ରିଲାଏନ୍ସ ଜୁଏଲ୍ସର ‘ବିବାହମ୍‌’ କଲେକ୍ସନ

ନୂଆଦିଲ୍ଲୀ,୪।୬:  ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସର ବହୁ ପ୍ରତୀକ୍ଷିତ ‘ବିବାହମ୍‌’କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ଏକ ଆକର୍ଷଣୀୟ ୱେଡିଂ ଜୁଏଲୋରି, ଯେଉଁଥିରେ ପ୍ରତ୍ୟେକ ନବବଧୂ ଏହି ସ୍ବତନ୍ତ୍ର ଦିବସରେ ଜଣେ ରାଣୀଙ୍କ ଭଳି ଅନୁଭବ କରିବେ। ଏପରିକି ଦେଶର ବିଭିନ୍ନ ଅଞ୍ଚଳରୁ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ମଧ୍ୟରୁ ବିବାହମ୍‌ କଲେକ୍ସନ ୧୫ରୁ ଅଧିକ ଆକର୍ଷଣୀୟ ବ୍ରାଇଡାଲ୍‌ ଲୁକ୍‌ସ ପ୍ରଦାନ କରିଥାଏ। ସେହିଭଳି ଉକ୍ତ କଲେକ୍ସନରେ ବ୍ୟାପକ ଶ୍ରେଣୀର ଡିଜାଇନ ଯଥା ଚୋକର, ଲମ୍ବା ନେକ୍‌ଲେସ୍‌, ଚୁଡ଼ି, ରିଙ୍ଗ୍‌, ଇୟରିଂ, ଚୋକର ସେଟ୍‌, ମଙ୍ଗଳସୂତ୍ର, ମାଙ୍ଗଟିକା, ନଥଓ, ହାତଫୁଲ, ୱେଷ୍ଟବେଲ୍‌ଟ, ଆର୍ମବ୍ୟାଣ୍ଡ, ବ୍ରେସ୍‌ଲେଟ୍‌ ଭଳି ଆହୁରି ଅନେକ ସାମିଲ ରହିଛି।
ଏ ସମ୍ପର୍କରେ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନୀଲ ନାୟକ କହିଛନ୍ତି, ଆମେ ବିଶ୍ୱାସକରୁ ଯେ ପ୍ରତ୍ୟେକ ନବବଧୂ ରାଣୀ ପରି ଅନୁଭବ କରିବା ଉଚିତ। ଏପରିକି ଆମର ନୂତନ କଲେକ୍ସନରେ ଭାରତର ନବବଧୂଙ୍କର ଅଭିଳାଷକୁ ପ୍ରଦର୍ଶିତ କରାଯାଇଛି, ଯାହାକି ତାଙ୍କୁ ଅତ୍ୟନ୍ତ ଆକର୍ଷଣୀୟ ଭାବେ ଉପସ୍ଥାପିତ କରିଥାଏ। ଆମେ ପ୍ରତି ଅଞ୍ଚଳର ସ୍ବତନ୍ତ୍ରତାକୁ ଧରି ରଖିବାକୁ ଚେଷ୍ଟା କରିଛୁ, ଯଦ୍ଦ୍ବାରା ନବବଧୂ ତାଙ୍କର ସଂସ୍କୃତିଗତ ପରିଚୟକୁ ଗ୍ରହଣ କରିପାରିବେ ଓ ନିଜକୁ ଏକ ସ୍ବତନ୍ତ୍ର ପରିପାଟୀରେ ଉପସ୍ଥାପିତ କରିପାରିବେ। ବିଶେଷ କରି ଆମର ପ୍ରତ୍ୟେକ ଗହଣା ଅତ୍ୟନ୍ତ ସୂକ୍ଷ୍ମ କାରିଗରି ସହିତ ପ୍ରସ୍ତୁତ କରାଯାଇଛି ଓ ଏହାର ସବିଶେଷ ଡିଜାଇନ ପ୍ରତି ସ୍ବତନ୍ତ୍ର ଧ୍ୟାନ ପ୍ରଦାନ କରାଯାଇଛି। ସେହିଭଳି ଆମେ ନବବଧୂମାନଙ୍କୁ ସମ୍ପୂର୍ଣ୍ଣ ବ୍ରାଇଡାଲ୍‌ ଲୁକ୍‌ ପ୍ରଦାନ କରୁଛୁ,ଯାହାଦ୍ୱାରା ସେମାନେ ସେମାନଙ୍କର ସ୍ବତନ୍ତ୍ର ଦିବସରେ ନିଜକୁ ଅତ୍ୟନ୍ତ ଆକର୍ଷଣୀୟ ଭାବରେ ଉପସ୍ଥାପିତ କରିପାରିବେ। ଅପରପକ୍ଷରେ ୱେଡିଂ ଶପିଂର ଆନନ୍ଦକୁ ପୁନଶ୍ଚ ବୃଦ୍ଧି କରିବା ପାଇଁ ରିଲାଏନ୍ସ ଜୁଏଳ୍ସ ଏକ ସୀମିତ ସମୟ ପାଇଁ ଆକର୍ଷଣୀୟ ରିହାତି ଓ ଅଫର ବ୍ରାଣ୍ଡ୍‌ର ଗହଣାଗୁଡ଼ିକ ଉପରେ ପ୍ରଦାନ କରାଯାଉଛି। ବିଶେଷକରି ଗ୍ରାହକମାନେ ସୁନାଗହଣାର ଗଢ଼ା ମଜୁରି ଉପରେ ଓ ଡାଏମଣ୍ଡ ଜୁଏଲେରି ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏପରିକି ରିଲାଏନ୍ସ ଜୁଏଲ୍ସର ଗହଣାକୁ ସମ୍ପୂର୍ଣ୍ଣ ମୂଲ୍ୟରେ ବଦଳାଇବାର ଏକ ସୁଯୋଗ ସହ ଗ୍ରାହକମାନେ ରିୱାର୍ଡିଂ ଶପିଂ ଅନୁଭବ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?