ଡ୍ରଗ୍ସ ମାମଲରେ ବଲିଉଡ୍‌ ଅଭିନେତା

ଡ୍ରଗ୍ସ ସହିତ ବଲିଉଡ୍‌ର ଇତିହାସ ଖୁବ ଲମ୍ବା। ବାରମ୍ବାର ବଲିଉଡ୍‌ର ଅନେକ ବ୍ୟକ୍ତି ଡ୍ରଗ୍ସ କାରବାର ସହ ଜଡ଼ିତ ଥିବା ନଜର ଆସିଛି । ଅନେକ ସେଲିବ୍ରିଟି ବିଭିନ୍ନ ପ୍ରକାରର ନିଶା ସେବନ କରନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ପରେ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ରିୟା ଚକ୍ରବର୍ତ୍ତୀ ସ୍ବୀକାର କରିଥିଲେ, ସୁଶାନ୍ତ ଗଞ୍ଜେଇ ଟାଣୁ ଥିଲେ। ପରବର୍ତ୍ତି ସମୟରେ ଗୋଟିଏ ପରେ ଗୋଟିଏ ବଲିଉଡ୍‌ ଅଭିନେତାଙ୍କ ଡ୍ରଗ୍ସ କାରବାରର ଗୁମର ଖୋଲିବାକୁ ଲାଗିଛି। ଅଗଷ୍ଟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଅର୍‌ମାନ କୋହଲିଙ୍କୁ ଗିରଫ କରିବା ଘଟଣା ନ ଯାଉଣୁୁ ଉପକୂଳରେ ଥିବା କର୍ଡେଲିଆ କ୍ରୁଜ ଏମ୍ପ୍ରେସ ଜାହାଜରେ ଡ୍ରଗ୍ସ ମାମଲାକୁ ନେଇ ଏନ୍‌ସିବି ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରିଛି। କେବେ, କିଏ ବଲିଉଡ୍‌ ଇତିହାସରେ ଡ୍ରଗ୍ସ କାରବାରରେ ଲିପ୍ତ ଥାଇ ଗିରଫ ହୋଇଛନ୍ତି କିଛି ସେଲିବ୍ରିଟିଙ୍କ ଉପରେ ନଜର ପକାଇବା।

ସଞ୍ଜୟ ଦତ୍ତ: ବଲିଉଡ୍‌ ଇତିହାସରେ ସର୍ବ ପ୍ରଥମେ ଅଭିନେତା ସଞ୍ଜୟ ଦତ୍ତ ଡ୍ରଗ କାରବାର ସହ ଜଡ଼ିତ ଥିଲେ। ଏକ ଶୋ’ରେ ସଞ୍ଜୟ କହିଥିଲେ, ସେ କଲେଜରେ ଡ୍ରଗ୍ସ ସେବନ କରିବା ଆରମ୍ଭ କରିଥିଲେ। ସେହି ନଅ ବର୍ଷ ତାଙ୍କୁ ନର୍କ ପରି ଅନୁଭବ ହୋଇଥିଲା। ପରେ ସଞ୍ଜୟ ଦତ୍ତ ଏହି ଅଭ୍ୟାସକୁ କାବୁ କରିବାକୁ ସ୍ଥିର କରିଥିଲେ। ବର୍ତ୍ତମାନ ୪ ଦଶନ୍ଧିରୁ ଅଧିକ ସମୟ ହେଲା ଡ୍ରଗ୍ସଠାରୁ ଦୂରରେ ରହିଛନ୍ତି।

