Posted inଫୁରସତ

ରାସ୍ତାରେ ‘ମଦ ଯୋଗ’

କୋପେନହାଗେନ: ଯୋଗ କରିବା ଦେହ ପାଇଁ ହିତକାରକ। ବର୍ତ୍ତମାନ ସମୟରେ ଲୋକେ ନିଜକୁ ସୁସ୍ଥ ରଖିବାକୁ ନିୟମିତ ଯୋଗ, ପ୍ରାଣାୟାମ କରୁଛନ୍ତି। ଏହା କେବଳ ଶରୀର ପାଇଁ ନୁହେଁ, ସ୍ନାୟୁ ଓ ମନକୁ ଶାନ୍ତ କରେ। ଆମେ ଯୋଗ ଦିବସ ମଧ୍ୟ ପାଳନ କରିଥାଉ। ତେବେ ଡେନ୍‌ମାର୍କରେ ଅଜବ ପ୍ରକାର ଯୋଗ ଦିବସ ପାଳନ କରାଯାଏ। ଏହାକୁ ପାଳନ କରିବାକୁ ଲୋକେ ବହୁତ ଉତ୍ସାହର ସହ ଏକାଠି ହୋଇଥାନ୍ତି। ରିପୋର୍ଟ ମୁତାବକ, ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସେଥିରେ କିଛି ଲୋକ ଡେନ୍‌ମାର୍କର ରାଜଧାନୀ କୋପେନହାଗେନ୍‌ର ରାସ୍ତା କଡ଼ରେ ଯୋଗ କରୁଥିବା ନଜରକୁ ଆସିଛନ୍ତି। ହେଲେ ଏହି ଯୋଗ କିଛି ଅଲଗା ପ୍ରକାରର। ଯାହା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗିବ। ରାସ୍ତାରେ ଲୋକ ମଦ ପିଉଥିବା ଦେଖିବାକୁ ମିଳିଛି। ଏହାକୁ ମଦ ଯୋଗ ବୋଲି କୁହାଯାଉଛି। ଏହି ଯୋଗରେ ଲୋକେ ଏକା ସାଙ୍ଗରେ ମଦ ପିଉଛନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ଭଲ ବୋଲି ତ କୁହାଯାଇପାରିବନି। ହେଲେ ଏପରି ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। କ୍ୟାପ୍ସନରେ ଲେଖାହୋଇଛି, କୋପେନହାଗେନ୍‌ ରାସ୍ତାରେ ପାଖାପାଖି ୧୦୦ ଲୋକ ଜମା ହୋଇଥିଲେ। ଏହା ମଧ୍ୟରେ ସେମାନେ ଥଣ୍ଡା ମଦ ପିଇବା ସହ ଯୋଗ ମଧ୍ୟ କଲେ। ଏଠାରେ ମଦ ଯୋଗ ପାଖାପାଖି ୪ ବର୍ଷ ହେବ ଚାଲିଆସୁଛି। ଏପରି ଯୋଗ କରୁଥିବା ଲୋକଙ୍କ ମଧ୍ୟରେ ଏହା ବହୁତ ପପୁଲାର ହୋଇଗଲାଣି। ଜଣେ ଯୋଗ ଟ୍ରେନର କହିଛନ୍ତି, ଲୋକେ ମଦ କେନ ଧରି ଯୋଗ କରିଥାନ୍ତି। ଏହି ଯୋଗ ଅନ୍ୟ ଯୋଗ ଭଳି। କେବଳ ଲୋକଙ୍କ ମଜା ପାଇଁ ମଦ କେନର ବ୍ୟବହାର କରାଯାଏ। ବହୁତ ଲୋକ ଏହାକୁ ପସନ୍ଦ କରିବା ସହିତ ଡେନ୍‌ମାର୍କ ଯିବାକୁ ପଡିବ ବୋଲି କହିଛନ୍ତି। ଅନ୍ୟ ଜଣେ ଏହି ଯୋଗ ଦ୍ୱାରା ଆମ ପରମ୍ପରାର ମଜା ଉଡାଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହକୁ କେନ୍ଦ୍ର କରି ଆକ୍ରମଣ: ବନ୍ଧା ହେଲେ ୭ ଅଭିଯୁକ୍ତ

ଥୁଆମୂଳ ରାମପୁର,୨୯ା୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ତାରାଗାଁଠାରେ ଏକ ଦଳିତ ପରିବାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ସୋମବାର ୭ ଅଭିଯୁକ୍ତଙ୍କୁ ଗିରଫ କରି…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ନେଲେ ବଡ଼ ନିଷ୍ପତ୍ତି: ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର

ଦିଗପହଣ୍ଡି, ୨୯।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ସୋମବାର ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଏକ ପ୍ରସ୍ତୁତି…

ଆଫଗାନିସ୍ତାନ ସୀମାରେ ପାକ୍‌ର ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ

ଇସ୍‌ଲାମାବାଦ,୨୯ା୬: ଆଫଗାନିସ୍ତାନ ସୀମାରେ ପାକିସ୍ତାନୀ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ୨୯ଜଣ ଆତଙ୍କବାଦୀ ନିହତ ହୋଇଥିବା ଇସ୍‌ଲାମାବାଦ ସୋମବାର କହିଛି। ଏହି ସଦ୍ୟ ଉତ୍ତେଜନାକୁ ନେଇ ଉଭୟ କାବୁଲ…

ମିଳିନି ଧାନ ବିକ୍ରି ଟୋକନ: ଆତ୍ମାହୁତି ଧମକ ଦେଲେ ଚାଷୀ

ବରଗଡ,୨୯।୬(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଧାନ ବିକ୍ରିରେ ଟୋକନ ସମସ୍ୟାକୁ ନେଇ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବରଗଡ ଜିଲା ବିଜେପୁର ବ୍ଲକ…

ସ୍ତ୍ରୀଙ୍କୁ ଖୋଜିଖୋଜି ଜଗତସିଂହପୁରରୁ ହାଟଡିହୀରେ ପହଞ୍ଚିଲେ ସ୍ବାମୀ: ତା’ପରେ ଯାହା ଘଟିଲା…

ହାଟଡିହୀ/ଛେନାପଦି,୨୯l୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳରେ ସୋମବାର ଏକ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିଛି l ଯାହାକି ମୁଖ୍ୟ ଆଲୋଚନାର ବିଷୟ ସାଜିଛି l ଜଗତସିଂହପୁର…

କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତିଭାବରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ଭଞ୍ଜନଗର, ୨୯।୬ (ବାବୁଲା ପ୍ରଧାନ): ଭଞ୍ଜ ରାଜବଂଶ ଦ୍ୱାରା ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ…

କେପ୍‌ ଭର୍ଡିକୁ ଶକ୍ତ ଧକ୍କା: ଅଧିନାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ସିଆଟେଲ,୨୯ା୬: ଫିଫା ବିଶ୍ୱକପ୍‌ରେ ସଭିଙ୍କୁ ଚକିତ କରି ନକ୍‌ଆଉଟ୍‌ରେ ପ୍ରବେଶ କରିଛି କେପ୍‌ ଭର୍ଡି । କେପ୍‌ ଭର୍ଡି ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନାକୁ…

ପାନ ଦୋକାନୀ,ତାଙ୍କ ବାପାଙ୍କୁ ହତ୍ୟା ଉଦ୍ୟମ: ୨ ଗିରଫ

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗାଁ ଛକରେ ପାନ ଦୋକାନ କରିଥିବା ରୁଦ୍ର ପ୍ରଧାନ ଏବଂ ତାଙ୍କ ବାପା ସଞ୍ଜୟ ପ୍ରଧାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri