ଟ୍ରକ୍‌କୁ ପିଟିଲା ଚୋରା ଡିଜେଲ୍‌ ବୋଝେଇ ବୋଲେରୋ

ଝାରସୁଗୁଡ଼ା ଅଫିସ୍‌,୨୬।୪: ଝାରସୁଗୁଡା ଜିଲା କୋଲାବିରା ଥାନା ଅଧୀନ ୪୯ନମ୍ବର ଜାତୀୟ ରାଜପଥ ସିରିଆପାଲି ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ଚୋରା ଡିଜେଲ ବୋଝେଇ ବୋଲେରୋ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ଏଥିରେ ବୋଲେରୋ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିହାର ମୁଜାଫରପୁର ଅଞ୍ଚଳର ମହମ୍ମଦ ମୁବାରକ ଆନ୍‌ସରୀ(୨୪)। ସେ ପରିବାର ସହ ବିଟିଏମ୍‌ ବାଇପାସ୍‌ ନିକଟରେ ରହୁଥିଲେ।

ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ କୋଲାବିରା ଥାନା ପୋଲିସ ଏକ ମାମଲା (ନଂ.୫୮/୨୨) ରୁଜୁ କରିଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଓଆର୍‌ ୧୬ସି ୫୦୩୩ ବୋଲେରୋ, ଓଡି ୦୯ ଏନ୍‌ ୨୨୮୪ନମ୍ବର ଟ୍ରକ୍‌କୁ ମଧ୍ୟ ଜବତ କରିଛି। ଏହା ସହିତ ଦୁର୍ଘଟଣାଗ୍ରସ୍ତ ବୋଲେରୋରେ ବୋଝେଇ ହୋଇଥିବା ୩ ଜାର୍କିନ ଡିଜେଲ୍‌କୁ ପୋଲିସ ଜବତ କରିଛି। ଡିଜେଲ ଚୋରି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ପୋଲିସ ଆଉ ଏକ ବୋଲେରୋ ସହିତ ଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି  । ଦୁର୍ଘଟଣାଗ୍ରସ୍ତ ବୋଲେରୋ ଗାଡି କୋଲାବିରାରୁ ଝାରସୁଗୁଡା ଯାଉଥିଲା। ସିରିଆପାଲି ଛକ ନିକଟରେ ଭାରସାମ୍ୟ ହରାଇ ଆଗରୁ ଆସୁଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ବୋଲେରୋ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

୨ବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌. ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍‌., ଏମ୍‌.ଏଡ୍‌. ଏବଂ ବି.ଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର…

ଗ୍ରୀଷ୍ମ ପ୍ରବାହ ଯୋଗୁ ବଢୁଛି ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ, ୧୧ା୭ : ଜଳବାୟୁ ପରିବର୍ତ୍ତନଜନିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱବ୍ୟାପୀ ଶ୍ରମଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହେବାରେ ଲାଗିଛି। ଏହାଫଳରେ ବିଶେଷକରି ପରିବାର ଚଳାଇବା…

ବିନା ପ୍ରେସ୍‌କ୍ରିପ୍ସନରେ ବିକ୍ରି ହେବନି ୧୨%ରୁ ଅଧିକ ଆଲ୍‌କୋହଲଯୁକ୍ତ ଔଷଧ

ନୂଆଦିଲ୍ଲୀ,୧୧ା୭: ଆଲ୍‌କୋହଲଯୁକ୍ତ ଔଷଧର ଦୁରୁପଯୋଗ ହେଉଥିବାରୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧ ପ୍ରସ୍ତୁତି ନିୟମ ଡ୍ରଗ୍ସ ରୁଲ୍‌ସ, ୧୯୪୫ରେ ସଂଶୋଧନ ଆଣିଛନ୍ତି। ୧୨ ପ୍ରତିଶତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri