Posted inଜାତୀୟ

‘ଯୋଡି ସ୍ବର୍ଗରେ ନୁହେଁ, ନର୍କରେ ହୁଏ ସୃଷ୍ଟି’

ପୁଣେ,୩୦।୧: ନିକଟରେ ବମ୍ବେ ହାଇକୋର୍ଟ ଏକ ଘରୋଇ ହିଂସାର ଶୁଣାଣି ସମୟରେ ଅଜବ ଟିପ୍ପଣୀ ଦେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି, ‘ଯୋଡି ସ୍ବର୍ଗରେ ନୁହେଁ, ନର୍କରେ ହୁଏ ସୃଷ୍ଟି’ । ନଭି ମୁମ୍ବାଇର ଜଣେ ମହିଳା ସ୍ବାମୀଙ୍କ ନାଁରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ। ଏହି ମାମଲାରେ ମହିଳାଙ୍କ ସ୍ବାମୀ ଜାମିନ ଆବେଦନ କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟର ଜଷ୍ଟିସ ସାରଙ୍ଗ କୋତୱାଲଙ୍କ ଏକ ବେଞ୍ଚ କହିଛନ୍ତି, ଉଭୟ ସ୍ତ୍ରୀ-ସ୍ବାମୀ ପରସ୍ପର ବିରୋଧରେ ମାମଲା ରୁଜୁ କରିଥିଲେ। ଉଭୟଙ୍କ ମଧ୍ୟରେ ଝଗଡା ଏତେ ପରିମାଣରେ ବଢିଯାଇଛି ଯେ ଦୁହେଁ ଏବେ ଏକାଠି ରହିବା ମଧ୍ୟ ଅସମ୍ଭବ। ଉଭୟଙ୍କ ମଧ୍ୟରେ ବାରମ୍ବାର କୌଣସି କଥାକୁ ନେଇ ଝଗଡା ହେଉଛି। ମାମଲା ଶୁଣାଣି ସମୟରେ ଜଷ୍ଟିସ୍‌ କୋତଓ୍ବାଲ ଏତେ ରାଗି ଯାଇଥିଲେ ଯେ, ହଠାତ୍‌ କହିଥିଲେ, ଯୋଡି ସ୍ବର୍ଗରେ ନୁହେଁ, ନର୍କରେ ସୃଷ୍ଟି ହୋଇଥାଏ।
ନଭେମ୍ବର ୨୦୧୭ରେ ଏହି ଦମ୍ପତି ବିବାହ କରିଥିଲେ ଏବଂ ସେମାନଙ୍କର ଏକ ତିନି ବର୍ଷର ପୁଅ ଅଛି। ପତ୍ନୀ କହିଛନ୍ତି, ବିବାହ ସମୟରେ ଶାଶୁଘର ଲୋକ ପରିବାର ସଦସ୍ୟ ପ୍ରତ୍ୟେକ ଗୋଟିଏ ସୁନା ମୁଦ୍ରା ଚାହୁଁଥିଲେ ମଧ୍ୟ ତାଙ୍କ ପରିବାର ଦେବାକୁ ମନା କରିଦେଇଥିଲେ। ବିବାହ ପରେ ତାଙ୍କ ଶାଶୁ ଏବଂ ଶ୍ୱଶୁର ତାଙ୍କୁ ସେମାନଙ୍କ ଦାବି ବିଷୟରେ ମନେ ପକାଉଥିଲେ ଏବଂ ସ୍ବାମୀ ତାଙ୍କୁ ନିର୍ଯାତନା ଦେଉଥିଲେ। ମହିଳା ଅଭିଯୋଗ କରିଛନ୍ତି ଯେ ଭାସିରେ ଫ୍ଲାଟ କିଣିବା ପାଇଁ ସେ ୧୩.୫ ଲକ୍ଷ ଟଙ୍କା ଦେଇଛନ୍ତି ଏବଂ ସେମାନେ ନଭେମ୍ବର ୨୦୧୯ରୁ ସେଠାରେ ରହିବାକୁ ଲାଗିଲେ, କିନ୍ତୁ ସ୍ବାମୀ ଅଧିକ ଟଙ୍କା ମାଗିବାରୁ ଝଗଡା ଜାରି ରହିଲା। ତାଙ୍କ ପତ୍ନୀ ତାଙ୍କୁ ମାଡ ମାରିଥିବା କହି ମହିଳାଙ୍କ ସ୍ବାମୀ ନିଜ ଶରୀରରେ କିଛି କ୍ଷତ ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି। ସେପଟେ ସ୍ବାମୀ ମଧ୍ୟ ସ୍ତ୍ରୀଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି। କୋର୍ଟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଜପାକୁ ବଡ଼ ଝଟ୍‌କା

କୋଲକତା,୨୭।୧୦: ପଶ୍ଚିମବଙ୍ଗରେ ଭାଜପାକୁ ପୁଣି ଏକ ଝଟ୍‌କା ଲାଗିଛି। ବୁଧବାର ଅନ୍ୟ ଜଣେ ଭାଜପା ବିଧାୟକ ଦଳ ଛାଡି ଟିଏମସିରେ ଯୋଗ ଦେଇଛନ୍ତି। ଚଳିତ ମାସ...

ଭାଜପାର ସ୍କୋର୍‌ ୪-୧, ୟୁପି-ଉତ୍ତରାଖଣ୍ଡ-ମଣିପୁର-ଗୋଆରେ ବହୁମତ ମୁହାଁ…

ଲକ୍ଷ୍ନୌ/ଡେରାଡୁନ୍‌/ପଣଜୀ/ଇମ୍ଫାଲ,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ୫ ରାଜ୍ୟ ମଧ୍ୟରେ ଭାଜପାର ସ୍କୋର ୪-୧ ରହିଛି। ଉତ୍ତରପ୍ରଦେଶ,...

ଶାଢି ଚିରିବା ପରେ ସେଦିନ ଏମିତି ରାଣ ଖାଇଥିଲେ ଦିଦି

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଜାନୁୟାରୀ ୧୯୫୫ରେ ପଶ୍ଚିମବଙ୍ଗର ରାଜଧାନୀ କଲିକତା (ବର୍ତ୍ତମାନ କୋଲକାତା)ର ଏକ ବ୍ରାହ୍ମଣ...

ରାହୁଲ ଗାନ୍ଧୀଙ୍କ ନାଁରେ ନିଜର ସବୁ ସମ୍ପତ୍ତି କରିଦେଲେ ମହିଳା

ଡେରାଡୁନ,୪।୪: ଉତ୍ତରାଖଣ୍ଡର ଜଣେ ମହିଳା ନିଜର ସବୁ ସମ୍ପତ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ କରିଦେଇଛନ୍ତି। ୭୮ ବର୍ଷୀୟ ଏହି ମହିଳାଙ୍କ ୫୦...

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଆଜ ବିକି ନିଆରା ପ୍ରତିବାଦ

ଆଗ୍ରା, ୧୦।୧୨: ବର୍ତ୍ତମାନ ମହଙ୍ଗା ବଜାରରେ ପିଆଜ ଦର ଶହେ ଟଙ୍କାରୁ ଟପିଛି। ପିଆଜର ମୂଲ୍ୟ ବୃଦ୍ଧି ହେବାରୁ ଏହାର ପ୍ରଭାବ ସିଧାସଳଖ ଗରିବ ଓ...

୨ ବର୍ଷରେ ୪୦ ହଜାର ଶିଶୁଙ୍କୁ ଯୌନ ନିର୍ଯାତନା…

ନୂଆଦିଲ୍ଲୀ, ୩୧।୩ : ଦେଶରେ ଶିଶୁ ନିର୍ଯାତନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ଡିଏମକେ ନେତା ତିରୁଚି ଶିବ ରାଜ୍ୟ ସଭାରେ କହିଛନ୍ତି...

କରୋନା ରିପୋର୍ଟ ଆସିବାର ୪୮ଘଣ୍ଟା ମଧ୍ୟରେ ପହଞ୍ଚିବାକୁ ପଡ଼ିବ ମା’ଙ୍କ ମନ୍ଦିରରେ

ଜମ୍ମୁ,୨୪।୮: ଜମ୍ମୁର କଟରାରେ ଥିବା ମା’ ବୈଷ୍ଣୋଦେବୀଙ୍କ ଯାତ୍ରା ଅଗଷ୍ଟ ୧୬ରୁ ଆରମ୍ଭ ହୋଇଛି। କରୋନା କାଳରେ ଯାତ୍ରା କରୁଥିବା କେତେକ ଲୋକ ସଂକ୍ରମିତ ଚିହ୍ନଟ...

ବଢିପାରେ ରେପୋରେଟ୍‌

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଙ୍କ ମୂଲ୍ୟ ନିର୍ଦ୍ଧାରଣ କମିଟିର ୩ ଦିନିଆ ବୈଠକ ବୁଧବାରଠାରୁ ଆରମ୍ଭ ହୋଇଯାଇଛି। ଦେଶରେ ବଢ଼ି ଚାଲିଥିବା ମୁଦ୍ରାସ୍ଫୀତି...

Advertisement
Archives

Model This Week