ଡଙ୍ଗା ବନ୍ଦ କରିଦେଲା ପଞ୍ଚାୟତ

ଝାରସୁଗୁଡ଼ା ଅଫିସ,୩ା୪: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ସୀମାନ୍ତବର୍ତ୍ତୀ ୧୯ଖଣ୍ଡ ମୌଜା ଅନ୍ତର୍ଗତ ମହାନଦୀର ମହୁଲପାଲି ଘାଟରୁ ବରଗଡ ଜିଲା ଅମ୍ବାଭୋନା ବ୍ଲକ୍‌ ଚିଖିଲକୁ ଡଙ୍ଗା ଚଳାଚଳ ବନ୍ଦ ହୋଇଯାଇଛି। ଫଳରେ ଉଭୟ ଜିଲାର ଲୋକଙ୍କ ଯାତାୟାତ ଠପ୍‌ ହୋଇଯାଇଛି। ଏ ସମ୍ପର୍କରେ ପୂର୍ବ ସୂଚନା ନ ଥିବାରୁ ଦୂରଦୂରାନ୍ତରୁ ଲୋକେ ନଦୀଘାଟକୁ ଆସି ଫେରିଯାଉଛନ୍ତି। ବନ୍ଦ ଥିବା ଡଙ୍ଗା ପୁନଃ ଚାଲୁ କରିବା ପାଇଁ ଉଭୟ ଜିଲାର ଲୋକେ ଦାବି କରିଛନ୍ତି।

ମହୁଲପାଲି ଡଙ୍ଗାଘାଟ ସ୍ଥାନୀୟ କଣ୍ଢେଇକେଲା ପଞ୍ଚାୟତ ଅଧୀନରେ ଆସୁଥିବା ବେଳେ ପଞ୍ଚାୟତ ପକ୍ଷରୁ ଏହାକୁ ପ୍ରତିବର୍ଷ ନିଲାମ କରାଯାଇଥାଏ। ୨୦୨୧-୨୨ ଆର୍ଥତ୍କ ବର୍ଷର ଡଙ୍ଗାଘାଟ ନିଲାମ ମାର୍ଚ୍ଚ ୩୧ ତାରିଖରେ ଶେଷ ହୋଇଯାଇଛି। ଏ ନେଇ ପଞ୍ଚାୟତ ତରଫରୁ କୌଣସି ବିକଳ୍ପ ବ୍ୟବସ୍ଥା କରା ନ ଯାଇ ଠିକାଦାରଙ୍କୁ ଡଙ୍ଗା ଚଳାଚଳ ବନ୍ଦ କରିବାପାଇଁ ନୋଟିସ୍‌ ଜାରି କରାଯାଇଛି ।

ଅନ୍ୟପକ୍ଷେ ଏକ ଯାତ୍ରୀବାହୀ ଡଙ୍ଗା ଚଳାଚଳ କରିବା ପାଇଁ ପ୍ରୟାସ କରାଯାଇଥିଲା। ହେଲେ ଡଙ୍ଗାରେ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଫଳରେ ଡଙ୍ଗା ଚଳାଚଳ ହୋଇପାରି ନ ଥିଲା। ଏ ନେଇ ସରପଞ୍ଚ ଅଶୋକ ସେଠ୍‌ ଓ ସମିତିସଭ୍ୟ ଅନିଲ ବାରିକ ଘାଟ ନିଲାମ ହେବା ପର୍ଯ୍ୟନ୍ତ ତୁରନ୍ତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଡିଓ ସଞ୍ଜୀବ ପଟେଲ ଯୁଦ୍ଧକାଳୀନ ଭିତ୍ତିରେ ଡଙ୍ଗା ଚଳାଚଳ କରିବା ପାଇଁ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୀବନୀ ପାଇଁ ମିଳୁନି ସ୍ଲଟ୍‌

ଅନୁଗୋଳ ଅଫିସ, ୧୫ା୫ କରୋନାର ଦ୍ୱିତୀୟ ଲହରକୁ ନେଇ ସଭିଏଁ ଚିନ୍ତିତ। କେବେ ଏହା କବଳରୁ ମୁକ୍ତି ମିଳିବ ତାହା ଜଣାପଡ଼ୁ ନ ଥିବାବେଳେ ବର୍ଷାଧିକ...

ସାଇବର ଠକେଇର ଶିକାର ହେଲେ ଯୁବକ

ପାଟଣା,୯।୫(ସ୍ବ. ପ୍ର.): ସୋସିଆଲ ମିଡିଆ ସାଇବର ଠକଙ୍କ ପାଦୁର୍ଭାବ ଦିନ ଦିନ ବୃଦ୍ଧି ପାଇବାରେ ଲାଗିଛି। ସାଇବର ଠକ ମାନେ ଲୋନ ଆପ୍‌ରେ ଲୋକଙ୍କୁ ଟଙ୍କା ଦେଇ...

ଉପାନ୍ତ ଅଞ୍ଚଳରେ ନୃତ୍ୟ, ସଂଗୀତ, ଚିତ୍ରକଳା ପାଇଁ ଖୋଲିଲା ସା ରେ ଗା ମା…

ଯୋଡ଼ା,୨୪।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ଲକ୍ଷ୍ମୀ ପଡିଆଠାରେ ଉପାନ୍ତ ଅଞ୍ଚଳର ନୃତ୍ୟ, କଳା, ଚିତ୍ରକଳା ଓ ସଂଗୀତର ଉତ୍‌ଥାନ ନିମନ୍ତେ ସା ରେ ଗା...

ପୋଖରୀ, ନାଳ ପାଣି ଭରସା

ପଦ୍ମପୁର, ୩୧।୮(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ସାନକୃଷ୍ଣପୁର ପଞ୍ଚାୟତ ତେନ୍ତୁଳି ଆଡିଆ ଗ୍ରାମ ଲୋକଙ୍କୁ ଏବେ ଭରସା ପୋଖରୀ ଓ ନାଳ ପାଣି। ୮...

ଦ୍ବିତୀୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘର ଧର୍ମଘଟ: ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି

ବାଲିଗୁଡ଼ା:୧୬।୩(ଡି.ଏନ.ଏ): ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା ଦାବି ନେଇ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଓଡ଼ିଶା...

ମୁଖ୍ୟମନ୍ତ୍ରୀ ଦେଲେ ନିରଦେଶ: ଉପ୍‌କାର ପାଏଲେ ୪ ଅସାହା ଲୋକ୍‌

ଲାଠୋର, ୬ା୯ (ଡି.ଏନ୍‌.ଏ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲାପାଲକୁଁ ଟୁଇଟର ଜରିଆରେ ୪ ଝନ୍‌ ଅସାହା ଲୁକ୍‌କୁ ଯେତେ ଜଲଦି ହେବା ସାହାଯ୍‌ ଯୁଗେଇ...

ଗଞ୍ଜାମରେ ନକଲି କୋଲ୍ଡ ଡିଙ୍କ୍ସ କାରଖାନା ଠାବ, ମାଲିକଙ୍କୁ ଉଠାଇ ଆଣିଲା ପୋଲିସ

ବ୍ରହ୍ମପୁର ଅଫିସ , ୨୬।୧ – ଗଞ୍ଜାମ ଜିଲାର ସହର ଓ ସହର ତଳି ଅଞ୍ଚଳରୁ ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା ଠାବ ହେବା ବନ୍ଦ...

କୋଭିଡ୍‌ ଫଣ୍ଡକୁ ଶିକ୍ଷକ ଦେଲେ ୪.୮୩ ଲକ୍ଷ

ଶେରଗଡ଼,୨୮ା୪(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକର ଶିକ୍ଷକମାନେ ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ଫଣ୍ଡକୁ ପ୍ରଦାନ କରିଛନ୍ତି। ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ୪ଲକ୍ଷ ୮୩ହଜାର ୪୪୧ଟଙ୍କା ସୋମବାର...

Advertisement
Archives

Model This Week