Posted inଜାତୀୟ

ଉପରୁ ଛୁଇଁଲେ ବି ଉତ୍ପୀଡ଼ନ

ନୂଆଦିଲ୍ଲୀ,୧୯ା୧୧:ଜଣେ ୧୨ ବର୍ଷୀୟା ବାଳିକାଙ୍କୁ ୩୯ ବର୍ଷୀୟ ଅଭିଯୁକ୍ତ ଖାଦ୍ୟ ଦେବା ବାହାନାରେ ନିଜ ଘରକୁ ନେଇ ଯୌନ ଉତ୍ପୀଡ଼ନ କରିଥିଲେ। ଏହି ମାମଲାରେ ସେସନ୍ସ କୋର୍ଟ ପୋକ୍ସୋ (ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ) ଆଇନ ଏବଂ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଦଫା ୩୫୪ ବଳରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ନାବାଳିକାଙ୍କ ବକ୍ଷ ସ୍ପର୍ଶ କରିଥିବା ଦୋଷୀ ଏହାକୁ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠରେ ଚ୍ୟାଲେଞ୍ଜ କରିଥିଲେ। ଗତ ଜାନୁୟାରୀ ୧୯ରେ ଜଷ୍ଟିସ୍‌ ପୁଷ୍ପା ବୀରେନ୍ଦ୍ର ଗଣେଦିଓ୍ବାଲାଙ୍କ ଜଣିକିଆ ଖଣ୍ଡପୀଠ ପୋକ୍ସୋ ଆଇନର ଧାରା ୭କୁ ଖାରଜ କରି ଆଇପିସି ଦଫା ୩୫୪କୁ ବଳବତ୍ତର ରଖିଥିଲେ। ଜଷ୍ଟିସ୍‌ ଗଣେଦିଓ୍ବାଲା ନିଜ ରାୟରେ କହିଥିଲେ, ନାବାଳିକାଙ୍କ ବସ୍ତ୍ର ନ କାଢ଼ି ତାଙ୍କ ସ୍ତନକୁ ଛୁଇଁବା ପୋକ୍ସୋ ଆଇନ ବଳରେ ଦଣ୍ଡନୀୟ ନୁହେଁ। କାରଣ ଅଭିଯୁକ୍ତ ପ୍ରତ୍ୟକ୍ଷ ଭାବେ ତାଙ୍କ ଚର୍ମକୁ ସ୍ପର୍ଶକରି ନାହାନ୍ତି। ଗଣେଦିଓ୍ବାଲା ଏଭଳି ଟିପ୍ପଣୀ ଦେଇ ଦୋଷୀଙ୍କ ୩ ବର୍ଷ ଜେଲ ଦଣ୍ଡାଦେଶକୁ ୧ ବର୍ଷ ପର୍ଯ୍ୟନ୍ତ ଖସାଇଦେଇଥିଲେ। ମହିଳା ବିଚାରପତି ତାଙ୍କୁ ପୋକ୍ସୋ ଆଇନ ବଳରେ ଦୋଷୀ ସାବ୍ୟସ୍ତ ନ କରିବା ସମସ୍ତଙ୍କୁ ଚକିତ କରିଦେଇଥିଲା। ସେହି ମାସ ୨୭ ତାରିଖରେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଏହା ଏକ ବିପଜ୍ଜନକ ଧାରା ସୃଷ୍ଟି କରିବ ବୋଲି ଦର୍ଶାଇବା ସହ ଉକ୍ତ ରାୟକୁ ଖାରଜ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ। ଫଳରେ ଶୀର୍ଷ ଅଦାଲତ ଗଣେଦିଓ୍ବାଲାଙ୍କ ରାୟ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ହାଇକୋର୍ଟଙ୍କ ରାୟକୁ ଆଟର୍ନି ଜେନେରାଲଙ୍କ ସମେତ ଜାତୀୟ ମହିଳା କମିଶନ ଓ ମହାରାଷ୍ଟ୍ର ସରକାର ମଧ୍ୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍‌ ଉଦୟ ଉମେଶ ଲଳିତଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଏସ୍‌. ରବୀନ୍ଦ୍ର ଭଟ୍ଟ ଏବଂ ବେଲା ଏମ୍‌. ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଏକାଧିକ ପିଟିଶନର ଶୁଣାଣି କରି ହାଇକୋର୍ଟ ରାୟକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, ମନ୍ଦ ଉଦ୍ଦେଶ୍ୟ ରଖି ଶରୀରର ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା କିମ୍ବା ସ୍ପର୍ଶଜନିତ ଅନ୍ୟ କୌଣସି କାର୍ଯ୍ୟ କରିବା ପୋକ୍ସୋ ଆଇନର ଧାରା ୭ ଅନୁସାରେ ଯୌନ ଉତ୍ପୀଡ଼ନ। ଉକ୍ତ ଆଇନର ଉଦ୍ଦେଶ୍ୟ ଅପରାଧୀଙ୍କୁ ଆଇନର ଗଳାବାଟ ଦେଇ ଖସିଯିବାକୁ ଦେବ ନାହିଁ। ଏହା ଉପରେ ବ୍ୟବସ୍ଥାପିକାର ସ୍ପଷ୍ଟ ଆଭିମୁଖ୍ୟ ରହିଛି। ଅଦାଲତଗୁଡ଼ିକ ନିୟମକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିପାରିବେ ନାହିଁ।
ଜଷ୍ଟିସ୍‌ ଭଟ୍ଟ ରାୟରେ ପୃଥକ୍‌ ଭାବେ କହିଛନ୍ତି, ଜଣେ ବ୍ୟକ୍ତି ପ୍ରତ୍ୟକ୍ଷ ଭାବେ ଜଣେ ଶିଶୁଙ୍କ ଚର୍ମ ସ୍ପର୍ଶ କରି ନ ଥିଲେ ମଧ୍ୟ ତାଙ୍କ ଯୌନ ଅଭିଳାଷ ଥିଲେ ତାକୁ ଯୌନ ଉତ୍ପୀଡ଼ନ ଅପରାଧ ବୋଲି ଧରାଯିବ। ଏକ ନିୟମ ତିଆରି କରିବା ଦ୍ୱାରା ପୂର୍ବ ନିୟମ ନଷ୍ଟ ହେବା ପରିବର୍ତ୍ତେ ଶକ୍ତ ହେବା ଉଚିତ। ନିୟମର କୌଣସି ସଂକୀର୍ଣ୍ଣ ଭାବାନ୍ତରକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଆହୁରି କହିଛନ୍ତି, ଆଟର୍ନି ଜେନେରାଲ ପ୍ରଥମ ଥର ପାଇଁ ଏକ ଆପରାଧିକ ମାମଲାରେ ଅପିଲ କରିଛନ୍ତି। ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରା ଦୋଷୀଙ୍କ ପକ୍ଷରୁ ଆମିକସ୍‌ କ୍ୟୁରି ଭାବେ ପ୍ରତିନିଧିତ୍ୱ କରିଥିବାବେଳେ ତାଙ୍କ ଭଉଣୀ ଗୀତା ଲୁଥ୍ରା ଜାତୀୟ ମହିଳା କମିଶନଙ୍କ ତରଫରୁ ମାମଲା ପରିଚାଳନା କରିଥିଲେ। ଏନେଇ ସୁପ୍ରିମକୋର୍ଟ କହିଥିଲେ, ଏହା ଏପରି ଏକ ସମୟ ଯେତେବେଳେ ଭଉଣୀ ଓ ଭାଇ ପରସ୍ପରକୁ ବିରୋଧ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri