କାଳବୈଶାଖୀ ଝଡ଼ ବର୍ଷାରେ ହୋଇଛି ବ୍ୟାପକ କ୍ଷତି

କୋରାପୁଟ,୨୧ା୫(ସ୍ବ.ପ୍ର.): କୋରାପୁଟ ସହର ସମେତ ଆଖପାଖ ଅଞ୍ଚଳରେ ଶୁକ୍ରବାର ସଂନ୍ଧ୍ୟାରେ ହୋଇଥିବା କାଳ ବୈଶାଖ ଝଡପବନ ଓ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କୋରାପୁଟ ସହର ସମେତ ଲକ୍ଷ୍ମୀପୁର, ସେମିଳିଗୁଡା ବ୍ଲକରେ ୨୨୫ ମିମି ବର୍ଷା ହୋଇଥିଲା। ଏହିସବୁ ଅଞ୍ଚଳରେ ୧୦୦ରୁ ଊର୍ଦ୍ଧ୍ୱ ଘର ଆଂଶିକ ରୂପେ ଭାଙ୍ଗିଥିବା ଜିଲା ଜରୁରୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ କହିଛନ୍ତି। ଏହି ଝଡ ଓ ବର୍ଷାରେ କୋରାପୁଟ ଡିଆରଡିଏ ଗେଷ୍ଟ ହାଉସ୍‌ର ଟିଣ ଛାତ ଉଡିଯାଇ ୫୦ ମିଟର ଦୂରରେ ପଡିଥିବା ଦେଖିବାକୁ ମିଳିଥିଲା। ଏଥିଯୋଗୁ ୨ଟି ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ବିଦ୍ୟୁତ୍‌ ତାର ଛିଣ୍ଡିଯାଇଛି ା ସେହିପରି ସହରର ଆରିଓ କୋଲନୀ, ଶାନ୍ତି ନଗର, ଟେଲିକମ କଲୋନୀ ଅଞ୍ଚଳରେ ୮ଟି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି। ବିଦ୍ୟୁତ୍‌ ତାର ଛିଣ୍ଡି ୨୪ ଘଣ୍ଟା ପରେ ମଧ୍ୟ ଏସବୁ ଅଞ୍ଚଳରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇ ନ ଥିବା ଜଣାପଡିଛି। ସେହିପରି କୋରାପୁଟ ମହିଳା ମହାବିଦ୍ୟାଳୟ ପରିସର, ଲାଣ୍ଡିଗୁଡା, ଫରେଷ୍ଟ କୋଲନୀ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି। ବିଦ୍ୟୁତ୍‌ ସ୍ବାଭାବିକ ହୋଇ ନ ଥିବାରୁ ବିଭାଗର କାର୍ଯ୍ୟ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ା ସୂଚନାଯୋଗ୍ୟ, ଏବେ ଟାଟା ପକ୍ଷରୁ କୋରାପୁଟ ଜିଲାରେ ବିଦ୍ୟୁତ୍‌ ବିତରଣ କରାଯାଉଛି। ବିଦ୍ୟୁତ୍‌ ବିଭ୍ରାଟ ହେଲେ ତୁରନ୍ତ ମରାମତି ପାଇଁ ବୁଦ୍ଧମ ବିଲଡର ସଂସ୍ଥାକୁ ଟାଟା ବର୍ଷିକିଆ ଲିଜ ଦେଇଛି। ଅଥଚ ଏହି ସଂସ୍ଥା ଠିକ ଭାବେ ଲୋକଙ୍କୁ ସେବା ଯୋଗାଇ ପାରୁନଥିବା ଦେଖିବାକୁ ମିଳୁଛି। ବିଦ୍ୟୁତ୍‌ ବ୍ୟବସ୍ଥା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ମନରଞ୍ଜନ ମାର୍ଥାଙ୍କୁ ପଚାରିବାରୁ ସେ କହିଲେ, ବର୍ତ୍ତମାନ ସହରର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‌ ସ୍ବାଭାବିକ ହୋଇଛି। କିଛି ଅଞ୍ଚଳରେ ବିଦ୍ୟୁତ୍‌ ମରାମତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଖୁବ୍‌ ଶୀଘ୍ର ସମସ୍ୟା ଦୂର ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri