏଫ୍‌…

ଶ୍ରୀନଗର,୧୩।୯: ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତା ଦଖଲ ପରେ ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ କଡ଼ା ନଜର ରଖାଯାଇଛି। ଏନେଇ ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଭାରତରେ ଅନୁପ୍ରବେଶ ପାଇଁ ପାକିସ୍ତାନର ଷଡ଼ଯନ୍ତ୍ରକୁ ରୋକିବା ପାଇଁ ମିଳିତ ସୁରକ୍ଷା କର୍ମୀ ସଜାଗ ରହିଛନ୍ତି। ଏହା ସହିତ ସୁରକ୍ଷାକର୍ମୀଙ୍କୁ କେତେକ ତାଲିମ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା । ବିଏସ୍‌ଏଫ୍‌ ଇନସ୍ପେକ୍ଟର ଜେନେରାଲ ଏନ୍‌.ଏସ୍‌. ଜମାଓ୍ବାଲ ସୂଚନା ଦେଇଛନ୍ତି।

ଜମ୍ମୁ-କଶ୍ମୀରରେ ସମ୍ଭାବ୍ୟ ତାଲିବାନ ଅନୁପ୍ରବେଶକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମଧ୍ୟ ଏବଂ ଦକ୍ଷିଣ ଏସିଆର ନୂତନ ରାଜନୈତିକ ସ୍ଥିତିର ପରିବର୍ତ୍ତନ ଦ୍ୱାରା ଭାରତର ସୀମା ତଥା ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଥିବାରୁ ଏନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ସେ କହିଛନ୍ତି।

କିଛି ଦିନ ପୂର୍ବରୁ ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ସତର୍କ ସୂଚନା କାରି କରାଯାଇଥିଲା ଯେ ଭାରତର ପଶ୍ଚିମ ଏବଂ ପୂର୍ବ ଭାଗର ଖୋଲା ସୀମା ଦେଇ ପାକିସ୍ତାନରୁ ଅନୁପ୍ରବେଶ ବୃଦ୍ଧି ପାଇବାର ଆଶଙ୍କା ରହିଛି।

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ପାକିସ୍ତାନ ସୀମାରେ କେତେକ ଆଙ୍କବାଦୀ ସଂଗଠନ ସକ୍ରିୟ ହୋଇଯାଇଛନ୍ତିି। କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏବଂ ଏହାର ଗୋଇନ୍ଦା ବିଭାଗ ପକ୍ଷଣଉ ସ୍ବୀକାର କରାଯାଇଛି ଯେ ବିଏସଏଫ, ଏସଏସବି, ଏବଂ ସିଆର୍‌ପିଏଫ୍‌ର ସୀମା ପରିଚାଳନାକୁ ପରିବର୍ତ୍ତନ କରିବା ଆବଶ୍ୟକ।

ତାଲିବାନ୍‌ର ଯୁଦ୍ଧ ପଦ୍ଧତିକୁ ଦୃଷ୍ଟିରେ ରଖି ଭାରତ ଯୁଦ୍ଧ ନୀତିକୁ ନବୀକରଣ କରିବାକୁ ପଡିବ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଥିଲା। ଗୋଇନ୍ଦା ବିଭାଗର ସତର୍କ ସୂଚନା ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଥିବା ଇନସ୍ପେକ୍ଟର ଜେନେରାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୟ ରାଉତଙ୍କୁ ଧମକ ଦେଇ ଗିରଫ ହେଲେ କଙ୍ଗନାଙ୍କ ପ୍ରଶଂସକ

ମୁମ୍ବାଇ,୧୧ ।୯: ଶିବସେନା ନେତା ସଞ୍ଜୟ ରାଉତଙ୍କୁ ସୋସିଆଲ ମିଡିଆରେ ଧମକ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ମୁମ୍ବାଇ ପୋଲିସର ଏକ ଟିମ୍...

ହିସାବ ନ ମାଗି ହିସାବ ଦିଅ: ଶାହା

ନୂଆଦିଲ୍ଲୀ,୧୩।୨: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ କଂଗ୍ରେସ ଗତ ୧୭ ମାସ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ହିସାବ ମାଗି ଆସୁଛି।...

କଂଗ୍ରେସରୁ ଇସ୍ତଫା ଦେଲେ ଅମରିନ୍ଦର

ଚଣ୍ଡିଗଡ଼,୨ ।୧୧: ପଞ୍ଜାବର ପୁର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୭...

୧୨ ଘଣ୍ଟିଆ ଭାରତ ବନ୍ଦ ଆରମ୍ଭ: ଗାଜିପୁର ବର୍ଡରରେ ନାଚୁଛନ୍ତି କୃଷକ

ନୂଆଦିଲ୍ଲୀ,୨୬।୩: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ବିରୋଧରେ...

ଏଣିକି ଅସ୍ତ୍ରଶସ୍ତ୍ର ବିକିବ ଭାରତ: ୨୮୦ କୋଟିର ଚୁକ୍ତି

ନୂଆଦିଲ୍ଲୀ,୨।୩: ଭାରତକୁ ଏକ ବଡ଼ ସଫଳତା ମିଳିଛି। ଭାରତ-ଆର୍ମେନିଆ ମଧ୍ୟରେ ୨୮୦ କୋଟି ଟଙ୍କାର ସାମରିକ ଅସ୍ତ୍ରଶସ୍ତ୍ର ଚୁକ୍ତି ହୋଇଛି। ଏହା ଅନୁସାରେ ଭାରତ ଆର୍ମେନିଆକୁ...

ଟିଡିପି ନେତା ଏନ୍‌ ଶିବ ପ୍ରସାଦଙ୍କ ବିୟୋଗ

ବିଜୟଓ୍ବାଡା,୨୧।୯: ଆନ୍ଧ୍ର ପ୍ରଦେଶ ଚିତୋରର ପୂର୍ବତନ ଏମ୍‌ପି ତଥା ବରିଷ୍ଠ ଟିଡିପି ନେତା ଏନ୍‌ ଶିବ ପ୍ରସାଦଙ୍କର ଶନିବାର ପରଲୋକ ହୋଇଛି। ବେଶ୍‌ କିଛିଦିନ ହେବ...

ଅତିକ୍‌, ଅଶ୍ରଫ୍‌ ହତ୍ୟା ପଛରେ ସ୍କ୍ରିପ୍ଟ ଲେଖା ହୋଇଛି: ତେଜସ୍ବୀ

ନୂଆଦିଲ୍ଲୀ/ପାଟନା,୧୭।୪: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅତିକ୍‌ ଅହମଦ ଏବଂ ଭାଇ ଅଶ୍ରଫ୍‌ଙ୍କୁ ପୋଲିସ ମେଡିକାଲ ଯାଞ୍ଚ ପାଇଁ ନେଉଥିବା ବେଳେ ହୋଇଥିବା ହତ୍ୟା ଘଟଣାକୁ ବିହାର ମୁଖ୍ୟମନ୍ତ୍ରୀ...

ମନି ଲଣ୍ଡରିଂ ମାମଲାରେ ସାଂସଦ ସଞ୍ଜୟ ରାଉତଙ୍କ ବନ୍ଧୁଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୨୦।୭: ଶିବସେନା ଗୋଷ୍ଠୀର ସାଂସଦ ସଞ୍ଜୟ ରାଉତଙ୍କ ବନ୍ଧୁ ବ୍ୟବସାୟୀ ସୁଜିତ ପାଟକରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଜମ୍ବୁରେ କୋଭିଡ-୧୯ ଚିିକିତ୍ସା କେନ୍ଦ୍ର...

Advertisement
Archives

Model This Week