ପୋଖରୀ ହୁଡ଼ାରୁ ମିଳିଲା ନବଜାତ ଶିଶୁର ମୃତଦେହ

ଭବାନୀପାଟଣା,୨୩।୮(ସ୍ବ.ପ୍ର): ନବଜାତ ଶିଶୁକୁ ମାରି ଫିଙ୍ଗିଦେବା ଘଟଣା କଳାହାଣ୍ଡି ଜିଲାରେ ନୂଆନୁହେଁ l ଗତବର୍ଷ କଳାହାଣ୍ଡିର ବିଭିନ୍ନ ସ୍ଥାନରୁ ନଜଜାତ ଶିଶୁଙ୍କ ମୃତଦେହ ଠାବ ହୋଇଥିଲା l ଏହାକୁ ନେଇ କଳାହାଣ୍ଡି ଜିଲା ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସିଥିଲା l ପରେ ଏଭଳି ଘଟଣା କିଛି ମାତ୍ରାରେ କମିଥିଲେ ମଧ୍ୟ ପୁଣି ଜିଲାରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି l ଏବେ କିନ୍ତୁ କୌଣସି ସହରରେ ନୁହେଁ, ସଦର ମହକୁମାଠାରୁ ମାତ୍ର ୧୨ କି.ମି. ଦୂର ଗୋଟିଏ ଗାଁର ଘଟଣା l

ସୂଚନା ମୁତାବକ ଭବାନୀପାଟଣା ବ୍ଲକ ଅଧୀନ କରାଟିକିଲି ଗାଁର ମହାବନ୍ଧ ପୋଖରୀ ହୁଡାରେ ସୋମବାର ରାତିରେ ଏକ ନଜଜାତ ଶିଶୁର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଭବାନୀପାଟଣା ସଦର ଥାନାକୁ ଫୋନ କରି ଜଣାଇଥିଲେ। ଖବର ପାଇ ସଦର ଥାନା ଆଇଆଇସି ରଶ୍ମିତା ପ୍ରଧାନ ଏବଂ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁର ମୃତଦେହ ଉଦ୍ଧାର କରିଥିଲେ। ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ମୃତ୍ୟୁ ମାମଲା: ଫରେଷ୍ଟର,ଗାର୍ଡ ନିଲମ୍ବିତ

କେନ୍ଦୁଝର,୩୦।୮ (ସ୍ବ.ପ୍ର.) ସ୍ଥାନୀୟ ଓୟୁଏଟି କ୍ୟାମ୍ପସରେ ଦୁଇ ମାଈହାତୀ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିବା ଘଟଣାରେ ବନ ବିଭାଗ ଫରେଷ୍ଟର ପ୍ରଦୀପ ବାରିକ ଏବଂ ଗାର୍ଡ...

ଏଥର ତ୍ରିମୁଖୀ ଲଢ଼େଇ

କେନ୍ଦୁଝର, ୮ା୩ (ସ୍ବ.ପ୍ର.) ପାୈରନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲର ସୋମବାର ଥିଲା ଶେଷ ଦିନ। ଚଳିତ ନିର୍ବାଚନରେ ପାୈରାଧ୍ୟକ୍ଷ ନିର୍ବାଚନ ବହୁ ବର୍ଷ ପରେ ସିଧାସଳଖ...

ଭୁଶୁଡି ପଡ଼ିଛି ୫-ଟି ସ୍କୁଲ ପାଚେରି, ଅଧିକାରୀଙ୍କ ପାଖରେ ଖବର ନାହିଁ

ଉମରକୋଟ, ୩୦।୬(ସ୍ବ.ପ୍ର.): ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ମନ୍ତ୍ରକୁ ଗରୁତ୍ୱ ଦେଇ ସମସ୍ତ ସରକାରୀ ସ୍କୁଲର ଭିତ୍ତିଭୂମି ସଜାଡି ଗୁଣାତ୍ମକ ଶିକ୍ଷା ଯୋଗାଇବାକୁ ସରକାର ଅହରହ...

ମାନଚିତ୍ରରେ ନ ଥିବା ଗାଁ ଚିହ୍ନଟ କଲେ ତହସିଲଦାର

ମାଲକାନଗିରି, ୪।୧୨ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାନଚିତ୍ରରେ ନ ଥିବା ଗାଁ ଚିହ୍ନଟ କରିଛନ୍ତି ତହସିଲଦାର। ଏହି ନୂତନ ଗ୍ରାମ ହେଲା ଖଇରପୁଟ ବ୍ଲକ ରାସବେଡ଼ା...

ଅବହେଳା ନ କରିବାକୁ ତାଗିଦ

ଅନୁଗୋଳ ଅଫିସ,୨୩ା୮: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଦେଶ ଅନୁଯାୟୀ ସ୍ବଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରକାଶନ ନିମନ୍ତେ ଗତ ୧ ତାରିଖଠାରୁ ଆଧାର...

ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ସଜନାଗଡ଼,୧୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଜଙ୍ଗଲରୁ ମଙ୍ଗଳବାର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ସେ ହେଲେ ବରହମପୁର ଥାନା ଅଧୀନ କେସିପୁର ପଞ୍ଚାୟତ...

ଦରଖଁଡ଼ିଆ ହେଇ ପଡ଼ିଛେ ଅଙ୍ଗନଓ୍ବାଡି କେନ୍ଦ୍ର

  ଗୁଡ଼ଭେଲିପଦର, ୧୧।୧ (ଡି.ଏନ.ଏ)- ରାଏଜର ଭିନେ ଭିନେ ଜିଲାରେ ଅନେକ ଅଙ୍ଗନଓ୍ବାଡି ଘର ଦଦ୍‌ରା ହେଇ ବିପଦ୍‌ ଅବସ୍‌ତାରେ ଥିବାର ରାଏଜ୍‌ ସରକାରକଁର ନଜରକେ...

ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬.୫ ରେକର୍ଡ: ବଢ଼ୁଛି ଶୀତ, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୭।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ଶୀତ ଆହୁରି ଅଧିକ ବଢ଼ିବା ସହ ତାପମାତ୍ରା ହ୍ରାସ ପାଇଛି। ସକାଳ ୮ଟା ସୁଦ୍ଧା ପାରଦ...

Advertisement
Archives

Model This Week