ଡାଟା ଶକ୍ତିର ବ୍ୟବହାରକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୧।୨: ଆମାଜନ୍‌ ୱେବ୍‌ ସର୍ଭିସେସ୍‌ (ଏଡବ୍ଲ୍ୟୁଏସ୍‌)ର ଆଉ ଏକ ନୂତନ ରିସର୍ଚ୍ଚ ରିପୋର୍ଟର ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭାରତରେ ଡାଟା ଶକ୍ତିର ବ୍ୟବହାର କରୁଥିବା ସଂସ୍ଥାଗୁଡ଼ିକ ନିଜର ବାର୍ଷିକ ବ୍ୟବସାୟ ରାଜସ୍ବକୁ ୧୩.୬% ଯାଏଁ ବୃଦ୍ଧିକରି ପାରିବେ ବୋଲି ଉକ୍ତ ରିର୍ପୋଟରେ ଉଲ୍ଲେଖ କରାଯାଇଛି। ଏପରିକି ବୃହତ୍‌ ସଂସ୍ଥାଗୁଡିକ ପାଇଁ ଏହା ଅତିରିକ୍ତ ବାର୍ଷିକ ରାଜସ୍ବରେ ୭୪୫୧ ମିଲିୟନ ଟଙ୍କା ସହ ସମାନ ବୋଲି ଏଡବ୍ଲ୍ୟୁଏସ୍‌ ପକ୍ଷରୁ ପ୍ରକାଶ କରାଯାଇଛି। ଏଡବ୍ଲ୍ୟୁଏସ୍‌ ଦ୍ୱାରା ନିର୍ଦ୍ଦେଶିତ ଓ ଡିଲଏଟ୍‌ ଆକ୍‌ସେସ୍‌ ଇକୋନୋମିକ୍ସ ଦ୍ୱାରା ପ୍ରସ୍ତୁତ ଡିମିଷ୍ଟିଫାଇଙ୍ଗ୍‌ ଡାଟା ୨୦୨୨ ରିପୋର୍ଟରେ ଭାରତୀୟ ସଂସ୍ଥାଗୁଡ଼ିକରେ ବ୍ୟବସାୟିକ ନିଷ୍ପତ୍ତି ନେଉଥିବା ୫୨୧ଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଏଡବ୍ଲ୍ୟୁଏସ୍‌ ସର୍ଭେ କରିଥିଲା। ଉକ୍ତ ସର୍ଭେରେ ସାମିଲ ହୋଇଥିବା ଭାରତୀୟ ସଂସ୍ଥାଗୁଡ଼ିକ ମଧ୍ୟରୁ ପ୍ରାୟ ୬୩% ଶେୟାର କରିଥିଲେ ଯେ, ପ୍ରଭାବୀ ରୂପେ ଡାଟା କ୍ୟାପ୍ଚର କରିବା ଓ ବିଶ୍ଳେଷଣ କରିବା ଦ୍ୱାରା ଉପତ୍ାଦକତା ବୃଦ୍ଧି ପାଇବା ସହ ବିକ୍ରି ଓ ରାଜସ୍ବ (୬୦%) ଏବଂ ଉନ୍ନତ ଗ୍ରାହକ ଅଭିଜ୍ଞତା (୫୬%) ମଧ୍ୟ ବୃଦ୍ଧି ପାଇପାରେ। ଏ ସମ୍ପର୍କରେ ଡିଲଏଟ୍‌ରେ ସହଯୋଗୀ ଥିବା ମୋନୋଜିତ୍‌ ମଜୁମଦାର କହିଛନ୍ତି, ‘ସଂସ୍ଥାଗୁଡ଼ିକ ଡିଜିଟାଲ ରୂପାନ୍ତରଣରେ ଅଧିକ ନିବେଶ କରୁଥିବାରୁ ଏହା ଉପତ୍ାଦକତା ବୃଦ୍ଧି କରିବା, ଉପଭୋକ୍ତାଙ୍କ ବ୍ୟବସାୟ ପାଇଁ ଆର୍ଥିକ ରିଟର୍ନ ସୃଷ୍ଟି କରିବା ଏବଂ ଅର୍ଥନୀତି ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ଡାଟାର ଉନ୍ନତ ଉପଯୋଗ ଲାଗି ଏକ ସୁଯୋଗ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ବିରୋଧରେ କୋର୍ଟରେ ମାମଲା

ନୂଆଦିଲ୍ଲୀ, ୧୪।୪: ଟେସ୍‌ଲା ସିଇଓ ଏଲନ୍‌ ମସ୍କଙ୍କ ନାଁରେ ଆମେରିକାର ଏକ କୋର୍ଟରେ ମାମଲା ଦାୟର କରାଯାଇଛି। ଟୁଇଟରରେ ନିଜ ଶେୟାର କ୍ରୟ କରିଥିବା ସମ୍ପର୍କରେ...

