ଟିକସ ଆଦାୟ ଚିନ୍ତା, ଶେଷବେଳକୁ ତତ୍ପରତା

ଭୁବନେଶ୍ୱର, ୪।୩ (ବ୍ୟୁରୋ): ବାହାଘର ବେଳେ ବାଇଗଣ ରୁଆ ଭଳି ଶେଷ ବେଳକୁ ବିଏମ୍‌ସିର ଚେତା ପଶିଛି। କେମିତି ଧାର୍ଯ୍ୟ ଟିକସ ଆଦାୟ ହେବ ସେ ନେଇ ତନାଘନା ଆରମ୍ଭ ହୋଇଯାଇଛି। ବର୍ଷତମାମ ଅଧିକାରୀଙ୍କର ରାଜସ୍ବ ଆଦାୟ ପ୍ରତି ଆନ୍ତରିକତା ଦେଖିବାକୁ ମିଳୁ ନ ଥିଲା। ଏବେ ହାତରେ ଆଉ ୨୦/୨୫ଦିନ ଥିବାବେଳେ ଅଧିକ ତତ୍ପର ହୋଇପଡିଛି ବିଏମ୍‌ସି। ଚଳିତ ଆର୍ଥତ୍କ ବର୍ଷରେ ବିଏମ୍‌ସି ୨୭୭ କୋଟି ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ ରଖିଥିଲା। ତେବେ ଧାର୍ଯ୍ୟ ଲକ୍ଷ୍ୟଠାରୁ କୋଷ ଦୂରରେ ଥିବାବେଳେ ଆର୍ଥିକ ବର୍ଷର ଶେଷ ବେଳକୁ କ୍ୟୁ-ଆର୍‌ କୋଡ ଧରି ଘରକୁ ଘର ବୁଲି ରାଜସ୍ବ ଆଦାୟ ବଢାଇବାକୁ ବିଏମ୍‌ସି ୱାର୍ଡ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛି। ପ୍ରତ୍ୟେକ ୱାର୍ଡ ଅଫିସର ନିଜ ନିଜ ଜୋନ କାର୍ଯ୍ୟାଳୟରୁ କ୍ୟୁ-ଆର୍‌ କୋଡ୍‌ ନେବାକୁ ଜୋନାଲ ଡେପୁଟି କମିଶନର (ଜେଡିସି)ଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଛି। ଏହି କ୍ୟୁ-ଆର୍‌ କୋଡ୍‌ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯିବ। ୱାର୍ଡ ଅଫିସରମାନେ ଘରକୁ ଘର ବୁଲି ପ୍ରତ୍ୟେକ ଦିନ ସକାଳ ୮ଟାରୁ ରାଜସ୍ବ ଆଦାୟ କରିବେ। ଏଥିସହ ନିଜ ନିଜ ୱାର୍ଡରେ ପହଞ୍ଚତ୍ ସେଲଫି ପଠାଇବେ। ଯଦି କେହି ନିର୍ଦ୍ଧାରିତ ସମୟ ମଧ୍ୟରେ ନ ପହଞ୍ଚତ୍ବେ, ତେବେ ସେଦିନ ତାଙ୍କ ଉପସ୍ଥାନ ପଡିବ ନାହିଁ ବୋଲି ବିଏମ୍‌ସି ରୋକଠୋକ ଶୁଣାଇ ଦେଇଛି। ଅପରପକ୍ଷେ କ୍ୟୁଆର୍‌ କୋଡ୍‌ ଧରି ଘରଘର ବୁଲିବାକୁ କେତେଜଣ ଓ୍ବାର୍ଡ ଅଫିସର ନାପସନ୍ଦ କରିଛନ୍ତି। ଏପରିକି କେମିତି କ୍ୟୁ-ଆର୍‌ କୋଡ୍‌ ସାହାଯ୍ୟରେ ଟିକସ ଆଦାୟ କରିବେ ସେ ନେଇ ସେମାନଙ୍କୁ ଜଣା ନ ଥିବା କେତେଜଣ ଅଭିଯୋଗ କରିଛନ୍ତି। ତେଣୁ ହାତରେ ଅଳ୍ପ ସମୟ ଥିବାବେଳେ ବିଏମ୍‌ସି ଟିକସ ଆଦାୟ କରିବ ନା, ଓ୍ବାର୍ଡ ଅଫିସରଙ୍କୁ କ୍ୟୁ-ଆର୍‌ କୋଡ୍‌ ପରିଚାଳନା ପାଇଁ ତାଲିମ୍‌ ଦେବ ସେ ନେଇ ଚିନ୍ତାରେ ପଡିଛି।

