ରାଜସ୍ବ ଆଦାୟ ଲକ୍ଷ୍ୟଠାରୁ ଦୂରରେ ବିଏମ୍‌ସି

ଭୁବନେଶ୍ୱର, ୧।୨ (ବ୍ୟୁରୋ): ରାଜସ୍ବ ଆଦାୟ ଲକ୍ଷ୍ୟରେ ଏଥର ପଛରେ ପଡ଼ି ପାରେ ବିଏମ୍‌ସି। ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ବିଏମ୍‌ସି ମୋଟ ୨୭୭.୭୪ କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ ରଖିଛି। ୧୨୦.୨୪ କୋଟିର ହୋଲ୍ଡିଂ ଟିକସ ଥିବାବେଳେ ଅନ୍ୟାନ୍ୟ ରାଜସ୍ବ ବାବଦକୁ ୧୫୭.୫୦ କୋଟି ଟଙ୍କା ଆଦାୟ କରିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ହେଲେ ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ୨ମାସ ଥିବାବେଳେ ବିଏମ୍‌ସି ଏଯାବତ୍‌ ଧାର୍ଯ୍ୟ ଲକ୍ଷ୍ୟର ଅଧା ମଧ୍ୟ ପୂରଣ କରିପାରି ନାହିଁ। ୨୦୨୨ ଡିସେମ୍ବର ସୁଦ୍ଧା ବିଏମ୍‌ସି ହୋଲ୍ଡିଂ ଟିକସ ବାବଦକୁ ୨୯.୭୯ କୋଟି ଆଦାୟ କରିଥିବାବେଳେ ଆନ୍ୟାନ୍ୟ ରାଜସ୍ବ ବାବଦକୁ ୩୭.୮୪ କୋଟି ଟଙ୍କା ଅର୍ଥାତ୍‌ ମୋଟ୍‌ ୬୭.୬୩ କୋଟି ଟଙ୍କା ଆଦାୟ କରିଛି।
ମିଳିଥିବା ସୂଚନା ଅନୁସାରେ ୨୦୨୨ ଏପ୍ରିଲରେ ସର୍ବାଧିକ ୧୫.୭୭ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥିବାବେଳେ ଅଗଷ୍ଟ ମାସରେ ସର୍ବନିମ୍ନ ୩.୩୨ କୋଟି ଟଙ୍କା ଆଦାୟ ହୋଇଛି। ଅପରପକ୍ଷେ ଜାନୁୟାରୀ ମାସରେ ବିଏମ୍‌ସିର ଅଧିକାଂଶ ଅଧିକାରୀ ହକି ବିଶ୍ୱକପ୍‌ ବାହାନାରେ ରାଜସ୍ବ ଆଦାୟଠାରୁ ଦୂରରେ ରହିଥିଲେ। ହେଲେ ଏବେ ସମୟ କମ୍‌ ଥିବାରୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଅଧିକାରୀ ଏବଂ କର୍ମଚାରୀ। ରାଜସ୍ବ ଆଦାୟକୁ ତ୍ୱରାନ୍ବିତ କରିବା ପାଇଁ ଏବେ ଓ୍ବାର୍ଡ ଅଫିସର, ଟିକସ କଲେକ୍ଟରଙ୍କୁ ଅଧିକାରୀ ତନାଘନା କରିବା ଆରମ୍ଭ କଲେଣି। ଅପରପକ୍ଷେ ବିଏମ୍‌ସି ହୋଲ୍ଡିଂ ଟିକସ ଓ ଟ୍ରେଡ୍‌ ଲାଇସେନ୍ସ ଆଦାୟ ବ୍ୟବସ୍ଥା ଏବେ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ କରାଯାଉଛି। ଲୋକମାନେ ସ୍ବତଃସ୍ଫୂର୍ତ୍ତ ଭାବରେ ଟିକସ ଦେଉ ନ ଥିବାରୁ ଟିକସ କଲେକ୍ଟର ତଥା ୱାର୍ଡ ଅଫିସରଙ୍କୁ ଘର ଘର ବୁଲି ହୋଲ୍ଡିଂ ଟିକସ ଓ ବ୍ୟବସାୟିକ ଅନୁଷ୍ଠାନ ବୁଲି ଟ୍ରେଡ୍‌ ଲାଇସେନ୍ସ ଟିକସ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଦିନ କେତେ ରାଜସ୍ବ ସଂଗ୍ରହ ହେଲା ତା’ର ସମସ୍ତ ତଥ୍ୟ ସେମାନଙ୍କୁ ବିଏମ୍‌ସି ମୁଖ୍ୟାଳୟରେ ଦେବାକୁ କୁହାଯାଇଛି। ତେବେ ବର୍ଷ ଯାକ ଗୋଡ଼ ଉପରେ ଗୋଡ଼ ପକେଇ ବସି ଶେଷ ଆଡ଼କୁ ରାଜସ୍ବ ଆଦାୟ ପାଇଁ ତରବର ହେବା କେତେ ଯୁକ୍ତିଯୁକ୍ତ ବୋଲି କିଛି ୱାର୍ଡ ଅଫିସର ପ୍ରଶ୍ନ କରିଛନ୍ତି। ସେହିପରି ହକି ପାଇଁ ବିଭିନ୍ନ ଦାୟିତ୍ୱର ପାହାଡ଼ ଲଦି ଦେବା ପରେ ଏବେ ଟିକସ ଆଦାୟ ହୋଇପାରୁ ନ ଥିବାରୁ ଓ୍ବାର୍ଡ ଅଫିସରଙ୍କ ଉପରେ ଦୋଷ ଲଦି ଦେଉଥିବାରୁ ଅନେକେ ବ୍ୟକ୍ତିଗତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ତଥ୍ୟ ଅନୁସାରେ, ଚଳିତବର୍ଷ ମୋଟ ୧୨୦.୨୪ କୋଟି ହୋଲ୍ଡିଂ ଟିକସ ଆଦାୟ ଲକ୍ଷ୍ୟ ରଖାଯାଇଥିବାବେଳେ ୯ ମାସ ମଧ୍ୟରେ ମୋଟ ୨୯.୭୯ କୋଟି ଟଙ୍କା ଟିକସ ଆଦାୟ କରାଯାଇଛି। ସେହିପରି ଅନ୍ୟାନ୍ୟ ରାଜସ୍ବ ବାବଦରେ ବିଜ୍ଞାପନ ଜରିଆରେ ୭.୬୪ କୋଟି ଟିକସ ଆଦାୟ ଲକ୍ଷ୍ୟ ଥିବାବେଳେ ଡିସେମ୍ବରରେ ୭୦ଲକ୍ଷ ଟଙ୍କା ଆଦାୟ ହୋଇଛି। ଏପ୍ରିଲ୍‌ରୁ ଡିସେମ୍ବର ମଧ୍ୟରେ ବିଜ୍ଞାପନ ବାବଦରେ ମୋଟ ୨.୧୦ କୋଟି ଆଦାୟ ହୋଇଛି। ସେହିପରି ପାର୍କିଂ କ୍ଷେତ୍ରରେ ୧.୪୩ କୋଟି ଲକ୍ଷ୍ୟ ଥିବାବେଳେ ୧.୧୪ କୋଟି ଆଦାୟ ସରିଛି। ଟ୍ରେଡ୍‌ ଲାଇସେନ୍ସ ବାବଦକୁ ୧୪.୮୨ କୋଟି ଲକ୍ଷ୍ୟ ରହିଥିବାବେଳେ ଡିସେମ୍ବର ସୁଦ୍ଧା ୪.୧୬ କୋଟି ଟଙ୍କା ଟିକସ ଆଦାୟହୋଇଛି। ଅନୁରୂପ ଭାବେ ୟୁଜର ଚାର୍ଜେସ୍‌ (ଏସ୍‌ଡବ୍ଲ୍ୟୁଏମ୍‌) ଟିକସ, ଡେଭ୍‌ଲପ୍‌ମେଣ୍ଟ ଚାର୍ଜେସ୍‌ (ପ୍ଲାନିଂ), ୟୁଜର ଫି’ (ପ୍ଲାନିଂ), କମ୍ପାଉଣ୍ଡ ଫି’ (ପ୍ଲାନିଂ), ମାର୍କେଟ ରେଣ୍ଟ, ଇଣ୍ଟ୍ରେଷ୍ଟ, ଲାଇସେନ୍ସ ଫି’ (ଆର୍‌ଓଡବ୍ଲ୍ୟୁ) ଓ ଅନ୍ୟ ଟିକସ ଆଦାୟ ମଧ୍ୟ ଲକ୍ଷ୍ୟଠାରୁ ବହୁ ଦୂରରେ ରହିଛି।
ଏନେଇ ବିଏମ୍‌ସି ଡେପୁଟି କମିଶନର(ରାଜସ୍ବ) ସପନ ନନ୍ଦ କହିଛନ୍ତି, ବିଏମସି ପକ୍ଷରୁ ରାଜସ୍ବ ଆଦାୟକୁ ବ୍ୟାପକ କରାଯାଇଛି। ଆବଶ୍ୟକ ପଡ଼ିଲେ ଅତିରିକ୍ତ ଷ୍ଟାଫ୍‌ ରାଜସ୍ବ ଆଦାୟରେ ନିୟୋଜିତ କରାଯିବ। ହାତରେ ଆଉ ୨ ମାସ ଥିବାବେଳେ ଏବେ ଘନ ଘନ ବୈଠକ କରାଯାଇ ରାଜସ୍ବ ଆଦାୟ କିପରି ତ୍ୱରିତ କରାଯିବ ସେ ନେଇ ଆଲୋଚନା କରାଯାଉଛି। ସେହିପରି ବଡ଼ ଟିକସ ଖିଲାପକାରୀଙ୍କ ଉପରେ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଫୋକସ୍‌ ଦିଆଯାଉଛି ବୋଲି ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?