୧୬୦୦ ପଏଣ୍ଟ ବଢିଲା ସେନ୍‌ସେକ୍ସ

  ମୁମ୍ବାଇ,୨୧-୩: ଲଗାତର ୪ ଦିନ ଦେଶର ପୁଞ୍ଜି ବଜାର ହ୍ରାସ ଘଟିବା ପରେ ଶୁକ୍ରବାର ଏଥିରେ ଉନ୍ନତି ଘଟିଛି। ଏହି ସମୟରେ ନିବେଶକଙ୍କୁ ୬.୩୨...

‘ଗ୍ରାମୀଣ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୨୮।୨: ଆର୍ସେଲର ମିତ୍ତଲ-ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆ) ପକ୍ଷରୁ ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟକୁ ଆଡଭାନ୍ସଡ୍‌ ଲାଇଫ୍‌ ସପୋର୍ଟ (ଏଏଲ୍‌ଏସ୍‌) ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି।...

ଜିଏସ୍‌ଟି ଅଡିଟ ରିପୋର୍ଟ ଲାଗି ଜାରି ହେଲା ଫର୍ମ

ନୂଆଦିଲ୍ଲୀ,୧୭-୪: ଆର୍ଥିକ ବର୍ଷ ୨୦୧୭-୧୮ ଲାଗି ୨ କୋଟି ଟଙ୍କାରୁ ଅଧିକ ବାର୍ଷିକ କାରବାର କରୁଥିବା କମ୍ପାନୀଗୁଡ଼ିକୁ ଜିଏସ୍‌ଟି ଅଡିଟ ରିପୋର୍ଟ ଦାଖଲ କରିବାକୁ ହେବ।...

ବ୍ୟାଙ୍କ ମହାମିଶ୍ରଣରୁ ଛଟେଇ ଭୟ; ଆଶ୍ୱସନା ସତ୍ତ୍ୱେ ବିକ୍ଷୋଭରେ ସାମିଲ ହେଲେ କର୍ମଚାରୀ

ନୂଆଦିଲ୍ଲୀ,୧-୯: କେନ୍ଦ୍ର ସରକାର ଶୁକ୍ରବାର ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ବଡ଼ ଧରଣର ସଂସ୍କାର କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ ବୃହତ ବ୍ୟାଙ୍କ...

ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ଗର୍ଭନର ଦୌଡରେ ରାଜନ

ଲଣ୍ଡନ,୧୩-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ(୫୬) ବ୍ରିଟେନର ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଗଭର୍ନର ଦୌଡରେ ସର୍ବାଗ୍ରେ ରହିଛନ୍ତି। ସ୍ଥାନୀୟ ମିଡିଆରେ ଏ...

ବିତ୍ତୀୟ ନିଅଣ୍ଟ ୯.୧୪ ଲକ୍ଷ କୋଟି ଛୁଇଁଲା

  ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ଗତ ତ୍ରୈମାସ ସୁଦ୍ଧା ସରକାରଙ୍କ ବିତ୍ତୀୟ ନିଅଣ୍ଟ(ଆୟ ଏବଂ ବ୍ୟୟ ମଧ୍ୟରେ ପାର୍ଥକ୍ୟ) ୯.୧୪ ଲକ୍ଷ କୋଟି ଟଙ୍କା...

ଏଏସ୍‌ଜି ହସ୍ପିଟାଲ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୧୨।୧: ରାଜ୍ୟର ପ୍ରମୁଖ ଘରୋଇ ହସ୍ପିଟାଲ ଏଏସ୍‌ଜି ନେତ୍ର ଚିକିତ୍ସାଳୟ, ଭୁବନେଶ୍ୱର ପକ୍ଷରୁ ବୁଧବାର ଏକ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ଏଏସ୍‌ଜି ନେତ୍ର...

Advertisement
Archives

Model This Week