Posted inUncategorized

ଜୋମାଟୋ ଡେଲିଭରି ବୟଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ମୁମ୍ବାଇ: ସୋସିଆଲ ମିଡିଆ ହେଉଛି ଏପରି ଏକ ପ୍ଲାଟଫର୍ମ, ଯାହା ଯେକୌଣସି ସମୟରେ ଜଣଙ୍କୁ ଚର୍ଚ୍ଚାର ପରିସରକୁ ନେଇ ଆସେ। ଅନେକ ଥର ଲୋକମାନେ ମଧ୍ୟ ଏହାର ଅପବ୍ୟବହାର କରନ୍ତି। ନିକଟରେ ଏମିତି ଏକ ମାମଲା ସାମ୍ନାକୁ ଆସିଥିଲା। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ମହିଳାଙ୍କ ନାକରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଆଉ ସେ ଅନଲାଇନ ଫୁଡ ଅର୍ଡର ବିତରଣ କମ୍ପାନୀ ଜୋମାଟୋ ବୟ ନାଁରେ ଅଭିଯୋଗ ଆଣିଥିଲେ। ଏହି ଭିଡିଓ ପରେ, ଡେଲିଭରି ବୟଙ୍କ ବିବୃତ୍ତି ଆସିବା ପରେ କାହାଣୀଟି ସମ୍ପୂର୍ଣ୍ଣ ଓଲଟା ହୋଇଗଲା। ଏବେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଡେଲିଭରି ବୟଙ୍କ ସମର୍ଥନରେ ବାହାରିଛନ୍ତି। ସେ ଏକ ଟୁଇଟ୍‌ କରି ଲେଖିଛନ୍ତି ଯେ, ଜୋମାଟୋ ଇଣ୍ଡିଆ, ଦୟାକରି ସତ୍ୟ ଯାଞ୍ଚ କରନ୍ତୁ ଏବଂ ଏହାର ରିପୋର୍ଟକୁ ସାର୍ବଜନୀନ କରନ୍ତୁ। ଯଦି ଡେଲିଭରି ବୟ ନିର୍ଦ୍ଦୋଶ (ମୁଁ ବିଶ୍ୱାସ କରେ) ତେବେ ମହିଳାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌। ଏହା ଅମାନବୀୟ, ଲଜ୍ଜାଜନକ ଏବଂ ହୃଦୟ ବିଦାରକ। ମୁଁ କିପରି ସାହାଯ୍ୟ କରିପାରିବି ଦୟାକରି ମୋତେ କୁହନ୍ତୁ। ପରିଣୀତିଙ୍କ ଏହି ଟୁଇଟ୍‌ ଏବେ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ, ମହିଳାଙ୍କୁ ଆକ୍ରମଣ କରିଥିବା ଡେଲିଭରି ବୟଙ୍କୁ ଗିରଫ କରାଯାଇଥିବା ବେଙ୍ଗାଲୁରୁ ଡିସିପି ସୂଚନା ଦେଇଛନ୍ତି। କର୍ନାଟକର ବେଙ୍ଗାଲୁରୁର ଜଣେ ମଡେଲ ଏବଂ ମେକ ଇନ କଳାକାର ହିତେଶ ଚନ୍ଦ୍ରାନୀ ଅଭିଯୋଗ କରିଥିଲେ ଜୋମାଟୋ ଡେଲିଭରି ବୟ କାମରାଜ ତାଙ୍କ ଉପରେ ଆକ୍ରମଣ କରିଥିଲେ। କାରଣ ସେ ଖାଦ୍ୟ ପାଇଁ ବିଳମ୍ବ କରିଥିଲେ। ଏବେ ଏହି ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସିଛି। କାମରାଜ କହିଛନ୍ତି ଯେ ମହିଳା ଜଣକ ତାଙ୍କୁ ଚାପୁଡ଼ା ମାରିବା ସହ ଦୁର୍ବ୍ୟବହାର କରିଥିଲେ। ଜୋମାଟୋ କମ୍ପାନୀର ପ୍ରତିଷ୍ଠାତା ଦିପେନ୍ଦର ଗୋୟଲ ମଧ୍ୟ ଏକ ବିବୃତ୍ତି ଦେଇଛନ୍ତି। ଗୋଟିଏ ପଟେ କମ୍ପାନୀ ହିତେଶ ଚନ୍ଦ୍ରାନୀଙ୍କୁ କ୍ଷମା ମାଗି ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପ୍ରତିଶୃତି ଦେଇଛି ଏବଂ ଅନ୍ୟ ପଟେ କାମରାଜଙ୍କୁ ନିଲମ୍ବନ କରିଛି। କମ୍ପାନୀ କାମରାଜଙ୍କୁ ମଧ୍ୟ ସାହାଯ୍ୟ କରିବା ସହ ସମଗ୍ର ଘଟଣାର ସତ୍ୟତା ଜାଣିବାକୁ ଚେଷ୍ଟା କରୁଛି।

परिणीति चोपड़ा, Parineeti Chopra, Zomato Delivery Boy, Zomato India, Bollywood actress


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ପ୍ରସ୍ତୁତି : ନିର୍ବାଚନ ଆୟୋଗଙ୍କ ବଡ଼ ବୈଠକ

ଭୁବନେଶ୍ୱର, ୨୧।୭: ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri