Posted inଖେଳ

ପାରାଗୁଏଠାରୁ ହାରିଲା ବଲିଭିଆ

ରିଓ ଡି ଜାନେଇରୋ,୧୬।୬: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ସୋମବାର ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍‌ରେ ପଛରେ ଥାଇ ପ୍ରତ୍ୟାବର୍ତ୍ତନ କରି ପାରାଗୁଏ ୩-୧ ଗୋଲରେ ବଲିଭିଆକୁ ପରାସ୍ତ କରିଛି। ଦ୍ୱିତୀୟାର୍ଦ୍ଧରେ ୩ଟି ଗୋଲ ସ୍କୋର କରି ପାରାଗୁଏ ଶେଷରେ ବାଜି ମାରିଛି। ବଲିଭିଆ ତରଫରୁ ମିଡ୍‌ଫିଲ୍ଡର ଏରଓ୍ବିନ ସାଭେଡ୍ରା ପେନାଲ୍ଟି ଜରିଆରେ ଦଶମ ମିନିଟ୍‌ରେ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ ପାରାଗୁଏ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ୬୨ତମ ମିନିଟ୍‌ରେ ଆଲେଜାଣ୍ଡ୍ରୋ ରୋମେରୋ ଗୋଲ ଦେଇ ମ୍ୟାଚ୍‌ ସ୍ଥିତିକୁ ୧-୧ ସମାନସ୍ତରକୁ ଆଣିଥିଲେ। ଏହାପରେ ୬୫ ଓ ୮୦ତମ ମିନିଟ୍‌ରେ ଆଞ୍ଜେଲ ରେମାରିଓ ଦୁଇଟି ଗୋଲ ସ୍କୋର କରି ଦଳକୁ ଜିତାଇଥିଲେ। ଏହି ବିଜୟ ସହ ଗ୍ରୁପ୍‌ ଏ’ରେ ପାରାଗୁଏ ୩ ପଏଣ୍ଟ ପାଇ ଶୀର୍ଷରେ ରହିଛି। ସାରା ମ୍ୟାଚ୍‌ରେ ପାରାଗୁଏ ଚମତ୍କାର ପ୍ରଦର୍ଶନ କରିଥିଲା। କୋଭିଡ୍‌-୧୯ କାରଣରୁ ଷ୍ଟ୍ରାଇକର ମାର୍ସେଲୋ ମାର୍ଟିନ୍ସଙ୍କ ସମେତ ୫ଜଣ ଆଗଧାଡିର ଖେଳାଳି ବଲିଭିଆ ଦଳରେ ସାମିଲ ହୋଇ ନ ଥିଲେ। ଫଳରେ ଏହାର ପ୍ରଭାବ ପ୍ରଦର୍ଶନ ଉପରେ ପଡିଥିଲା। ୧୯୬୩ ପରେ ବଲିଭିଆ କୋପା ଆମେରିକାରେ ପାରାଗୁଏକୁ ହରାଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଦିନ ଆରମ୍ଭ ହେବ ଦୁଲୀପ ଟ୍ରଫି-ରଣଜୀ ଟ୍ରଫି, ତାରିଖ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ କ୍ରିକେଟର ୨୦୨୩-୨୪ ଘରୋଇ ସିଜିନ ଦୁଲୀପ ଟ୍ରଫି ଆସନ୍ତା ଜୁନ୍‌ ୨୮ତାରିଖରୁ ଆରମ୍ଭ ହେବ। ସେହିପରି ଆସନ୍ତା ବର୍ଷ ଜାନୁୟାରୀ ୫ରୁ ରଣଜୀ...

ମୋଦିଙ୍କୁ ଭେଟିବାକୁ ଚାହିଁ ବସିଛନ୍ତି ଏହି ବିଦେଶୀ କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୧: ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ଜାନୁୟାରୀ ୨୬ରେ ଭାରତ ସରକାର ତାଙ୍କୁ ପଠାଇଥିବା ଅଭିବାଦନକୁ ସୋସିଆଲ ମିଡିଆରେ ଶେୟାର କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ...

ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ କୋହଲିଙ୍କୁ ଟିକେଟ୍‌ ମାଗିଲେ ସାଙ୍ଗ: ଜବାବ ମିଳିଲା ଏମିତି

ଦୁବାଇ,୧୭।୧୦: ଅକ୍ଟୋବର ୨୪ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ମ୍ୟାଚକୁ ଅପେକ୍ଷା...

ହୁକାର୍ଜଙ୍କୁ ମାୟାମି ଟାଇଟଲ

ମାୟାମି, ୬ା୪ (ଏପି)-ପୋଲାଣ୍ଡର ହୁବର୍ଟ ହୁର୍କାଜ ମାୟାମି ଓପନ୍‌ ଟେନିସ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେରେ ଇଟାଲୀର ୧୯ ବର୍ଷୀୟ ଜାନିକ ସିନରଙ୍କୁ...

କ୍ଲାର୍କଙ୍କ ବିବାହ ବିଚ୍ଛେଦ

ମେଲବୋର୍ନ, ୧୩।୨ (ପି.ଟି.)- ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ ଓ ତାଙ୍କ ସ୍ତ୍ରୀ କେଲୀ ବୋଲ୍ଡିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ବିବାହର ୭...

ଏହି ତାରିଖରେ ଘୋଷଣା ହେବ ଆଇପିଏଲ୍‌ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, ୫ା୯ (ପି.ଟି.)-ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇବ। ଆଇପିଏଲ୍‌ ଗଭର୍ନିଂ ବଡି ଚେୟାରମ୍ୟାନ ବ୍ରିଜେଶ ପଟେଲ ଶନିବାର...

ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ: ଭାରତୀୟ ଦଳକୁ ଛେତ୍ରୀଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ,୨୦।୫(ପି.ଟି.): ଭାରତୀୟ ଫୁଟ୍‌ବଲ ଦଳକୁ ଅଧିନାୟକ ସୁନୀଲ ଛେତ୍ରୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। କୋଭିଡ୍‌-୧୯ ସଂକ୍ରମଣରୁ ଆରୋଗ୍ୟ ଲାଭ କରିବା ପରେ ସେ ୨୦୨୨ ବିଶ୍ୱକପ୍‌ ପାଇଁ...

ଅଷ୍ଟ୍ରେଲିଆ ପାଇଁ ବିପଦ ଋଷଭ ପନ୍ଥ-କେ.ଏଲ୍‌: ଅଧିନାୟକ ପେନ୍‌

ମେଲବର୍ନ,୨୫।୧୨: ଡିସେମ୍ବର ୨୬ରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ଏହାପୂର୍ବରୁ ଘରୋଇ ଦଳ ନିଜର ହୋମଓ୍ବାର୍କ ଶେଷ କରିଛି। ମ୍ୟାଚ୍‌ ପୂର୍ବ ସନ୍ଧ୍ୟାରେ...

Advertisement
Archives

Model This Week