Posted inଖେଳ

ଗୁରୁବାରଠାରୁ ବର୍ଡର-ଗାଭାସ୍କର ଟ୍ରଫି: ପୁରୁଣା ଇତିହାସ ଦୋହରାଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ…

କୋଲକାତା,୮।୨ : ଯଦିଓ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ସିରିଜ ୭୫ ବର୍ଷ ପୂର୍ବେ ଖେଳାଯାଇଥିଲା, କିନ୍ତୁ ବର୍ଡର-ଗାଭାସ୍କର ଟ୍ରଫି ଅଧୀନରେ ଟେଷ୍ଟ ସିରିଜ ୨୬ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ଅକ୍ଟୋବର ୧୯୯୬ ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜକୁ ବର୍ଡର-ଗାଭାସ୍କର ଟ୍ରଫି ଭାବେ ନାମିତ କରାଯାଇଥିଲା। ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇ ଦଳ ମଧ୍ୟରେ ଟେଷ୍ଟ ମ୍ୟାଚ ଏହି ଟ୍ରଫି ଅଧୀନରେ ଅନୁଷ୍ଠିତ ହେଉଛି।

ଗୁରୁବାର ଫେବୃୟାରୀ ୯ରୁ ଏହା ଆରମ୍ଭ ହେବାକୁ ଯାଉଛି। ଯେତେବେଳେ ଅକ୍ଟୋବର ୧୯୯୬ ରେ ପ୍ରଥମ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯାଇଥିଲା, ସେତେବେଳେ କେବଳ ଗୋଟିଏ ଟେଷ୍ଟ ଖେଳାଯାଇଥିଲା। ଅଷ୍ଟ୍ରେଲିଆର ଦଳ ଭାରତ ଗସ୍ତରେ ଆସିଥିଲା ଏବଂ ଦଳକୁ ୭ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ସିରିଜ ଆରମ୍ଭ ହେବାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରଫିରେ କେବଳ ଭାରତ ପ୍ରାଧାନ୍ୟ ବିସ୍ତାର କରିଆସୁଛି।ଗତ ୨୬ ବର୍ଷ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ୧୫ ଥର ଅନୁଷ୍ଠିତ ହୋଇଛି ଯେଉଁଥିରେ ଭାରତ ୯ ଥର ଜିତିଥିବାବେଳେ ଅଷ୍ଟ୍ରେଲିଆ ଦଳ ମାତ୍ର ୫ ଥର ଜିତିଛି। ଥରେ ଏହି ଟ୍ରଫି ମଧ୍ୟ ଡ୍ର ହୋଇଛି। ଏହି ଅବଧିରେ ମୋଟ ୫୨ ଟି ମ୍ୟାଚ ଖେଳାଯାଇଥିଲା ଯେଉଁଥିରେ ଭାରତ ୨୨ ଟି ମ୍ୟାଚ ଜିତିଥିବାବେଳେ ଅଷ୍ଟ୍ରେଲିଆ ୧୯ ଟି ମ୍ୟାଚ ଜିତିଥିଲା । ଦୁଇ ଦଳ ମଧ୍ୟରେ ୧୧ ଟି ଡ୍ର ମଧ୍ୟ ହୋଇଛି।

ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ନଭେମ୍ବର ୧୯୪୭ ରୁ ଜାନୁୟାରୀ ୧୯୯୨ ମଧ୍ୟରେ ପ୍ରାୟ ୪୫ ବର୍ଷରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୧୨ ଟି ଟେଷ୍ଟ ସିରିଜ ଖେଳାଯାଇଥିଲା। ସେଥିମଧ୍ୟରୁ ୭ ସିରିଜ ଅଷ୍ଟ୍ରେଲିଆ ଜିତିଥିବାବେଳେ ଭାରତୀୟ ଦଳ କେବଳ ଥରେ ସିରିଜ ଜିତିଥିଲା। ୪ ସିରିଜ ଡ୍ର ରହିଥିଲା। ଅର୍ଥାତ ଅଷ୍ଟ୍ରେଲିଆର ଏକପାଖିଆ ପ୍ରାଧାନ୍ୟ ରହିଥିଲା। ଏହି ଅବଧିରେ ଅନୁଷ୍ଠିତ ମୋଟ ୫୦ ଟି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୨୪ ଟି ମ୍ୟାଚ ଜିତିଥିଲା ଏବଂ ଭାରତ ମାତ୍ର ୮ ଟି ଜିତିଥିଲା। ୧୭ ଟି ମ୍ୟାଚ ଡ୍ର ରହିଥିଲା ଏବଂ ଗୋଟିଏ ମ୍ୟାଚ ଟାଇ ହୋଇଥିଲା। ପୁରୁଣା ଇତିହାସ ଦୋହରାଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?