ଫାର୍ଦିନ ଖାନ: ଭେଟେରାନ ଅଭିନେତା ଫିରୋଜ ଖାନ୍‌ଙ୍କ ପୁଅ ଫାର୍ଦିନ ଖାନ ଫିଦା, ନୋ ଏଣ୍ଟ୍ରି, ହେ ବେବି ଆଦି ଚଳଚ୍ଚିତ୍ରରେ କାମ କରି ବେଶ ପରିଚିତ ଥିଲେ। ପରବର୍ତ୍ତି ସମୟରେ ସେ ନିଶା ସେବନ କରି ୨୦୦୧ ମେ ୫ତାରିଖରେ ମୁମ୍ବାଇ ପୋଲିସ ଦ୍ବାରା ଗିରଫ ହୋଇଥିଲା। ଏହି ଅଭିନେତାଙ୍କ ଠାରୁ ୯ ଗ୍ରାମ କୋକେନ ଜବତ ହୋଇଥିଲା।

 

ମମତା କୁଲକର୍ନି: ୯୦ ଦଶକରେ ମମତା କୁଲକର୍ନି ବଲିଉଡର ଅନ୍ୟତମ ଲୋକପ୍ରିୟ ତାରକା ଥିଲେ। ୨୦୧୮ ଜୁନରେ ଥାନେ ପୋଲିସ, ଅଭିନେତ୍ରୀ ମମତାଙ୍କୁ ଭାରତର ସର୍ବବୃହତ ଡ୍ରଗ୍ସ ରାକେଟରେ ଅଭିଯୁକ୍ତ ବୋଲି ନାମିତ କରିଥିଲା। ଏପ୍ରିଲରେ ରେକର୍ଡ ହଲରେ ଥାନେ ପୋଲିସ ୨୦ ଟନ୍‌ ଏଫେଡ୍ରାଇନ ଜବତ କରିଥିଲା। ଏହାର ମୂଲ୍ୟ ୨,୦୦୦ କୋଟି ଟଙ୍କା ବୋଲି କୁହାଯାଇଥିଲା।

ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା: ଭାରତ ସିଂ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ପଚରାଉଚୁରା କରିଥିଲା। ପରେ ତାଙ୍କ ଘରୁ ଡ୍ରଗ୍ସ ଜବତ କରି ଗିରଫ କରାଯାଇଥିଲା। ଉଭୟେ ଓଡ଼ିଶା କନ୍ଧମାଳ(ଗଞ୍ଜେଇ) ଖାଇଥିବା ସ୍ବାକାର କରିଥିଲେ। ଏନ୍‌ସିବି ସେମାନଙ୍କଠାରୁ ୮୬.୫ ଗ୍ରାମ ଗଞ୍ଜେଇ ଜବତ କରିଥିଲା।

ଅରମାନ କୋହଲି: ଚଳିତ ବର୍ଷ ଅଗଷ୍ଟ ମାସରେ ଏନସିବି ମୁମ୍ବାଇ ଜୁହୁସ୍ଥିତ ଅର୍‌ମାନ କୋହଲିଙ୍କ ଘରେ ଚଢ଼ାଉ କରି ଡ୍ରଗ୍ସ ମାମଲାରେ ଗିରଫ କରିଥିଲା। ଏପରିକି ଘରୁ କିଛି ପରିମାଣର ଡ୍ରଗ୍ସ ମଧ୍ୟ ମିଳିଥିଲା। ଅରମାନ କୋହଲି ଜଣେ ପୂର୍ବତନ ବିଗ୍‌ ବସ ପ୍ରତିଯୋଗୀ ଯିଏକି ଜାନି ଦୁଷ୍ମନ ଏବଂ ପ୍ରେମ ରତନ ଧନ ପାୟୋ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ଏହାଛଡା ଗତ ବର୍ଷ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦ୍ୱାରା ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ନାକୁ ଆସିଥିଲା। ଯେଉଁଥିରେ ବଲିଉଡ୍‌ର ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ ହୋଇଥିଲା। ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଏନ୍‌ସିବି ପଚରାଉଚୁରା ବେଳେ ପ୍ରାୟ ୨୫ ବଲିଉଡ୍‌ ସେଲିବ୍ରିଟିଙ୍କ ନାମ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ, ସାରା ଅଲି ଖାନ୍‌, ରାହୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁର ଭଳି ବଡ ନାମ ପ୍ରକାଶ ପାଇଲା। ରିୟା ଚକ୍ରବର୍ତ୍ତୀ ସ୍ବୀକାର କରିଛନ୍ତି ଯେ ସେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସର ବ୍ୟବସ୍ଥା କରିବାକୁ ତାଙ୍କ ଭାଇଙ୍କ ସହିତ ସମନ୍ବୟ ରଖୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୃତିଙ୍କ ହେୟାର ମସାଜ୍‌ କରୁଛନ୍ତି ପୁଲକିତ

ମୁମ୍ବାଇ: କୃତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ ଦୁହେଁ ଦୀର୍ଘ ଦିନ ହେବ ଲିଭ୍‌ ଇନ୍‌ ରିଲେଶନସିପ୍‌ରେ ରହୁଛନ୍ତି। କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌...

ଅଭିନେତ୍ରୀଙ୍କ ପିଲାଦିନର ଫଟୋ ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଆଲିଆ ଅଧିକାଂଶ ସମୟ ଫ୍ୟାନମାନଙ୍କ ସହ ଯୋଡ଼ି ହୋଇ...

ଏହି ଦିନ ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଆଲିଆ

ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି ’ନେଇ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ ବର୍ତ୍ତମାନ ପ୍ରେମିକ ରଣବୀର କପୁରଙ୍କ ସହ ତାଙ୍କ ବିବାହକୁ...

ନିଜଠାରୁ ଦୁଇ ବର୍ଷ ବଡ଼ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ଏହି ସୁପରଷ୍ଟାର, ଜଣାପଡ଼ିବା ପରେ..

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଧନୁଷଙ୍କ ଆଜି ହାପି ବର୍ଥ ଡେ। ୧୯୮୩ ଜୁଲାଇ ୨୮ରେ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତା। ଧନୁଷ ବାପା କସ୍ତୁରୀ...

ସଲମାନଙ୍କୁ ସୁପରଷ୍ଟାର କରିଥିଲା ବାଲାସୁବ୍ରମଣ୍ୟଙ୍କ ଗୀତ

ମୁମ୍ବାଇ: ନିଜର ମଖମଲି ସ୍ୱରରେ ଶ୍ରୋତାଙ୍କ ହୃଦୟରେ ଘର କରିଥିବା ଗାୟକ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କର ଶୁକ୍ରବାର ୭୪ ବର୍ଷ ବୟସରେ ପରଲୋକ ହୋଇଛି । ସେ...

ଜନ୍‌ ଆବ୍ରାହମଙ୍କଠାରୁ ଦୁଇ ଗୁଣା ଆଗକୁ ବଢିଗଲେ ଅକ୍ଷୟ

ମୁମ୍ବାଇ: ସ୍ବାଧୀନତା ଦିବସରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ରିଲିଜ୍‌ ହୋଇଥିବା ବେଳେ ଏହାକୁ ଟକ୍କର ଦେବାକୁ ଆସିଥିଲା ଜନ୍‌...

ପଶ୍ଚିମବଙ୍ଗରେ ‘ଖେଳ ହେଲା’ କହିଲେ ଏହି ଅଭିନେତ୍ରୀ

କୋଲକାତା,୩।୫: ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏହିସବୁ ରାଜ୍ୟରେ କିଏ ସରକାର ଗଢ଼ିବେ ସେନେଇ ଲୋକେ...

‘ବଲିଉଡ, ସାଉଥ୍‌ ଫିଲ୍ମ ମଧ୍ୟରେ ବିଭାଜନ ହେବା ଉଚିତ୍‌ ନୁହେଁ’

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଏବେ ଖୁବ୍‌ ଚର୍ଚ୍ଚାରେ। ଫିଲ୍ମଟି ଆଉ ଗୋଟିଏ ଦିନ...

Advertisement
Archives

Model This Week