Posted inଜାତୀୟ

ଉପରୁ ଛୁଇଁଲେ ବି ଉତ୍ପୀଡ଼ନ

ନୂଆଦିଲ୍ଲୀ,୧୯ା୧୧:ଜଣେ ୧୨ ବର୍ଷୀୟା ବାଳିକାଙ୍କୁ ୩୯ ବର୍ଷୀୟ ଅଭିଯୁକ୍ତ ଖାଦ୍ୟ ଦେବା ବାହାନାରେ ନିଜ ଘରକୁ ନେଇ ଯୌନ ଉତ୍ପୀଡ଼ନ କରିଥିଲେ। ଏହି ମାମଲାରେ ସେସନ୍ସ କୋର୍ଟ ପୋକ୍ସୋ (ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ) ଆଇନ ଏବଂ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଦଫା ୩୫୪ ବଳରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ନାବାଳିକାଙ୍କ ବକ୍ଷ ସ୍ପର୍ଶ କରିଥିବା ଦୋଷୀ ଏହାକୁ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠରେ ଚ୍ୟାଲେଞ୍ଜ କରିଥିଲେ। ଗତ ଜାନୁୟାରୀ ୧୯ରେ ଜଷ୍ଟିସ୍‌ ପୁଷ୍ପା ବୀରେନ୍ଦ୍ର ଗଣେଦିଓ୍ବାଲାଙ୍କ ଜଣିକିଆ ଖଣ୍ଡପୀଠ ପୋକ୍ସୋ ଆଇନର ଧାରା ୭କୁ ଖାରଜ କରି ଆଇପିସି ଦଫା ୩୫୪କୁ ବଳବତ୍ତର ରଖିଥିଲେ। ଜଷ୍ଟିସ୍‌ ଗଣେଦିଓ୍ବାଲା ନିଜ ରାୟରେ କହିଥିଲେ, ନାବାଳିକାଙ୍କ ବସ୍ତ୍ର ନ କାଢ଼ି ତାଙ୍କ ସ୍ତନକୁ ଛୁଇଁବା ପୋକ୍ସୋ ଆଇନ ବଳରେ ଦଣ୍ଡନୀୟ ନୁହେଁ। କାରଣ ଅଭିଯୁକ୍ତ ପ୍ରତ୍ୟକ୍ଷ ଭାବେ ତାଙ୍କ ଚର୍ମକୁ ସ୍ପର୍ଶକରି ନାହାନ୍ତି। ଗଣେଦିଓ୍ବାଲା ଏଭଳି ଟିପ୍ପଣୀ ଦେଇ ଦୋଷୀଙ୍କ ୩ ବର୍ଷ ଜେଲ ଦଣ୍ଡାଦେଶକୁ ୧ ବର୍ଷ ପର୍ଯ୍ୟନ୍ତ ଖସାଇଦେଇଥିଲେ। ମହିଳା ବିଚାରପତି ତାଙ୍କୁ ପୋକ୍ସୋ ଆଇନ ବଳରେ ଦୋଷୀ ସାବ୍ୟସ୍ତ ନ କରିବା ସମସ୍ତଙ୍କୁ ଚକିତ କରିଦେଇଥିଲା। ସେହି ମାସ ୨୭ ତାରିଖରେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଏହା ଏକ ବିପଜ୍ଜନକ ଧାରା ସୃଷ୍ଟି କରିବ ବୋଲି ଦର୍ଶାଇବା ସହ ଉକ୍ତ ରାୟକୁ ଖାରଜ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ। ଫଳରେ ଶୀର୍ଷ ଅଦାଲତ ଗଣେଦିଓ୍ବାଲାଙ୍କ ରାୟ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ହାଇକୋର୍ଟଙ୍କ ରାୟକୁ ଆଟର୍ନି ଜେନେରାଲଙ୍କ ସମେତ ଜାତୀୟ ମହିଳା କମିଶନ ଓ ମହାରାଷ୍ଟ୍ର ସରକାର ମଧ୍ୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍‌ ଉଦୟ ଉମେଶ ଲଳିତଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଏସ୍‌. ରବୀନ୍ଦ୍ର ଭଟ୍ଟ ଏବଂ ବେଲା ଏମ୍‌. ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଏକାଧିକ ପିଟିଶନର ଶୁଣାଣି କରି ହାଇକୋର୍ଟ ରାୟକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, ମନ୍ଦ ଉଦ୍ଦେଶ୍ୟ ରଖି ଶରୀରର ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା କିମ୍ବା ସ୍ପର୍ଶଜନିତ ଅନ୍ୟ କୌଣସି କାର୍ଯ୍ୟ କରିବା ପୋକ୍ସୋ ଆଇନର ଧାରା ୭ ଅନୁସାରେ ଯୌନ ଉତ୍ପୀଡ଼ନ। ଉକ୍ତ ଆଇନର ଉଦ୍ଦେଶ୍ୟ ଅପରାଧୀଙ୍କୁ ଆଇନର ଗଳାବାଟ ଦେଇ ଖସିଯିବାକୁ ଦେବ ନାହିଁ। ଏହା ଉପରେ ବ୍ୟବସ୍ଥାପିକାର ସ୍ପଷ୍ଟ ଆଭିମୁଖ୍ୟ ରହିଛି। ଅଦାଲତଗୁଡ଼ିକ ନିୟମକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିପାରିବେ ନାହିଁ।
ଜଷ୍ଟିସ୍‌ ଭଟ୍ଟ ରାୟରେ ପୃଥକ୍‌ ଭାବେ କହିଛନ୍ତି, ଜଣେ ବ୍ୟକ୍ତି ପ୍ରତ୍ୟକ୍ଷ ଭାବେ ଜଣେ ଶିଶୁଙ୍କ ଚର୍ମ ସ୍ପର୍ଶ କରି ନ ଥିଲେ ମଧ୍ୟ ତାଙ୍କ ଯୌନ ଅଭିଳାଷ ଥିଲେ ତାକୁ ଯୌନ ଉତ୍ପୀଡ଼ନ ଅପରାଧ ବୋଲି ଧରାଯିବ। ଏକ ନିୟମ ତିଆରି କରିବା ଦ୍ୱାରା ପୂର୍ବ ନିୟମ ନଷ୍ଟ ହେବା ପରିବର୍ତ୍ତେ ଶକ୍ତ ହେବା ଉଚିତ। ନିୟମର କୌଣସି ସଂକୀର୍ଣ୍ଣ ଭାବାନ୍ତରକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଆହୁରି କହିଛନ୍ତି, ଆଟର୍ନି ଜେନେରାଲ ପ୍ରଥମ ଥର ପାଇଁ ଏକ ଆପରାଧିକ ମାମଲାରେ ଅପିଲ କରିଛନ୍ତି। ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରା ଦୋଷୀଙ୍କ ପକ୍ଷରୁ ଆମିକସ୍‌ କ୍ୟୁରି ଭାବେ ପ୍ରତିନିଧିତ୍ୱ କରିଥିବାବେଳେ ତାଙ୍କ ଭଉଣୀ ଗୀତା ଲୁଥ୍ରା ଜାତୀୟ ମହିଳା କମିଶନଙ୍କ ତରଫରୁ ମାମଲା ପରିଚାଳନା କରିଥିଲେ। ଏନେଇ ସୁପ୍ରିମକୋର୍ଟ କହିଥିଲେ, ଏହା ଏପରି ଏକ ସମୟ ଯେତେବେଳେ ଭଉଣୀ ଓ ଭାଇ ପରସ୍ପରକୁ ବିରୋଧ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?