ବିବାହରେ ନାଚିବା ପାଇଁ ଏତିକି ଟଙ୍କା ଫି’ ନିଅନ୍ତି ବଲିଉଡ୍‌ ସେଲିବ୍ରିଟି

ନିକଟରେ ଅଭିନେତା ସଲମାନ ଖାନ ନେତା ପ୍ରଫୁଲ୍ଲ ପଟେଲଙ୍କ ପୁଅ ପ୍ରଜୟ ପଟେଲଙ୍କ ବିବାହରେ ପହଞ୍ଚିଥିଲେ। ଏବେ ସୋସିଆଲ ମିଡିଆରେ ବିବାହର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ସଲମାନ ନାଚୁଥିବାର ନଜର ଆସିଛନ୍ତି। ଏହି ଭିଡିଓର ପ୍ରତିକ୍ରିୟାରେ ପ୍ରଶଂସକମାନେ ପ୍ରଶ୍ନ କରୁଛନ୍ତି ଯେ, ସଲମାନ ପ୍ରଫୁଲ୍ଲଙ୍କ କୌଣସି ସମ୍ପର୍କୀୟ ନ ହୋଇ ବିବାହରେ କାହିଁକି ନାଚୁଛନ୍ତି? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନେକ ବଲିଉଡ ତାରକା ବିବାହ ଏବଂ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଚୁର ଫି’ ନିଅନ୍ତି..

କ୍ୟାଟ୍ରିନା କୈଫ

ବ୍ୟକ୍ତିଗତ ଇଭେଣ୍ଟ କିମ୍ବା ବିବାହ ଉତ୍ସବରେ ଯୋଗଦେବା ପାଇଁ କ୍ୟାଟ୍ରିନା ୩.୫ କୋଟି ଟଙ୍କା ଆଦାୟ କରନ୍ତି। ବଲିଉଡରେ ବ୍ୟକ୍ତିଗତ ଇଭେଣ୍ଟରେ ଯୋଗଦେବା ପାଇଁ କ୍ୟାଟ୍ରିନା ସର୍ବାଧିକ ଫି’ଆଦାୟ କରନ୍ତି।

ଶାହାରୁଖ ଖାନ
ଶାହାରୁଖ ଖାନଙ୍କୁ ଅନେକ କାର୍ଯ୍ୟକ୍ରମ ଏବଂ ବିବାହ ଉତ୍ସବରେ ଦିଅନ୍ତି। ସେ ଏକ କାର୍ଯ୍ୟକ୍ରମ ପାଇଁ ୩ କୋଟି ଟଙ୍କା ଆଦାୟ କରନ୍ତି।

ଅକ୍ଷୟ କୁମାର
ବଲିଉଡର ସବୁଠାରୁ ବ୍ୟସ୍ତବହୁଳ ବ୍ୟକ୍ତି ହୋଇଥିଲେ ମଧ୍ୟ ଅକ୍ଷୟ କୁମାର ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମୟ ବାହାର କରିଥାନ୍ତି। ବ୍ୟକ୍ତିଗତ ଇଭେଣ୍ଟ କିମ୍ବା ବିବାହ ପାଇଁ ସେ ପ୍ରାୟ ୨.୫ କୋଟି ଟଙ୍କା ଆଦାୟ କରନ୍ତି।

ପ୍ରିୟଙ୍କା ଚୋପ୍ରା
ପ୍ରିୟଙ୍କା ଚୋପ୍ରା ପ୍ରତ୍ୟେକ ଇଭେଣ୍ଟ ପାଇଁ ପ୍ରାୟ ୨.୫ କୋଟି ଟଙ୍କା ଆଦାୟ କରୁଛନ୍ତି। ନିକଟରେ ସେ ଉଦୟପୁରରେ ଇଶା ଅମ୍ବାନୀଙ୍କ ବିବାହ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ।

ହ୍ରିତିକ ରୋଶନ
ବଲିଉଡର ନୃତ୍ୟ ରାଜା କୁହାଯାଉଥିବା ଅଭିନେତା ହ୍ରିତିକ ରୋଶନ ଯେକୌଣସି ବ୍ୟକ୍ତିଗତ ଇଭେଣ୍ଟରେ ଯୋଗ ଦେବା ପାଇଁ ପ୍ରାୟ ୨.୫ କୋଟି ଟଙ୍କା ନିଅନ୍ତି।

ରଣବୀର କପୁର
ବ୍ୟକ୍ତିଗତ ଇଭେଣ୍ଟରୁ ରଣବୀର ପ୍ରାୟ ୨ କୋଟି ଟଙ୍କା ନିଅନ୍ତି।

ସଲମାନ ଖାନ
ସଲମାନ ଅନେକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ବ୍ୟକ୍ତିଗତ ଇଭେଣ୍ଟ ପାଇଁ ସଲମାନ ୨ କୋଟି ଟଙ୍କା ନିଅନ୍ତି।

ରଣବୀର ସିଂ
ରଣବୀର ବ୍ୟକ୍ତିଗତ ଇଭେଣ୍ଟରେ ନୃତ୍ୟ କରିବା ପାଇଁ ପ୍ରାୟ ୧ କୋଟି ଟଙ୍କା ଚାର୍ଜ କରନ୍ତି।

ଦୀପିକା ପାଦୁକୋନ୍‌
ଫିଲ୍ମ ବ୍ୟତୀତ ଦୀପିକା ଅନେକ ଘରୋଇ କାର୍ଯ୍ୟକ୍ରମରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି। କୌଣସି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଭିନେତ୍ରୀ ସେ ପାଖାପାଖି ୧ କୋଟି ଟଙ୍କା ଆଦାୟ କରନ୍ତି।

ଅନୁଷ୍କା ଶର୍ମା
ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନୁଷ୍କା ୮୦ ଲକ୍ଷ ଟଙ୍କା ନିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯୁବତୀ କରିଥିଲେ ଅନୁଷ୍କା ଏବଂ ପ୍ରିୟଙ୍କାଙ୍କ ଓ୍ବେଡିଂ ପ୍ଲାନିଂ

ବଲିଉଡ୍‌ର ସେଲିବ୍ରିଟିଙ୍କ ବିବାହ ପ୍ରସଙ୍ଗ ଉଠିବ ତ ଅନୁଷ୍କା ଏବଂ ପ୍ରିୟଙ୍କାଙ୍କ ନାଁ ଚର୍ଚ୍ଚା ପରିସରକୁ ଆସିବ। ଅନୁଷ୍କା ଶର୍ମା-ବିରାଟ କୋହଲି ଇଟାଲୀରେ ବିବାହ କରିଥିବାବେଳେ...

ସତ ନୁହେଁ, କେବଳ ଟିଆର୍‌ପି ପାଇଁ ପ୍ରେମର ମିଛ ଡ୍ରାମା: ନେହା-ଆଦିତ୍ୟଙ୍କ ପରେ ଏବେ ପବନଦୀପ-ଅରୁଣୀତା…

ବମ୍ବେ: ଟେଲିଭିଜନରେ ପ୍ରସାରିତ ହେଉଥିବା ଧାରାବାହିକଠାରୁ ରିଆଲିଟି ଶୋ’କୁ ଅଧିକ ପସନ୍ଦ କରିଥାନ୍ତି ଦର୍ଶକ। ବାସ୍ତବ ଘଟଣାକ୍ରମ ଉପରେ ଆଧାରିତ ଭାବି ଶୋ’ରେ ଦେଖାଯାଉଥିବା ସବୁକିଛିକୁ...

ଚୌକା-ଛକା ମାରିଲେ କ୍ୟାଟ୍ରିନା

ଟି-୨୦ ବିଶ୍ୱକପ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ବେଳେ ଟିମ ଇଣ୍ଡିଆକୁ ଚିୟର କରିବା ପାଇଁ ଫିଲ୍ମ ‘ଫୋନ ଭୁତ୍‌’ର ଟିମ ପହଞ୍ଚିଥିଲା। ଫିଲ୍ମର...

କ୍ୟାଟ୍ରିନା-ବିକିଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ

ମୁମ୍ବାଇ,୨୫।୭:ବଲିଉଡ ଷ୍ଟାର୍‌ କପଲ୍‌ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକଙ୍କ ନାଁ ମନବିନ୍ଦର ସିଂ।...

ଉର୍ଫିଙ୍କଠାରୁ କମ୍‌ ସୁନ୍ଦର ନୁହନ୍ତି ତାଙ୍କ ମା’

ବମ୍ବେ: ବିଗ୍‌ବସ୍‌ ଓଟିଟି ଫେମ୍‌ ଉର୍ଫି ଜାଭେଦ ସର୍ବଦା ନିଜର ଅଜବ ଫ୍ୟାଶନକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ବେଳେବେଳେ ନିଜର ପୋଷାକ ଚୟନକୁ ନେଇ ତାଙ୍କୁ...

ୟୁଟ୍ୟୁବ୍‌ରେ ଦୁନିଆର ସବୁଠୁ ଅଧିକ ଲୋକ ଶୁଣନ୍ତି ଏହି ଗାୟିକାଙ୍କ ଗୀତ

ମୁମ୍ବାଇ: ୟୁଟ୍ୟୁବ୍‌ରେ ବଲିଉଡ୍‌ର ଜଣେ ଗାୟିକାଙ୍କ ଗୀତ ଦୁନିଆର ସବୁଠୁ ଅଧିକ ଲୋକ ଶୁଣିଥାନ୍ତି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବଲିଉଡ୍‌ର ପ୍ଲେ...

ରିୟାଙ୍କ ନିକଟକୁ ଆସୁଛି ଅଫର ପରେ ଅଫର, ବଡ଼ ପ୍ରୋଜେକ୍ଟରେ ଆସିବେ ନଜର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏକ ବଡ଼ ପ୍ରୋଜେକ୍ଟରେ ନଜର ଆସିବେ। ଏହି ପ୍ରୋଜେକ୍ଟ ବିଷୟରେ ରିୟା ଏବେ ଚିନ୍ତା କରୁଛନ୍ତି। ରିୟା ଶେଷଥର...

ଏକୁଟିଆ ଅନୁଭବ କରୁଛନ୍ତି କରନ!

ମୁମ୍ବାଇ: ବଲିଉଡର ଆଗଧାଡିର ନିର୍ଦ୍ଦେଶକ କରନ ଜୋହର ଏବେ ଏକୁଟିଆ ଅନୁଭବ କରୁଛନ୍ତି । ଏକଥା ଆମେ କହୁନୁ ଏକଥା କହୁଛି ତାଙ୍କ ଚାଟ ଶୋ’...

Advertisement
Archives

Model This Week