ଜିଏନ୍‌ଏମ୍‌ ପରୀକ୍ଷା ପାଇଁ ବୋର୍ଡ ପ୍ରକାଶ କଲା ନୂଆ ପ୍ରୋଗ୍ରାମ

ହାଟଡିହୀ,୨୦ା୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଥିବା ଓରାଳି ନର୍ସିଂ ସ୍କୁଲର ଛାତ୍ରୀଛାତ୍ରଙ୍କର ଡିସେମ୍ବର ୧୮ ଏବଂ ୧୯ରେ ହେବାକୁ ଥିବା ପରୀକ୍ଷା ବନ୍ଦ ହୋଇଥିଲା। ଏହି ପରୀକ୍ଷା ଜାନୁୟାରୀ ୫ ଏବଂ ୬ରେ ହେବ ବୋଲି ପ୍ରୋଗ୍ରାମ ପ୍ରକାଶ ପାଇଛି। ହାଟଡିହୀ କଲେଜକୁ ପରୀକ୍ଷା କେନ୍ଦ୍ର ଭାବେ ନିରୂପଣ କରାଯାଇଛି। ଏଠାରେ ୯୦ ଜଣ ପରୀକ୍ଷା ଦେବେ। ଫଳରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଖୁସି ପ୍ରକଟ ହୋଇଛି।

ହାଟଡିହୀ କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ କହିଛନ୍ତି, ପରୀକ୍ଷା ହଠାତ୍‌ ବନ୍ଦ ହୋଇଯାଇଥିଲା। ପୁନର୍ବାର ପରୀକ୍ଷା ହେବ ବୋଲି ଶୁଣିବାକୁ ପାଇଛୁ। କିନ୍ତୁ ନୋଟିସ ପାଇନୁ। ତେବେ ଏପରି ସମସ୍ୟା କେବଳ ହାଟଡିହୀ ଅଞ୍ଚଳରେ ଥିବା ନର୍ସିଂ ସ୍କୁଲ ପାଇଁ ନୁହେଁ, ଏହା ସାରା ରାଜ୍ୟର ସମସ୍ୟା ଅଟେ। ଓଡ଼ିଶା ନର୍ସେସ ଆଣ୍ଡ୍‌ ମିଡ଼ଓ୍ବାଇଭିସ୍‌ ଏକ୍‌ଜାମିନେଶନ ବୋର୍ଡ(ଓଏନ୍‌ଏମ୍‌ ଇବି) ପକ୍ଷରୁ ଗତ ୧୧.୧୨.୨୦୨୩ରୁ ପରୀକ୍ଷା ଆରମ୍ଭ ହୋଇ ୧୯.୧୨.୨୦୨୩ରେ ଶେଷ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବୋର୍ଡ ତରଫରୁ ୧୭.୧୨.୨୦୨୩ରେ ନୋଟିସ୍‌ ନଂ ୯୪୭/ଏନ୍‌ଇବି-୩/୨୦୨୩ ଅନୁସାରେ ୧୮ ଏବଂ ୧୯ ତାରିଖ ଦୁଇଦିନରେ ଅନୁଷ୍ଠିତ ହେବାକୁ ଥିବା ଜିଏନ୍‌ଏମ୍‌ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ କାରଣରୁ ବନ୍ଦ କରାଯାଇଥିଲା। ହଠାତ୍‌ ପରୀକ୍ଷା ବନ୍ଦ ହେବାକୁ ନେଇ ଛାତ୍ରୀଛାତ୍ରଙ୍କ ପାଇଁ ଚିନ୍ତାର କାରଣ ସାଜିବା ସହ ବିଭିନ୍ନ ମହଲରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଏ ନେଇ ଓଡ଼ିଶା ପୋଷ୍ଟ ଖବର କାଗଜରେ ଗତ ଡିସେମ୍ବର ୧୮ରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା। ଦୁଇଦିନ ପରେ ଅର୍ଥାତ୍‌ ୨୦.୧୨.୨୦୨୩ରେ ବୋର୍ଡ ଚିଠି ନଂ ୯୫୯/ଏନ୍‌ଇବି-୩/୨୦୨୩ ଅନୁସାରେ ଜିଏନ୍‌ଏମ୍‌ ପରୀକ୍ଷା ପାଇଁ ନୂତନ ପ୍ରୋଗ୍ରାମ ପ୍ରକାଶ କରିଛି। ଆସନ୍ତା ଜାନୁୟାରୀ ୫ ଏବଂ ୬ ତାରିଖ ଦୁଇଦିନ ପାଇଁ ପରୀକ୍ଷା ହେବ ବୋଲି ସ୍ଥିରୀକୃତ ହୋଇଛି। ଖୁବ୍‌ କମ୍‌ ସମୟରେ ପରୀକ୍ଷା ପ୍ରୋଗ୍ରାମ ପ୍ରକାଶ ପାଇବା ଦିଗରେ ବୋର୍ଡର ତ୍ୱରିତ ପଦକ୍ଷେପକୁ ପ୍ରଶଂସା କରାଯାଇଛି। ମାତ୍ର ପ୍ରଶ୍ନପତ୍ର ଲିକ୍‌ କିପରି ହେଲା ଏବଂ କିଏ କଲା ସେଇ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଜଣାପଡିଛି ଓଏନ୍‌ଏମ୍‌ଇବି ସେକ୍ରେଟାରୀ ବାସନ୍ତୀ ବେହେରା କହିଛନ୍ତି, ଲିକ୍‌ ହୋଇଥିବା ପ୍ରଶ୍ନପତ୍ର ଏବଂ ବୋର୍ଡ ତରଫରୁ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ରରେ ପ୍ରଶ୍ନ ସମାନ ଥିବାରୁ ପରୀକ୍ଷାକୁ ବନ୍ଦ କରାଯାଇଥିଲା। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପରୀକ୍ଷା ଶୀଘ୍ର କିପରି ହେବ ତାହାକୁ ଆମେ ପ୍ରାଥମିକତା ଦେଉଛୁ। କିନ୍ତୁ ଏପରି ଘଟଣା ପଛରେ ତଦନ୍ତ ଏବଂ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କରେ ପଚାରିବାରୁ ସେ ନୀରବ ରହିବା ସହ ଆମ ଉପରେ ଅଧିକାରୀ ଅଛନ୍ତି, ସେମାନେ ବୁଝିବେ ବୋଲି କହିଥିଲେ। ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ନାଗରିକ ଗଣେଶ ପ୍ରସାଦ କରଶର୍ମା ‘ଏକ୍ସ’ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ ଅଭିଯୋଗ କରି ପ୍ରଶ୍ନପତ୍ର ଲିକ୍‌ ପଛରେ ତଦନ୍ତ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ରୁଆ ବେଳେ ଅଘଟଣ, ବଜ୍ରପାତରେ ଚାଲିଗଲା ୪ ମହିଳାଙ୍କ ଜୀବନ

ସୁନ୍ଦରଗଡ,୧୧ା୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ପୃଥକ ପୃଥକ ସ୍ଥାନରେ ମଙ୍ଗଳବାର ବ୍ରଜପାତ ଘଟି ୪ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାମାନେ ହେଲେ ଛତିଶଗଡ଼…

ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଗୋଦାମ: ଅଡ଼ବା ପୁଲିସର ଚଢ଼ାଉରେ …

ମୋହନା, ୧୧।୮ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣକାରୀଙ୍କ ବିରୋଧରେ ଅଡ଼ବା ପୋଲିସକୁ ମିଳିଛି ବଡ଼ ସଫଳତା। କେଶରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେକାବନ୍ଧା ସଂରକ୍ଷିତ ଜଙ୍ଗଲରେ ଲୁଚାଇ…

ତାଳବଣିଆ ଛକ ନିକଟରେ ଓଲଟିଲା ଶ୍ରମିକ ବୋଝେଇ ପିକ୍‌ଅପ୍‌: ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଜଳେଶ୍ୱର, ୧୧।୮ (ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ପଞ୍ଚାୟତର ତାଳବଣିଆ ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରମିକ ବୋଝେଇ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ମୃତ୍ୟୁକୁ ଜୟ କରିପାରିଲେନି ମୃତ୍ୟୁଞ୍ଜୟ: ଶେଷରେ…

ଗୁଡାରି, ୧୧।୮ (ପ୍ରମୋଦ କୁମାର ପତି): ଗୁଡାରି ସହରର ଗୌଡ଼ ସାହି ବାସିନ୍ଦା ନରସିଂହ ପାଢ଼ୀଙ୍କ କଲେଜ ପଢୁଆ ପୁଅ ମୃତ୍ୟୁଞ୍ଜୟ ପାଢ଼ୀ କ୍ୟାନ୍‌ସର ସହ ଦୀର୍ଘଦିନ…

ଝାଡଖଣ୍ଡକୁ କାହିଁକି ଗଲେନି ରାହୁଲ ଗାନ୍ଧୀ? ସିଧା ସିଧା ଉତ୍ତର ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୧୧।୮: ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ମଙ୍ଗଳବାର ଦିନ ସଂସଦ ପରିସର ବାହାରେ NDA ଏବଂ ବିରୋଧୀ ଦଳର ସାଂସଦମାନେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ…

ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟରେ ସ୍ୱର୍ଣ୍ଣପ୍ରାଶନ କାର୍ଯ୍ୟକ୍ରମ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲରେ ମଙ୍ଗଳବାର କୌମାରଭୃତ୍ୟ–ଶିଶୁରୋଗ ବିଭାଗ ପକ୍ଷରୁ ଶିଶୁମାନଙ୍କ ସୁସ୍ଥତା ଓ ସାମଗ୍ରିକ ବିକାଶକୁ ଲକ୍ଷ୍ୟ…

ଦଶମ ପାସ କରିଥିଲେ ଆୟକର ବିଭାଗରେ ସରକାରୀ ଚାକିରି; ଦରମା ୫୫ହଜାରୁ ଅଧିକ, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ଆୟକର ବିଭାଗ ୧୦ମ ପାସ୍ ଯୁବକମାନଙ୍କ ପାଇଁ ସରକାରୀ ଚାକିରିର ସୁଯୋଗ ଆଣିଦେଇଛି। ବିଭାଗର ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ କ୍ଷେତ୍ରରେ କ୍ୟାଣ୍ଟିନ୍ ଆଟେଣ୍ଡାଣ୍ଟ (କ୍ୟାଣ୍ଟିନ୍ ପରିଚାରକ)ର ୭ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri