ଶୌଚ ପାଇଁ ଯାଇ ନିଖୋଜ ଥିଲେ, ମିଳିଲା ମହିଳାଙ୍କ ମୃତଦେହ

ପାଟଣା,୧୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପଶି ପଞ୍ଚାୟତ ନୂଆପଡ଼ା ଗ୍ରାମର ଜଣେ ମହିଳାଙ୍କ ମୃତଦେହ ସୋମବାର ରାସ୍ତା ପାର୍ଶ୍ୱ ପୋଖରୀରୁ ଜବତ ହୋଇଛି। ମୃତ ମହିଳା ଜଣକ ବାସନ୍ତୀ ବେହେରା(୫୫) ଓରଫ ନଙ୍ଗୁଳି ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ରବିବାର ଅପରାହ୍ନରେ ବାସନ୍ତୀ ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ହେଲେ ସେ ଘରକୁ ନ ଫେରି ନିଖୋଜ ଥିଲେ। ଅନ୍ୟପକ୍ଷେ ବାସନ୍ତୀ ଦୀର୍ଘଦିନ ହେଲା ବାପଘରେ ରହୁଥିଲେ। ସୋମବାର ଘର ଲୋକେ ପୋଖରୀରେ ମୃତଦେହ ଭାସୁ ଥିବା ଦେଖି ଘଟଗାଁ ପୋଲିସକୁ ଖବର ଦେଇଥିଲେ। ଘଟଗାଁ ପୋଲିସ ପହଞ୍ଚି ମୃତଦେହ ଜବତ କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରଣପଶି ରେଲ୍‌ଓ୍ବେ ଓଭରବ୍ରିଜ୍‌ରେ ଫାଟ: ଦୋଷ ଢାଙ୍କିବାକୁ ପିଚୁ ପ୍ୟାଚ୍‌

ଢେଙ୍କାନାଳ ଅଫିସ,୧୭ା୭-ଢେଙ୍କାନାଳ ସଦର ବ୍ଲକ ରଣପଶି ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ରେଲୱେ ଓଭରବ୍ରିଜରେ ଫାଟ ସୃଷ୍ଟି ହୋଇଛି। ଏହି ଘଟଣା ପଦାକୁ ଆସିବା...

କର୍ଦ୍ଦମାକ୍ତ ହୋଇପଡିଛି ଅମାମୁଣ୍ଡା-କୁହିବାହାଲ ରାସ୍ତା

ବିନିକା, ୧୩ା୮(ଡି.ଏନ୍‌.ଏ.):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଜୁଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଅମାମୁଣ୍ଡାରୁ କୁହିବାହାଲକୁ ସଂଯୋଗ କରୁଥିବା ୪ କିମି ରାସ୍ତା ଶୋଚନୀୟ ହୋଇପଡିଛି। ଦୀର୍ଘବର୍ଷ...

ମା’ମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବ; ମହିଳାମାନଙ୍କୁ ଗ୍ୟାସ ବଣ୍ଟନ

ନୂଆପଡା ଅଫିସ,୧୫ା୮: ମାତୃଶକ୍ତି ମହାନ ଶକ୍ତି । ମା’ମାନେ ସଶକ୍ତ ହେଲେ ଦେଶ ଆଗକୁ ଯିବ ବୋଲି ମତପ୍ରକାଶ ପାଇଛି । ସ୍ଥାନୀୟ ସାରାବଙ୍ଗ ଗ୍ରାମପଞ୍ଚାୟତ...

ନବନିର୍ମାଣ କୃଷକ ସଙ୍ଗଠନର ସମାବେଶ

ନୟାଗଡ଼ ଅଫିସ,୧୦ା୧୦: ନବନିର୍ମାଣ କୃଷକ ସଙ୍ଗଠନର ନୟାଗଡ଼ ଜିଲାସ୍ତରୀୟ ସମାବେଶ ବୁଧବାର ସହରସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଯୋଜକ ମହେଶ୍ୱର ଜେନାଙ୍କ...

ରକ୍ତତୀର୍ଥ ଇରମରୁ ବାହାରିଲା ମଶାଲ ଶୋଭାଯାତ୍ରା

ବାସୁଦେବପୁର, ୧୧।୧୨(ଡି.ଏନ.ଏ.)- ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ-୨୦୧୯ର ଉଦ୍‌ଘାଟନୀ ଉତ୍ସବ ଲାଗି ବାସୁଦେବପୁରର ରକ୍ତତୀର୍ଥ ଇରମରୁ ବୁଧବାର ଅପରାହ୍ନରେ ମଶାଲ ଶୋଭାଯାତ୍ରା ବାହାରି ଭଦ୍ରକରେ ପହଞ୍ଚିଥିଲା। ଲୁଙ୍ଗା...

ନୂଆଗାଁ ପଞ୍ଚାୟତ଼ରେ ବାହାର ଫେରନ୍ତାଙ୍କ ନିମନ୍ତେ ପଞ୍ଜୀକରଣ ପ୍ରକୟିୟା ଆରମ୍ଭ

ରାଇସୁଆଁ,୨୭।୪(ଡି.ଏନ୍‌.ଏ.): ମହାମାରୀ କରୋନକୁ ପ୍ରତିହତ ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଜାରିରହିଛି। ଏହି ସମୟରେ ବାହାର ରାଜ୍ୟକୁ କାମ ଧନ୍ଦା ପାଇଁ ଯାଇଥିବା ଶ୍ରମିକମାନେ ଫସି...

ଟ୍ରକ୍‌-ଟ୍ରେଲର ମୁହାଁମୁହିଁ ଧକ୍କା; ୮ ଘଣ୍ଟା ରାସ୍ତା ଜାମ୍‌

ପରଜଙ୍ଗ, ୨୩।୯(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ୧୪୯ନଂ. ଜାତୀୟ ରାଜପଥର ଭେଜିଆ ଛକ ନିକଟରେ ରବିବାର ଭୋର୍‌ ୩ଟାରେ ଛାତିଥରା ଦୁର୍ଘଟଣା...

ସମ୍ପାଦକଙ୍କୁ ବହିଷ୍କାର କରିପାରିବ କମିଟି

ଯାଜପୁର ଅଫିସ,୧୪ା୧୧: ଯାଜପୁର ଜିଲା ଧର୍ମଶାଳା ବ୍ଲକ ମହିସରା ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ସମ୍ପାଦକ ଅମରେନ୍ଦ୍ର ରାଉତଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ...

Advertisement
Archives

Model This Week