Posted inଖେଳ

ଟେଷ୍ଟରେ ଡେବ୍ୟୁ କରିବେ ଏହି ଦ୍ରୁତ ବୋଲର

ମେଲବୋର୍ନ,୨୫।୧୨: ହାଇପ୍ରୋଫାଇଲ ଆଶେସ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍‌ ରବିବାରଠାରୁ ଆରମ୍ଭ ହେବ। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ବକ୍ସିଂ ଡେ ଟେଷ୍ଟ ଇଂଲଣ୍ଡ ଓ ଘରୋଇ ଅଷ୍ଟ୍ରେଲିଆ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ପ୍ରଥମ ଦୁଇଟି ଟେଷ୍ଟ ଜିତି ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ହୋଇଛି। ଏହି ଟେଷ୍ଟ ଜିତି ଅଷ୍ଟ୍ରେଲିଆ ୩-୦ରେ ଅଗ୍ରଣୀ ହେବା ସହ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜକୁ ଆଗୁଆ ହାତେଇବାକୁ ପ୍ରୟାସ କରିବ। ଅନ୍ୟପଟେ ଇଂଲଣ୍ଡ ବିଜୟୀ ହୋଇ ସିରିଜ ବଞ୍ଚାଇବାକୁ ପ୍ରୟାସ କରିବ। ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ବୋଲର ସ୍କଟ ବୋଲାଣ୍ଡ ଟେଷ୍ଟ ଡେବ୍ୟୁ କରିବେ। ସେହିପରି ଇଂଲଣ୍ଡ ଦଳରେ ୪ଟି ପରିବର୍ତ୍ତନ କରାଯାଇଛି।

ମାଂସପେଶୀଜନିତ ଆଘାତ ସମସ୍ୟା କାରଣରୁ ଦ୍ରୁତ ବୋଲର ଝେ ରିଚାର୍ଡସନ ଓ ମାଇକେଲ ନେସେର ଦଳରୁ ବାଦ୍‌ ପଡିବା ଫଳରେ ବୋଲାଣ୍ଡଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ପୂର୍ବରୁ ଜୋଶ ହାଜେଲଉଡ ସାଇଡ୍‌ ଷ୍ଟ୍ରେନ୍‌ କାରଣରୁ ବାଦ୍‌ ପଡିସାରିଛନ୍ତି। ଫଳରେ ଆଡିଲେଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ଖେଳି ନ ଥିବା ଅଧିନାୟକ ପ୍ୟାଟ କୁମିନ୍ସ ଓ ବୋଲାଣ୍ଡ ଦୁଇ ଖେଳାଳିଭାବେ ଦଳରେ ସାମିଲ ହୋଇଛନ୍ତି। କୋଭିଡ୍‌ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ କୁମିନ୍ସ ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡିଥିଲେ।

ଅପରପକ୍ଷରେ ଇଂଲଣ୍ଡ ଦଳରୁ ଓପନର ରୋରି ବନର୍‌ସ ଓ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରାଡ, ଓଲି ପୋପ୍‌ ଓ କ୍ରିସ୍‌ ଓ୍ବକ୍ସ ବାଦ୍‌ ପଡିଛନ୍ତି। ବୋଲର ମାର୍କ ଉଡ୍‌ ଓ ଜ୍ୟାକ ଲିଚ୍‌ ପ୍ରତ୍ୟାବର୍ତ୍ତନ କରିବେ। ଜ୍ୟାକ କ୍ରଲି ଓ ଜୋନାଥନ ବେୟାରଷ୍ଟୋ ଚଳିତ ସିରିଜରେ ପ୍ରଥମ ଟେଷ୍ଟ ଖେଳିବେ। ଜୋଶ ବଟଲର ଉଇକେଟକିପିଂ ଜାରି ରଖିବେ। ଏଥିପାଇଁ ବେୟାରଷ୍ଟୋଙ୍କୁ ଦାୟିତ୍ୱ ଦିଆଯିବ ନାହିଁ ବୋଲି ଇଂଲଣ୍ଡ ପକ୍ଷରୁ କୁହାଯାଇଛି। ଏହି ଟେଷ୍ଟରେ ଆମେ ବିଜୟୀ ହେବାକୁ ପ୍ରୟାସ କରିବୁ ବୋଲି ବଟଲର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା: ଓହରିଲେ ଏହି ଷ୍ଟାର୍‌ ଖେଳାଳି

ଚେନ୍ନାଇ,୨୬।୪: ସମଗ୍ର ଦେଶ ଏବେ କରୋନା ସହିତ ଲଢୁଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅଧିକାଂଶ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି।...

ମାତୃତ୍ୱ ଲାଭ ପରେ କ’ଣ କହିଲେ ନତାଶାଙ୍କ ପୂର୍ବତନ ପ୍ରେମିକ

ନୂଆଦିଲ୍ଲୀ, ୧।୮: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଚଳିତ ବର୍ଷ ବେଶ୍‌ ସ୍ମରଣୀୟ ହୋଇ ରହିବ। ମୁମ୍ବାଇ ଇଣ୍ଡିଆନ୍ସର ଏହି...

ଭାରତକୁ ଉତ୍ସାହିତ କଲେ ଖେଳାଳିଙ୍କ ପରିବାର

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)-ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଖେଳୁଥିବାରୁ ଖେଳାଳିଙ୍କୁଉତ୍ସାହିତ କରିବାକୁ ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ଥିଲେ ସ୍ଥାନୀୟ ଖେଳାଳିଙ୍କ ପରିବାର। ମହିଳା...

କ୍ରିକେଟ ଖେଳିନାହାନ୍ତି, ତଥାପି ବିଶ୍ୱ କ୍ରିକେଟରେ ତାଙ୍କ କ୍ରେଜ୍‌ ଅଧିକ

ସୁଧୀର କୁମାର ଗୌତମ ଜୀବନରେ ବ୍ୟାଟ କିମ୍ବା ବଲ ଧରି ନ ଥିଲେ ମଧ୍ୟ ଭାରତୀୟ କ୍ରିକେଟରେ ଏକ ପରିଚିତ ନାମ। କ୍ରିକେଟ କିମ୍ବଦନ୍ତୀ ସଚିନ...

ନଭେମ୍ବର ୧ରୁ ସାଇ ସେଣ୍ଟରଗୁଡ଼ିକ ପୁଣି ଖୋଲିବ

ନୂଆଦିଲ୍ଲୀ,୨୨।୧୦(ପି.ଟି.): ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ପୁଣି ଥରେ ଦେଶର ବିଭିନ୍ନ ସାଇ ସେଣ୍ଟରକୁ ଖୋଲିବାକୁ...

ଜୁଭେଣ୍ଟର ଫରୱାର୍ଡ ଡେବାଲା ସୁସ୍ଥ

ମିଲାନ, ୮ା୫ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜୁଭେଣ୍ଟର ଫରୱାର୍ଡ ପାଉଲୋ ଡେବାଲା ସୁସ୍ଥ ହୋଇଛନ୍ତି। ଡେବାଲାଙ୍କ ନମୁନା ପରୀକ୍ଷା ନେଗେଟିଭ୍‌ ଆସିଥିବା କ୍ଲବ ପକ୍ଷରୁ...

ଶ୍ରୀଲଙ୍କାକୁ ବିଶାଳ ଟାର୍ଗେଟ୍‌ ଦେଲା ଭାରତ

ଥିରୁଭାନନ୍ତପୁରମ୍‌,୧୫।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଶେଷ ଦିନିକିଆ ଥିରୁଭାନନ୍ତପୁରମ୍‌ରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୩୯୧ ରନ୍‌ର ବିଶାଳ ଟାର୍ଗେଟ୍‌...

ଟେଷ୍ଟ କ୍ରିକେଟରେ ୨୮ ତମ ଶତକ ହାସଲ କଲେ ବିରାଟ …

ନୂଆଦିଲ୍ଲୀ,୧୨।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ...

Advertisement
Archives

Model This Week