ଆଜିଠାରୁ ବିଏମ୍‌ସିର ଟିକସ ଆଦାୟ କ୍ୟାମ୍ପ
ଶନିବାରଠାରୁ ଜୋନ୍‌ ସ୍ତରରେ ଟିକସ ଆଦାୟ ପାଇଁ ବିଏମ୍‌ସି ପକ୍ଷରୁ କ୍ୟାମ୍ପର ଆୟୋଜନ କରାଯାଉଛି। ଟିକସଦାତାମାନେ ନିଜ ଓ୍ବାର୍ଡରେ ହୋଇଥିବା ଶିବିରକୁ ଯାଇ ସିଧା ସଳଖ ଟିକସ ପଇଠ କରିପାରିବେ। ଦକ୍ଷିଣ-ପୂର୍ବ ଜୋନ୍‌ରେ ଶନିବାରଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କ୍ୟାମ୍ପ ହେବ। ସେହିପରି ମୋଟ୍‌ ୧୩ଟି ସ୍ଥାନରେ ଭିନ୍ନଭିନ୍ନ ଦିନ କ୍ୟାମ୍ପ ଆୟୋଜିତ ହେବ। ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଟିକସଦାତା ଆସି ଟିକସ ପଇଠ କରିପାରିବେ। ସେହିପରି ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ମୋଟ୍‌ ୩ଟି ସ୍ଥାନରେ କ୍ୟାମ୍ପ ଆୟୋଜନ କରାଯିବ। ରେଣ୍ଟାଲସ୍ଥିତ ଡେ କେୟାର ସେଣ୍ଟରରେ ମାର୍ଚ୍ଚ ୯ରୁ ୧୧, ୟୁନିଟ-୮ କମ୍ୟୁନିଟି ସେଣ୍ଟରରେ ୧୩ରୁ ୧୫ ତାରିଖ ଏବଂ ଆଇଗିଣିଆସ୍ଥିତ ଡେ କେୟାର ସେଣ୍ଟରରେ ୧୬ରୁ ୧୮ ତାରିଖ ପୂର୍ବାହ୍ନ ୧୦ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କ୍ୟାମ୍ପ ପଡିବ। ସେହିପରି ଉତ୍ତର ଜୋନ୍‌ରେ ଶନିବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ଏବଂ ଓ୍ବାର୍ଡ ଅଫିସ୍‌ରେ କ୍ୟାମ୍ପ ଆୟୋଜନ କରାଯିବ। ପୂର୍ବାହ୍ନ ୧୦ରୁ ଅପରାହ୍ନ ୫ଟା ମଧ୍ୟରେ ଟିକସ ପଇଠ ହେବ। ଟିକସ ଆଦାୟ ପାଇଁ ଓ୍ବାର୍ଡ ଅଫିସର ଏବଂ ସେମାନଙ୍କୁ ସହଯୋଗ କରିବା ପାଇଁ ଅନ୍ୟ କର୍ମଚାରୀମାନେ ରହିବେ। ଅପରପକ୍ଷେ ବିଏମ୍‌ସି ଅଞ୍ଚଳରେ ମୋଟ୍‌ ୬୭ଟି ଓ୍ବାର୍ଡ ରହିଥିବାବେଳେ ୬୩ଟି ଓ୍ବାର୍ଡ ପାଇଁ କ୍ୟାମ୍ପର ଆୟୋଜନ କରାଯାଇଛି। ଏଥିରୁ ଓ୍ବାର୍ଡ ନଂ ୧୭, ୧୮ ,୧୯ ଏବଂ ୨୧ ନମ୍ବର ଓ୍ବାର୍ଡକୁ ବାଦ୍‌ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?