ମାଳଦ୍ୱୀପରେ ବଲିଉଡ ଷ୍ଟାରଙ୍କ ଭିଡ

ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲେବ୍ରିଟି ଯାଏ ସମସ୍ତେ ଲକ୍‌ଡାଉନ ସମୟରେ ନିଜ ନିଜ ଘରେ ରହି ପରିବାର ସହ ସମୟ ଅତିବାହିତ କରୁଥିଲେ। ଏହି ସମୟରେ ସମସ୍ତେ ନିଜର ନିଜର ଡେଷ୍ଟିନେସନରେ ଛୁଟି ଅବସରକୁ ମିସ୍‌ କରିଥିଲେ। ଅନଲକ ପରେ ଅନେକ ସେଲେବ୍ରିଟି ଗୋଆ ଅଭିମୁଖେ କରିଥିବା ଦେଖାଯାଇଥିଲା। ତେବେ ଗତ କିଛି ସପ୍ତାହ ମଧ୍ୟରେ ବଲିଉଡର ଅଧିକାଂଶ ସେଲେବ୍ରିଟି ମାଳଦ୍ୱୀପରେ ଛୁଟି କଟାଉଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ସେଲେବ୍ରିଟିମାନେ ଫଟୋ ଶେୟାର କରି ସେଠାରେ ଖୁବ ମଜା ନେଉଥିବା ଦେଖାଯାଇଛି।

ନିକଟରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ମଧ୍ୟ ମାଳଦ୍ୱୀପରେ କିଛି ସୁନ୍ଦର ମୁହୂର୍ତ୍ତ ବିତେଇ ଥିବା ଦେଖାଯାଇଛି। ନିଜ ନଷ୍ଟାଗ୍ରାମରେ ସୋନାକ୍ଷୀ ମାଳଦ୍ୱୀପ ଟ୍ରିପର ଫଟୋ ଶେୟାର କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ବଲିଉଡ ଅଭିନେତା ଟାଇଗର ସ୍ରଫ ମାଳଦ୍ୱୀପରେ ଛୁଟି କାଟୁ ଥିବା ଦେଖିବାକୁ ମିଳିଥିଲା। ସମୁଦ୍ର କୂଳରେ ସେ ଖେଳୁଥିବାର ଅନେକ ଫଟୋ ଓ ଭିଡିଓ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ।

ସେହିପରି ଅଭିନେତା ବରୁଣ ଧାୱନ ମଧ୍ୟ ଛୁଟି କଟେଇବା ପାଇଁ ମାଳଦ୍ୱୀପ ଯାତ୍ରା କରିଥିଲେ। ସେଠାରେ ସେ ମାର୍ଶଲ ଆର୍ଟ ଅଭ୍ୟାସ କରିବା ଠାରୁ ଆରମ୍ଭ କରି ଠେକୁଆକୁ ଗାଜର ଖୁଆଇବା ଭଳି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା।

ଅଭିନେତ୍ରୀ ଦିଶା ପଟାନୀ ମଧ୍ୟ ଛୁଟି କଟେଇବା ପାଇଁ ମାଳଦ୍ୱୀପ ଯାତ୍ରା କରିଥିଲେ। ସେଠାରେ ସେ ଖୁବ ମସ୍ତି କରୁଥିବା ଦେଖାଯାଇଥିଲା। ଦିଶା ସମୁଦ୍ର କୂଳରେ ବିକିନୀ ପିନ୍ଧି ଫଟୋ ଶୁଟ୍‌ କରିଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା।

ଅଭିନେତ୍ରୀ ରକୁଲ ପ୍ରୀତ ସିଂ ମଧ୍ୟ ପରିବାର ସହ ମାଳଦ୍ୱୀପରେ ଛୁଟି କଟାଇଥିଲେ। ଏ ନେଇ ରକୁଲ ସୋସିଆଲ ମିଡିଆରେ ଫଟୋ ଶେୟାର କରି ଜଣାଇଥିଲେ।

ସେହିପରି ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ମାଳଦ୍ୱୀପରେ ଗସ୍ତ କରିଥିଲେ। ବାସ୍ତବରେ ସେ ଏକ ଫଟୋ ଶୁଟ୍‌ ପାଇଁ ସେଠାକୁ ଯାଇଥିଲେ। ଏହି ସମୟ ମଧ୍ୟରେ ସେ ସେଠାରେ ବହୁତ ମଜା କରିଥିଲେ ଏବଂ ସୋସିଆଲ ମିଡିଆରେ ଫଟୋ ଶେୟାର କରିଥିଲେ। ସେ ଫଟୋ କ୍ୟାପସନରେ ଲେଖିଥିଲେ, ସ୍ବର୍ଗ ମିଳିଗଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri