ପୁରୀ ଅଫିସ,୧୭ା୧୦: ପୁରୀ ସହରରେ ରବିବାର ପ୍ରବଳ ବର୍ଷା ପରେ ଦୁର୍ବଳ ସ୍ବେରେଜ ବ୍ୟବସ୍ଥା ପଦାରେ ପଡ଼ିଛି। ଶ୍ରୀମନ୍ଦିର, ସ୍ବର୍ଗଦ୍ୱାର ଅଞ୍ଚଳ ସମେତ ସାହି ଗଳିକନ୍ଦିରେ ବର୍ଷାଜଳ ସହ ଉଦ୍ବୃତ୍ତ ଡ୍ରେନ୍ ପାଣି ମିଶି ରାସ୍ତାରେ ଲହଡ଼ି ଭାଙ୍ଗୁଛି। ନିଷ୍କାସନ ସୁବିଧା ନ ଥିବାରୁ ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ମୁଖରେ ନର୍ଦ୍ଦମାପାଣି ସହ ବର୍ଷାଜଳ ଜମିରହି ଏକ କୃତ୍ରିମ ଜଳାଶୟ ସୃଷ୍ଟି ହୋଇଛି। ଏହି ଅପରିଷ୍କାର ପାଣିରେ ପଶି ସ୍ଥାନୀୟ ଲୋକଙ୍କ ସମେତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଯାତାୟତ କରିବାକୁ ପଡ଼ୁଛି। ଫଳରେ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ରବିବାର ଅପରାହ୍ନ ପ୍ରାୟ ୨ଟାରୁ ୪୦ ମିନିଟ୍ ଧରି ପ୍ରବଳ ବର୍ଷା ହୋଇଥିଲା। ଫଳରେ ସହରର ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିଥିଲା। ସେହିପରି ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ମୁଖରେ ବର୍ଷାଜଳ ସାଙ୍ଗକୁ ସ୍ଥାନୀୟ ଡ୍ରେନ୍ରୁ ଉଦ୍ବୃତ୍ତ ପାଣି ମିଶି ଜମି ରହିବାରୁ ଯାତାୟାତରେ ସମସ୍ୟା ଉପୁଜିଥିଲା। ଶ୍ରୀମନ୍ଦିରକୁ ସେବାୟତମାନେ ଖାଲିପାଦରେ ଯାଇଥାଆନ୍ତି। ଏଭଳି ସ୍ଥିତିରେ ସେମାନେ ଏହି ଅପରିଷ୍କାର ପାଣିରେ ପଶି ଯାତାୟତ କରିବାକୁ ବାଧ୍ୟ ହୋଇଥିଲେ। ସେହିଭଳି ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଯୋଗୁ ରାସ୍ତା ସଙ୍କୁଚିତ ହୋଇ ଅଧିକ ସମସ୍ୟା ସୃଷ୍ଟି କରୁଛି। ସ୍ବର୍ଗଦ୍ୱାର ସମ୍ମୁଖ ବେଳାଭୂମି ରାସ୍ତାରେ ମଧ୍ୟ ପାଣି ନିଷ୍କାସନ ହେଉନାହିଁ। ସ୍ବର୍ଗଦ୍ୱାର ସଂଶ୍ଳିଷ୍ଟ ରୋଡ୍ ବେଳାଭୂମିର ସବୁଠାରୁ ଗହଳଚହଳ ସ୍ଥାନ ହୋଇଥିବା ବେଳେ ସ୍ବେରେଜରେ ପାଣି ନ ଯିବା ସମସ୍ୟା ବଢ଼ାଉଛି। ସ୍ବର୍ଗଦ୍ୱାର ନିକଟ ସ୍ବେରେଜ ଫାଟିଯାଇଛି। ଏହାକୁ ପ୍ରଶାସନ ଏପର୍ଯ୍ୟନ୍ତ ମରାମତି କରିନାହିଁ। ସାରା ସହରରେ ସ୍ଥିତି ପ୍ରାୟତଃ ଏହିଭଳି ରହିଥିଲେ ମଧ୍ୟ ପୌରସଂସ୍ଥା ଧ୍ୟାନ ଦେଉନାହିଁ। ସ୍ବେରେଜ ପାଇଁ ରାସ୍ତା ଥାଇ ମଧ୍ୟ ପାଣି କାହିଁକି ନିଷ୍କାସନ ହେଉନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରୁଛନ୍ତି। ସାମାଜିକ କର୍ମୀ ସ୍ବାଧୀନ ପଣ୍ଡା କହିଛନ୍ତି, କେବଳ ସ୍ବେରେଜ କରି ରାସ୍ତା ଛାଡ଼ିଦେଲେ ଜଳବନ୍ଦୀ ସମସ୍ୟା ଦୂର ହେବ ନାହିଁ। ସ୍ବେରେଜକୁ ନିୟମିତ ବ୍ୟବଧାନରେ ସଫା କରାଯିବା ଦରକାର। ମାତ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ସ୍ବେରେଜ ମୁହଁଠାରୁ ଆରମ୍ଭ କରି ନିଷ୍କାସନସ୍ଥଳୀ ପର୍ଯ୍ୟନ୍ତ ରାସ୍ତା ସଫା କରାଯିବା ଦରକାର। ତାହା ଠିକ ଭାବେ ନ ହୋଇପାରିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ। ପାର୍ବଣ ଋତୁରେ ପୁରୀ ସହରରେ ଗହଳି ସାଙ୍ଗକୁ ଏଭଳି ଅପରିଷ୍କାର ପରିବେଶ ପ୍ରଶାସନର ବିଫଳତାକୁ ଦର୍ଶାଉଛି। କେବଳ ସହରର ପ୍ରମୁଖ ଅଞ୍ଚଳ ନୁହେଁ ବରଂ ସାହି ଗଳିକନ୍ଦିରେ ବର୍ଷାପାଣି ଜମିରହୁଛି। ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, କିଛି ସ୍ଥାନରେ ପାଣି ଜମି ରହୁଥିବା ଖବର ମିଳିଛି। ସମ୍ପୃକ୍ତ ସ୍ବେରେଜକୁ ସଫା କରାଯାଇ କିଭଳି ଜଳ ନିଷ୍କାସନ କରାଯିବ ସେଥିଲାଗି ପଦକ୍ଷେପ ନିଆଯିବ।
Posted inHome, Home Left, ଆମ ଜିଲା ଖବର, ପୁରୀ View All
ଧର୍ମଶାଳା ABEOଙ୍କ ସମ୍ପତ୍ତି ଦେଖି ତାଜୁବ୍! ୧୯ଟି ପ୍ଲଟ୍, ୩ଟି ବହୁତଳ କୋଠା ଠାବ
ଭୁବନେଶ୍ୱର,ଧର୍ମଶାଳା୧୨।୧୦(ଶିବପ୍ରସାଦ ମହାନ୍ତି): ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ୧୯ଟି ପ୍ଲଟ୍ ଠାବ ହୋଇଥିବା ସୂଚନା ମିଳିଛି। ଏହା…
ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ
ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…
୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍
ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍ର ଦାମ୍କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…
ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…
ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…
ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ; ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ
ୱାର୍ସା,୧୨।୧୦: ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସମ୍ଭାବ୍ୟ ବିପଦ…
ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…
ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…
ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍ ହାତେଇବାକୁ ଆପଣାଉଛନ୍ତି ଏହି…
ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…
ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ
ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍ପ୍ରେମୀଙ୍କ ମନରେ ରହିଛି…

