ଆଦର୍ଶ ବିଦ୍ୟାଳୟର ୨ କର୍ମଚାରୀ ହାତାହାତି: ସୋସିଆଲ ମିଡିଆରେ ଭାଇରାଲ

ପୁରୁଷୋତ୍ତମପୁର,୧୭।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡ଼ା ଆଦର୍ଶ ବିଦ୍ୟାଳୟର ଜଣେ ମହିଳା ଏବଂ ଜଣେ ପୁରୁଷ କର୍ମଚାରୀଙ୍କ ମଧ୍ୟରେ ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତା ବାଇଧର ମନ୍ଦିର ନିକଟରେ ହାତାହାତି ହୋଇଛି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ହାତାହାତି ପରେ ମହିଳା ଜଣକ କାନ୍ଦୁଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ଦେଖି ରୁଣ୍ଡ ହୋଇଯାଇଥିଲେ। ଏହି ଖବର ପାଇ ମହିଳାଙ୍କ ସ୍ବାମୀ ଓ ତାଙ୍କ ସମ୍ପର୍କୀୟ ଘଟଣା ସ୍ଥଳରେ ପହଞ୍ଚତ୍ଥିଲେ। ସେତିକିବେଳେ ହତ୍ୟା ଧମକ ମଧ୍ୟ ଦିଆଯାଇଥିବା ଭିଡିଓରେ ଶୁଣିବାକୁ ମିଳୁଛି। ଅନ୍ୟପକ୍ଷେ ଘଟଣାସ୍ଥଳରେ କିଛି ଅଘଟଣ ହେବା ଆଶଙ୍କା କରି ରାସ୍ତାରେ ଯାଉଥିବା କେତେଜଣ ବ୍ୟକ୍ତି ପୁରୁଷୋତ୍ତମପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ଆଣିଥିଲା। ଉଭୟେ ଥାନାରେ ସାମାନ୍ୟ କଥାକୁ ନେଇ ବଚସା ହୋଇଥିବାର ସ୍ବୀକାର କରି ପରସ୍ପର ମଧ୍ୟରେ ରାଜିନାମା ହୋଇ ଘରକୁ ଯାଇଥିଲେ।

ଏପରିକି ଭିଡିଓରେ ମହିଳାଙ୍କ ସ୍ବାମୀଙ୍କ କଥାରୁ ଜଣାପଡୁଛି, ପୂର୍ବରୁ ମଧ୍ୟ ଏପରି ଗଣ୍ଡଗୋଳ ଘଟିଛି। କେଉଁ କାରଣରୁ ୨ କର୍ମଚାରୀଙ୍କ ମଧ୍ୟରେ ଏଭଳି ଘଟିଛି ତାହାର ପ୍ରକୃତ ଘଟଣା ଜଣାପଡି ନ ଥିବା ବେଳେ ବିଦ୍ୟାଳୟର କିଛି କାର୍ଯ୍ୟକୁ ନେଇ ଘଟିଥିବା ଚର୍ଚ୍ଚା ଜୋର ଧରିଛି। ଏହାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତର ସହ ନେଇ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ବିଦ୍ୟାଳୟ ପରିସରରେ ମଧ୍ୟ ଏଭଳି କାଣ୍ଡ ଘଟିବା ଆଶଙ୍କା ରହିଛି । ଏହାର ପ୍ରଭାବ ଛାତ୍ରୀଛାତ୍ରଙ୍କ ଉପରେ ପଡିବ ବୋଲି କେତେଜଣ ଅଭିଭାବକ କହିଛନ୍ତି। ଏହାକୁ ନେଇ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରାଯିବାରେ ଏହି ଘଟଣା ବାହାରେ ଘଟିଛି। ତେଣୁ ସେ ଜାଣିନାହାନ୍ତି। ଉଭୟ କର୍ମଚାରୀ କଣ୍ଟ୍ରାଚୁଆଲ ଭାବେ ରହିଥିବାର କହିଛନ୍ତି। ଏହାର ତଦନ୍ତ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri