Posted inଫୁରସତ

ବହିର ଗାଁ: ଯୁଆଡ଼େ ଚାହିଁବେ ସେଠି କେବଳ ବହି

ମହାରାଷ୍ଟ୍ରର ସତାରା ଜିଲାରେ ରହିଛି ଭିଲାର ନାମକ ଏକ ଗାଁ। ଏହି ଗାଁ ବହିର ଗାଁ ଭାବେ ଏବେ ବେଶ୍‌ ଲୋକପ୍ରିୟ। କାରଣ ଏଠାରେ ଯୁଆଡ଼େ ଚାହିଁବେ ସେଠି ଆପଣଙ୍କୁ କେବଳ ବହି ହିଁ ବହି ଦେଖାଯିବ। ଅର୍ଥାତ୍‌ ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଘର, ବିଦ୍ୟାଳୟ, ରେଷ୍ଟ ହାଉସ୍‌ ଇତ୍ୟାଦିକୁ ସ୍ଥାନୀୟ ସରକାର ଗୋଟିଏ ଗୋଟିଏ ଲାଇବ୍ରେରୀରେ ପରିବର୍ତ୍ତନ କରିଦେଇଛନ୍ତି। ସରଳରେ କହିବାକୁ ଗଲେ, ଏହି ସବୁ ସ୍ଥାନରେ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ମାଗଣାରେ ହଜାର ହଜାର ସଂଖ୍ୟାରେ ବହିକୁ ଯୋଗାଇ ଦିଆଯିବା ସହ ତାହାକୁ ଖୁବ୍‌ ସୁନ୍ଦର ଭାବେ ସଜାଇ ରଖିବାର ବ୍ୟବସ୍ଥା ମଧ୍ୟ କରି ଦିଆଯାଇଛି। ଏପରି କରିବା ପଛରେ ମୁଖ୍ୟ କାରଣ ହେଉଛି, ଯେହେତୁ ଭିଲାର ଷ୍ଟ୍ରବେରୀ ଚାଷ ପାଇଁ ପ୍ରସିଦ୍ଧ ଏବଂ ଏହା ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ତେଣୁ ବର୍ଷକ ବାରମାସ ଏଠାକୁ ଦେଶବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ବୁଲି ଆସିଥାନ୍ତି। ଆଉ ସେହି ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବା ଏବଂ ତାଙ୍କ ମନରେ ପଢିବା ପ୍ରତି ଆଗ୍ରହ ସୃଷ୍ଟି କରାଇବା ପାଇଁ ସ୍ଥାନୀୟ ସରକାରଙ୍କ ତରଫରୁ ଏଭଳି ଭିନ୍ନ ଉପାୟ ଅବଲମ୍ବନ କରାଯାଇଛି। ସେଥିପାଇଁ ଏଠାରେ ବିଭିନ୍ନ ବିଷୟବସ୍ତୁ ଉପରେ ପର୍ଯ୍ୟବସିତ ହଜାର ହଜାର ସଂଖ୍ୟାରେ ବହି ରଖାଯାଇଛି। ଆଉ ସବୁଠୁ ବଡ଼ କଥା ହେଉଛି ପାଠକେ ଏହି ବହଗୁଡ଼ିକୁ ବୁଲି ଦେଖିବା ସହ ସମ୍ପୂର୍ଣ୍ଣ ମାଗଣାରେ ପଢିପାରିବେ। ଏଥିସହିତ ଏଠାକାର ରାସ୍ତାଘାଟ, କାନ୍ଥବାଡ ତଥା ପାଚେରୀ ଆଦିରେ ମଧ୍ୟ ବିଭିନ୍ନ କଳା, ସଂସ୍କୃତିକୁ ନେଇ ଖୁବ୍‌ ସୁନ୍ଦର ସୁନ୍ଦର ପେଣ୍ଟିଂ ମଧ୍ୟ କରାଯାଇଛି। ସତରେ ବହି ପ୍ରିୟ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଅତ୍ୟନ୍ତ ସୁନ୍ଦର ସ୍ଥାନ ଭାବେ ଏବେ ଲୋକପ୍ରିୟତା ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri