ଦୃଷ୍ଟିବାଧିତ ଶିକ୍ଷାର୍ଥୀଙ୍କ ଗହଣରେ ଦୀପାବଳି ପାଳିଲା ବିଏମ୍‌ସି

ଭୁବନେଶ୍ୱର, ୨୩।୧୦ (ବ୍ୟୁରୋ): ସନ୍ଥ ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ବିଏମ୍‌ସି ପକ୍ଷରୁ ଶନିବାର ପାଳନ ହୋଇଛି ଦୀପାବଳି ପର୍ବ। ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର ମଞ୍ଜୁଲତା କଅଁର, କମିଶନର ବିଜୟ ଅମୃତା କୁଲାଙ୍ଗେ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ମିତା ବିଶ୍ୱାଳ, ବିଏମ୍‌ସିର କର୍ପୋରେଟରଙ୍କ ଉପସ୍ଥିତିରେ ଏହି ଉସତ୍ବ ପାଳନ ହୋଇଥିଲା। ୨ବର୍ଷ ପରେ ବିନା କଟକଣାରେ ପର୍ବ ପାଳନ ହେବାକୁ ଯାଉଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଭରି ରହିଛି। ଅପରପକ୍ଷେ ବିଦ୍ୟାଳୟରେ ଥିବା ଏହି ସ୍ବତନ୍ତ୍ର ବର୍ଗର ଶିକ୍ଷାର୍ଥୀମାନେ କିପରି ସମାନ ଆନନ୍ଦ ଉପଭୋଗ କରିବେ ସେଥିପାଇଁ ବିଏମ୍‌ସି ପକ୍ଷରୁ ପ୍ରୟାସ କରାଯାଇଥିଲା।
ସହର ତଥା ରାଜ୍ୟରେ ସମସ୍ତେ ଏହି ମନୋବୃତ୍ତି ଆପଣେଇ ସହଭାଗିତା ଏବଂ ଅନ୍ତର୍ଭୁକ୍ତିକରଣକୁ ଗୁରୁତ୍ୱ ଦିଅନ୍ତୁ ବୋଲି ମେୟର କହିଥିଲେ। ଏଥିସହ ଅନୁଷ୍ଠାନର ଶିକ୍ଷାର୍ଥୀଙ୍କୁ ସହରର ସ୍ବଚ୍ଛତା ସମ୍ପର୍କିତ ଶିକ୍ଷା ସୂଚନା ଦେଇ ସେମାନଙ୍କୁ ସ୍ବଚ୍ଛ ଭୁବନେଶ୍ୱରର ଅନ୍ୟତମ ସାରଥି ଭାବେ ପରିଗଣିତ କରାଯିବ, ଯାହା ସାରା ରାଜ୍ୟରେ ଉଦାହରଣ ସୃଷ୍ଟି କରିବ ବୋଲି ମେୟର ସୂଚନା ଦେଇଥିଲେ। ସେହିପରି ସମାଜର ବିଭିନ୍ନ ବର୍ଗଙ୍କୁ ସାମିଲ୍‌ କରାଯାଇ ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଥିବା କମିଶନର ବିଜୟ ଅମୃତା କୁଲାଙ୍ଗେ କହିଥିଲେ। ଏଥିସହ ସ୍ବତନ୍ତ୍ର ବର୍ଗଙ୍କ ପାଇଁ ପାର୍କରେ ଖେଳିବା ଏବଂ ଜାଣିବାର ସୁବିଧା ମଧ୍ୟ କରାଯାଇଛି। ଟିମ୍‌ ବିଏମ୍‌ସିର ଏହି ପଦକ୍ଷେପ ସହରର ଅନ୍ୟମାନଙ୍କୁ ପ୍ରଭାବିତ କରିବ ଏବଂ ଅନ୍ତର୍ଭୁକ୍ତିକରଣ ବିକାଶର ସ୍ବାଦ ସମସ୍ତଙ୍କୁ ଜଣାପଡିବ ବୋଲି କମିଶନର କହିଥିଲେ। ଆୟୋଜନରେ ଯୋଗଦେଇଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ବିଧାୟକ ଜେନା ଉଦ୍‌ବୋଧନ ଦେଇଥିଲେ।
ଶବ୍ଦରହିତ ବାଣ ଫୁଟାଇବା, ଗୀତ ଗାଇବା, ଅନ୍ତେବାସୀ ଶିକ୍ଷାର୍ଥୀଙ୍କ ସହିତ କଥାବାର୍ତ୍ତା ହେବାରେ କର୍ପୋରେଟରମାନେ ମଜ୍ଜି ରହିଥିଲେ। ଶେଷରେ ସାନିଟେଶନ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍‌ ବିରଞ୍ଚତ୍ ନାରାୟଣ ମହାସୂପକାର ଅନ୍ୟ କର୍ପୋରେଟରଙ୍କ ସହ ମିଶି ବିଦ୍ୟାଳୟ ହତାରେ ପଡ଼ିଥିବା ପୋଡ଼ା ବାଣର ବର୍ଜ୍ୟ ନିଷ୍କାସନ କରି ସେହି ସ୍ଥାନ ପରିଷ୍କାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri