ପ୍ରତିଶ୍ରୁତି ଦେଇ ଭୁଲିଗଲା ବିଏମ୍‌ସି

ଭୁବନେଶ୍ୱର, ୧୧।୩ (ବ୍ୟୁରୋ): ପ୍ରତି ଓ୍ବାର୍ଡରେ ଆମିଷ ମାର୍କେଟ ନିର୍ମାଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରତିଶ୍ରୁତି ଦେଇଥିଲା। ୨ବର୍ଷ ମଧ୍ୟରେ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖିଥିବାବେଳେ ଏନେଇ ପ୍ରତି ଦୁଇ ମାସରେ ଥରେ ଆମିଷ ବ୍ୟବସାୟୀ ସଂଘ ସହିତ ଆଲୋଚନା କରଯିବାକୁ ଧାର୍ଯ୍ୟ ହୋଇଥିଲା। ମାତ୍ର ଇତି ମଧ୍ୟରେ ୩ମାସ ବିତି ଯାଇଥିଲେ ବି ଦ୍ୱିତୀୟ ବୈଠକ ହୋଇ ପାରୁନାହିଁ। ଭୁବନେଶ୍ୱର ଆମିଷ ବ୍ୟବସାୟୀ ମହାସଂଘ (ମାଂସ ବିଭାଗ) ପକ୍ଷରୁ ବାରମ୍ବାର ଏନେଇ ବିଏମ୍‌ସିକୁ ଅବଗତ କରାଯିବା ସତ୍ତ୍ୱେ ସେମାନେ ଆଲୋଚନା ପାଇଁ ଡାକୁନାହାନ୍ତି। ଏପରିକି ମହାସଂଘ ପକ୍ଷରୁ ମାର୍ଚ୍ଚ ୧ରେ ମେୟର ସୁଲୋଚନା ଦାସ ଏବଂ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କୁ ଦାବିପତ୍ର ଦିଆଯାଇଥିଲା। ୧୦ ଦିନ ପରେ ବି ସେମାନଙ୍କ ଠାରୁ କୌଣସି ଉତ୍ତର ମିଳିପାରି ନ ଥିବାରୁ ମହାସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ସେହିପରି ବିଏମ୍‌ସି କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ବ୍ୟବସାୟୀଙ୍କୁ ଭଣ୍ଡାଇ ଚାଲିଛି ବୋଲି ଅଲ୍‌ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ ରାଜ୍ୟ ସଭାପତି ସେଖ୍‌ ମୁନ୍ତାକିମ୍‌ ବକ୍ସ ଅଭିଯୋଗ କରିଛନ୍ତି। ଘାଟିକିଆଠାରେ ନିର୍ମିତ ହୋଇଥିବା ଅତ୍ୟାଧୁନିକ ମାଂସ ମାର୍କେଟ ନିର୍ମାଣରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା। ୬୭ଟି ଓ୍ବାର୍ଡରେ ସେଭଳି (ମାଛ, ଚିକେନ୍‌, ମଟନ୍‌) ଅତ୍ୟାଧୁନିକ ଆମିଷ ମାର୍କେଟ ନିର୍ମାଣ କରିବା ପାଇଁ ପ୍ରାୟ ୧ଶହ କୋଟିର ବଜେଟ୍‌ ଆବଶ୍ୟକ। ମାତ୍ର ବିଏମ୍‌ସିର ଚଳିତ ବଜେଟ୍‌ରେ ଆମିଷ ହାଟ ନିର୍ମାଣ ପାଇଁ କୌଣସି ଅଟକଳ ରଖାଯାଇ ନାହିଁ। ଅପରପକ୍ଷେ ଥଇଥାନ ନ କରି ବିଏମ୍‌ସି ଆମିଷ ବ୍ୟବସାୟୀଙ୍କୁ ବାରମ୍ବାର ଉଚ୍ଛେଦ କରୁଥିବାରୁ ସେମାନେ ନିଜର ଗୁଜୁରାଣ ମେଣ୍ଟାଇବାରେ ସଫଳ ହେଉନାହାନ୍ତି। କେଉଁଠି ପରିମଳ ନାମରେ ତ ଆଉ କେଉଁଠି ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଦୋକାନ ବନ୍ଦ କରାଯାଉଛି। ରାସ୍ତା କଡ଼ରେ ବସି ମାଛ ବିକୁଥିବା ବ୍ୟବସାୟୀଙ୍କୁ ଉଠାଇ ଦିଆଯାଉଛି। ତେଣୁ ବିଏମ୍‌ସି ପ୍ରତିଶ୍ରୁତି ଦେଇ ଭୁଲି ଯାଇଥିବାରୁ ଏପରି ବିଭିନ୍ନ କ୍ଷେତ୍ରରେ ବିଏମ୍‌ସି ଉପରୁ ସହରବାସୀଙ୍କ ବିଶ୍ୱାସ ତୁଟି ଯାଉଥିବା ସେମାନେ କହିଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ରହୁଥିବା ଲୋକଙ୍କ ମଧ୍ୟରେ ପ୍ରାୟ ୯୦ ପ୍ରତିଶତ ଲୋକ ଆମିଷ ପ୍ରିୟ। ଏମାନଙ୍କ ଚାହିଦା ମେଣ୍ଟାଇବା ପାଇଁ ସହରରେ ୩ହଜାର ୩୫୦ରୁ ଊର୍ଦ୍ଧ୍ୱ ଆମିଷ ବ୍ୟବସାୟୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ୩୫୦ରୁ ଊର୍ଦ୍ଧ୍ୱ ମଟନ୍‌ ବ୍ୟବସାୟୀ ହୋଇଥିବାବେଳେ ୧ହଜାର ଚିକେନ୍‌ ବ୍ୟବସାୟୀ ଏବଂ ୨ହଜାରରୁ ଊର୍ଦ୍ଧ୍ୱ ମାଛ ବ୍ୟବସାୟୀ ରହିଛନ୍ତି। ସେହିପରି ସହରରେ ବଡ଼ ଆମିଷ ବଜାର ଭାବେ ୪ନଂ. ମାର୍କେଟ, ୩ ନଂ, ୧ ନଂ ମାର୍କେଟ, ବଡ଼ଗଡ଼ ହାଟ, ୮ନଂ ମାର୍କେଟ, ସୁନ୍ଦରପଦା, ଡମଣା ଆଦି କେତେକ ମାର୍କେଟ ରହିଛି। ଯେଉଁଠାରେ ମାଛ, ଚିକେନ୍‌, ମଟନ୍‌ ଉପଲବ୍ଧ ହେଉଛି। ତେବେ କେବଳ ୮ନଂ ମାର୍କେଟକୁ ଛାଡିଦେଲେ ଅନ୍ୟ ସବୁଠାରେ ଯିଏ ଯେପରି ଭାବେ ପାରୁଛନ୍ତି ବ୍ୟବସାୟ କରୁଛନ୍ତି। ସ୍ବଚ୍ଛତା କିମ୍ବା ବ୍ୟବସ୍ଥିତ ଢଙ୍ଗରେ ବ୍ୟବସାୟ କରାଯାଉ ନାହିଁ। ତେଣୁ ବ୍ୟବସ୍ଥିତ ଢଙ୍ଗରେ ବ୍ୟବସାୟ କରିବା ସହ ଆମିଷ ହାଟ ନିର୍ମାଣ କରିବା ପାଇଁ ୨୦୨୨ ଡିସେମ୍ବର ୫ରେ ଆୟୋଜିତ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିସହ ମୁଖ୍ୟ ରାସ୍ତାରେ ଆମିଷ ବେପାର ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ବ୍ୟବସାୟୀମାନେ ନିର୍ଦ୍ଦେଶ ମାନୁ ଥିବାବେଳେ ବିଏମ୍‌ସି ନିଜ ପ୍ରତିଶ୍ରୁତିରୁ ଓହରି ଯାଇଥିବା ମହାସଂଘ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri