୧୫୦ ବର୍ଷ ପରେ ଲାଇବ୍ରେରିକୁ ଫେରିଲା ବହି: ଜରିମାନା କାଟିଲେ ହେବ ୧୬ ଲକ୍ଷ ଟଙ୍କା, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଲବୋର୍ନ, ୩୧ା୭ (ଏ.ପି.):ଲାଇବ୍ରେରିରୁ ନେଇଥିବା ବହି ଫେରାଇବାରେ ସପ୍ତାହେ କିମ୍ବା ମାସେ ବିଳମ୍ବ ହେବା ସାଧାରଣ କଥା। ମାତ୍ର ଅଷ୍ଟ୍ରେଲିଆର ଏକ ସାର୍ବଜନୀନ ଲାଇବ୍ରେରିରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ଯାହା ଶୁଣିଲେ ଯେକୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରାୟ ୧୫୦ ବର୍ଷ ତଳେ ଲାଇବ୍ରେରିରୁ ନିଆଯାଇଥିବା ଏକ ଅତି ବିରଳ ବହି ସମ୍ପ୍ରତି ଫେରସ୍ତ ଆସିଛି। ତେବେ ଏହି ବହିଟିକୁ କିଏ ଏବଂ କେବେ ନେଇଥିଲେ, ତାହାର କୌଣସି ରେକର୍ଡ ନ ଥିବାରୁ ବହି ନେଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇନାହିଁ।
ଅଷ୍ଟ୍ରେଲିଆର ଉପକୂଳବର୍ତ୍ତୀ ସହର କିଆମାରେ ଥିବା ସାର୍ବଜନୀନ ଲାଇବ୍ରେରିରେ ଏହି ରୋଚକ ଘଟଣା ଘଟିଛି। ୧୮୫୮ ମସିହାରେ ପ୍ରକାଶିତ ‘ଆଣ୍ଟିକ୍ୱିଟିଜ୍‌ ଅଫ୍‌ ଏଥେନ୍ସ’ ନାମକ ଏହି ବହିଟିକୁ ଜଣେ ବ୍ୟକ୍ତି ସେହି ଲାଇବ୍ରେରିକୁ ଆଣି ଫେରାଇଛନ୍ତି। ସେ ନିଜ ଘରର ପୁନରୁଦ୍ଧାର ଓ ମରାମତି କାମ କରୁଥିବା ବେଳେ ଏକ ଇଟାରେ ବନ୍ଦ ହୋଇ ରହିଥିବା ପୁରୁଣା ରୋଷଶାଳାର ଚା’ ବାକ୍ସରୁ ଏହି ବହିଟିକୁ ପାଇଥିଲେ। କିଆମା ଲାଇବ୍ରେରିର ମ୍ୟାନେଜର ମିସେଲ ହଡ୍‌ସନ୍‌ କହିଛନ୍ତି, ‘ଆମ ଲାଇବ୍ରେରି ଇତିହାସରେ ଏତେ ପୁରୁଣା ବହି କେବେ ଫେରିନାହିଁ। ସାଧାରଣତଃ ୩୦-୪୦ ବର୍ଷ ପୁରୁଣା ବହି ଲୋକେ ଫେରାଉଥିବା ଦେଖାଯାଏ, ମାତ୍ର ୧୫୦ ବର୍ଷ ପରେ ବହି ଫେରିବା ସତରେ ଅବିଶ୍ୱସନୀୟ।’ ଲାଇବ୍ରେରିର ନିୟମ ଏବଂ ମୁଦ୍ରାସ୍ଫୀତିକୁ ଆଧାର କରି ହିସାବ କଲେ, ଏହି ୧୫୦ ବର୍ଷର ବିଳମ୍ବ ପାଇଁ ବହି ନେଇଥିବା ଗ୍ରାହକଙ୍କ ଉପରେ ପ୍ରାୟ ୨୮,୦୦୦ ଅଷ୍ଟ୍ରେଲୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା) ଜରିମାନା ହେବ। ୧୮୭୨ ମସିହାରେ ଲାଇବ୍ରେରି ଆରମ୍ଭ ହେବା ସମୟରେ ବହିର ପ୍ରଚ୍ଛଦପଟରେ ସପ୍ତାହକୁ ‘୩ ପେନ୍ସ’ ହିସାବରେ ଜରିମାନା ନିୟମ ଲେଖାଯାଇଥିଲା। ତେବେ ୧୮୭୦ ଦଶକର ବହି ନେବାଆଣିବା ରେଜିଷ୍ଟର ଖାତାଟି ହଜିଯାଇଥିବାରୁ ଶେଷରେ ଏହି ବହିଟିକୁ କିଏ ନେଇଥିଲେ, ତାହା ଜାଣିବା ଅସମ୍ଭବ ହୋଇପଡ଼ିଛି। ୧୮୭୦ ଦଶକର ନିୟମାନୁସାରେ, ଜରିମାନା ନ ଶୁଝିବା ଯାଏ ନୂଆ ବହି ନେବା ମନା ଥିଲା। ବୋଧହୁଏ ସେହି ଭୟରେ ସମ୍ପୃକ୍ତ ଗ୍ରାହକ ଜଣକ ବହିଟିକୁ ଆଉ ଫେରାଇ ନ ଥିଲେ ବୋଲି ହଡସନ ଅନୁମାନ କରିଛନ୍ତି।
ସେତେବେଳେ ଯେଉଁ ପରିବାରରେ ଅତିକମରେ ୬ ଜଣ ସଦସ୍ୟ ପଢ଼ିବା ଜାଣିଥିବେ, ସେହି ଘରକୁ ସର୍ବାଧିକ ୩ଟି ବହି ନେବାକୁ ଅନୁମତି ମିଳୁଥିଲା। ଏବେ ପଢ଼ିବାର ପ୍ରମାଣ ଦେବା ଆବଶ୍ୟକ ପଡ଼ୁନାହିଁ। ସେହିପରି ମଦ୍ୟପାନ କରି କୌଣସି ବ୍ୟକ୍ତି ଲାଇବ୍ରେରି ଭିତରକୁ ଆସିବା ସମ୍ପୂର୍ଣ୍ଣ ବାରଣ ଥିଲା। ୧୮୭୨ରେ ଲାଇବ୍ରେରି ଆରମ୍ଭ ହେବା ବେଳେ ମୋଟ ୧,୦୦୦ ବହି ମଧ୍ୟରୁ ଏହି ବହିଟିର ନମ୍ବର ଥିଲା ‘୫୦୬’। ଏହାକୁ ଲାଇବ୍ରେରିର ସ୍ବତନ୍ତ୍ର ‘ସ୍ଥାନୀୟ ଇତିହାସ ସଂଗ୍ରହ’ରେ ସୁରକ୍ଷିତ ଭାବେ ରଖାଯିବ ଏବଂ ଏହାକୁ ଆଉ କାହାକୁ ପଢ଼ିବା ପାଇଁ ବାହାରକୁ ଦିଆଯିବ ନାହିଁ ବୋଲି ଲାଇବ୍ରେରି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?