ଉଠାଦୋକାନୀ ମହାସଂଘ ସହ ବିଏମ୍‌ସିର ଆଲୋଚନା

ଭୁବନେଶ୍ୱର, ୨୭।୧୨ (ବ୍ୟୁରୋ):ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ସହ ଆଲୋଚନା କରିଛି ବିଏମ୍‌ସି। ସୋମବାର ଉତ୍ତର ବିଏମ୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମହାସଂଘର ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଉଠା ଦୋକାନ ଉଚ୍ଛେଦକୁ ତୁରନ୍ତ ବନ୍ଦ କରିବା, ଉଚ୍ଛେଦ ଦୋକାନୀଙ୍କୁ କ୍ଷତିପୂରଣ ସହ ଭେଣ୍ଡିଂଜୋନ୍‌ରେ ଥଇଥାନ କରିବା, ଉଚ୍ଛେଦ ସମୟରେ ଗାଳିଗୁଲଜ କରୁଥିବା ଅଧିକାରୀଙ୍କୁ ଆପରାଧିକ ଆଇନ ଅନୁଯାୟୀ ଗିରଫ କରିବା, ଉଚ୍ଛେଦ ସମୟରେ ମାନବିକତା ଅବଲମ୍ବନ କରିବା, ଉଚ୍ଛେଦ ହୋଇଥିବା ଦୋକାନୀଙ୍କ ତାଲିକା ଅନୁଯାୟୀ ୧ମାସ ମଧ୍ୟରେ ଥଇଥାନ କରିବା, ମହାସଂଘ କମିଟି ସହ ଆଲୋଚନା କରି ଉଚ୍ଛେଦ କରିବା, ଭେଣ୍ଡିଂଜୋନ୍‌ରେ ସ୍ଥାନୀୟ ଉଠା ଦୋକାନୀଙ୍କୁ ଥଇଥାନ କରିବା ଓ ବିଏମ୍‌ସି ସ୍କ୍ବାଡ୍‌ ସହିତ ମହାସଂଘର ସ୍କ୍ବାଡ୍‌କୁ ସାମିଲ୍‌ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ଉପରେ ଡେପୁଟି କମିଶନର ପୁରନ୍ଦର ନନ୍ଦଙ୍କ ସହ ଆଲୋଚନା କରାଯାଇଥିଲା। ଏନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ତୁରନ୍ତ ସମାଧାନ କରିବାକୁ ନନ୍ଦ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଉତ୍ତର ବିଏମ୍‌ସି ଅଞ୍ଚଳରେ ୩୦ଟି ଭେଣ୍ଡିଂଜୋନ ତିଆରି କରିବା ପାଇଁ ଜିଏ ବିଭାଗକୁ ଜାଗା ମଗାଯାଇଛି। ଜାଗା ମିଳିବା ପରେ ଉଚ୍ଛେଦ ଦୋକାନୀଙ୍କୁ ସେଠାରେ ଥଇଥାନ କରାଯିବ ବୋଲି ସେ କହିଥିଲେ। ତେବେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବାରୁ ଏହାକୁ ବିରୋଧ କରାଯାଇଥିଲା। ପ୍ରତିବାଦ ସ୍ବରୂପ ୩୦ ତାରିଖରେ ବିଏମ୍‌ସି, ବିଡିଏ, ନବୀନ ନିବାସ, କଳିଙ୍ଗ ଷ୍ଟାଡ଼ିୟମର ୪ଟି ଗେଟ୍‌କୁ ଉଠାଦୋକାନୀ ଏବଂ ତାଙ୍କ ପରିବାର ସଦସ୍ୟ ଘେରାଉ କରିବେ ବୋଲି ମହାସଂଘ ସଭାପତି ପ୍ରତାପ ସାହୁ ସୂଚନା ଦେଇଛନ୍ତି। ବୈଠକରେ ଆସିଣ୍ଟାଣ୍ଟ କମିଶନର ଉମେଶ ଚନ୍ଦ୍ର ଲେଙ୍କା, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ମହାସଂଘର ଅନୁଜ ପ୍ରଧାନ, ଜଗବନ୍ଧୁ ବେହେରା, କରୁଣାକର ରାଉତ, ଏସ୍‌.କେ. ଗୁହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri