Posted inଫୁରସତ

ବୁକ୍‌ ଆର୍ଟ

ବହି ପଢ଼ିବା ଅନେକଙ୍କର ଅଭ୍ୟାସ ଥାଏ। ସେମାନଙ୍କ ପାଇଁ ବହି ଅବସରର ସାଥୀଟିଏ। ତେବେ ଏହି ବହିକୁ ନେଇ ଯେ ସୁନ୍ଦର କଳାକୃତି ଗଢ଼ି ହେବ ତାହା ଅନେକେ ଜାଣି ନ ଥିବେ। ଏଲିଜାବେଥ୍‌ ସାଗାନ୍‌ ନାମ୍ନୀ ଜଣେ ପୁସ୍ତକପ୍ରେମୀ ବହିରେ ତିଆରି କରୁଛନ୍ତି ଏମିତି କିଛି ନିଆରା କଳାକୃତି; ଯାହାକୁ ଦେଖିଲେ ଲାଗେ ସତେ ଯେମିତି ସେଗୁଡ଼ିକ ଗୋଟେ ଗୋଟେ ସୁନ୍ଦର ଆର୍ଟପିସ୍‌। ୨୦୧୬ରୁ ସେ ଏଭଳି କଳାକୃତି କରି ଆସୁଛନ୍ତି। ଏବେ ତାଙ୍କର ଇନ୍‌ଷ୍ଟାଗ୍ରାମରେ ୨୦୦ହଜାର ଫଲୋୟର ଅଛନ୍ତି। ଏଲିଜାବେଥ୍‌ ଏତେ ବହି ପଢ଼ନ୍ତି ଯେ, ତାଙ୍କର ଏକ ଲାଇବ୍ରେରୀ ଅଛି। ସେ ଏହି ବହିଗୁଡ଼ିକୁ ସୁନ୍ଦରଭାବେ ସଜାଇ ପରୀ କଥାର କାହାଣୀ ଭଳି କଳାକୃତି ଗଢ଼ନ୍ତି; ଯେଉଁଥିରେ ସେ ନିଜେ ଏକ ଚରିତ୍ର ହୋଇଥାନ୍ତି। ଆଉ ଏହି ସୁନ୍ଦର କଳାକୃତିର ଚିତ୍ରୋତ୍ତଳନ କରନ୍ତି ତାଙ୍କର ବନ୍ଧୁ ଜେମ୍ସ ଟ୍ରେଭିନୋ। ଦୁହିଁଙ୍କ ଯୁଗଳବନ୍ଦୀରେ ତିଆରି ହେଉଥିବା ଏହି କଳାକୃତି ସମସ୍ତଙ୍କୁ ବେଶ୍‌ ପସନ୍ଦ ହେଉଛି। କେତେବେଳେ ସେ ବହି ସାହାଯ୍ୟରେ ଜଳପରୀ ସାଜନ୍ତି ତ କେବେ ପ୍ରଜାପତି। ପୁଣି କେବେ ହ୍ୟାରୀ ପୋଟର୍‌ ଭଳି ଜାଦୁର ଝାଡୁ ଧରି ଉଡ଼ିବା ଦୃଶ୍ୟ ତିଆରି କରନ୍ତି। ଆଉ ଏ ସବୁ ଦେଖିବାକୁ ବେଶ୍‌ ଚମତ୍କାର ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri