ଘରେ ପଶି ଆସିଥିବା ସଶସ୍ତ୍ର ରୁଷିଆ ସେନାକୁ ତଡ଼ିଦେଲେ

କ୍ୱିଭ,୧୧।୩: ୟୁକ୍ରେନର ଏକ ଦମ୍ପତି ସଶସ୍ତ୍ର ରୁଷିଆ ଯବାନଙ୍କ ଏକ ଗ୍ରୁପ୍‌ ଆଗରେ ସାହାସିକତାର ପରିଚୟ ଦେଇଛନ୍ତି। ବେସରକାରୀ ସମ୍ପତି ମଧ୍ୟକୁ ପଶି ଆସିଥିବା ସୈନ୍ୟଙ୍କୁ ବୃଦ୍ଧ ଦମ୍ପତି ବିନା କୌଣସି ଅସ୍ତ୍ରରେ ଘରୁ ତଡ଼ି ଦେଇଥିଲେ। ଦମ୍ପତିଙ୍କ ଘରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ପୂରା ଘଟଣା। ବୁଧବାର ସୋସିଆଲ ମିଡିଆରେ ଶେୟାର ହୋଇଥିବା ଭିଡିଓକୁ ଏପର୍ଯ୍ୟନ୍ତ ୧.୬ ନିୟତ ୟୁଜର୍ସ ଦେଖି ସାରିଲେଣି।

ୟୁକ୍ରେନର ମ୍ୟାକୋଲାୟିଭ ଓବ୍ଲାଷ୍ଟ ପ୍ରୋଭିନ୍ସର ଭୋଜନେସେନସ୍କ ଗାଁର ଏକ ଘରକୁ ପଶି ଯାଇଥିଲେ ରୁଷିଆର କିଛି ସୈନ୍ୟ। ୩ ଯବାନ ଘର ପରିସରକୁ ପ୍ରବେଶ କରିଥିବା ବେଳେ ଚତୁର୍ଥ ଯବାନ ଘର ବାହାରେ ଅପେକ୍ଷା କରିଥିଲେ। ତା’ ପରେ ସେମାନେ ୟୁକ୍ରେନ ସୈନ୍ୟଙ୍କୁ ଖୋଜିବା ଆରମ୍ଭ କରିଥିଲେ। କିନ୍ତୁ ସେମାନଙ୍କୁ ବିରୋଧ କରିବା ସହ ଘରୁ ଚାଲି ଯିବାକୁ କହିଥିଲେ ବୃଦ୍ଧ ଦମ୍ପତି। ଜଣେ ରୁଷିଆ ଯବାନ ଫାଙ୍ଖା ଗୁଳି ଚଳାଇ ଦମ୍ପତିଙ୍କୁ ଭୟବିତ କରିବାକୁ ଉଦ୍ୟମ କରିଥିଲେ। ଏହାସତ୍ତ୍ୱେ ପଛ ଘୁଞ୍ଚା ନ ଦେଇ ଯୁକ୍ତିତର୍କ କରିଥିଲେ ବୃଦ୍ଧ ଯୋଡ଼ି। କିନ୍ତୁ ଶେଷରେ ରୁଷିଆ ଯବାନମାନେ ଘର ବାହାରକୁ ଚାଲିଯାଇଥିଲେ, ଯାହାକି ସିକ୍ୟୁରିଟି ଫୁଟେଜରେ ଦେଖିବାକୁ ମିଳିଛି। ୟୁକ୍ରେନ ଦମ୍ପତିଙ୍କ ସାହସିକତାକୁ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲୋରିଡାରେ ଟେଲିଭିଜନ ଖବରଦାତାଙ୍କୁ ଗୁଳି, ୯ ବର୍ଷର ଶିଶୁ ସମେତ ୩ ଆହତ

ଫ୍ଲୋରିଡା, ୨୩ ।୨: ଆମେରିକାରେ ପୁଣି ଫୁଟିଛି ଗୁଳି । ଆମେରିକାର ଫ୍ଲୋରିଡାରୁ ଏକ ଛାତିଥରା ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ଟେଲିଭିଜନ...

୨୧୯ ଭାରତୀୟଙ୍କୁ ନେଇ ରୋମାନିୟାରୁ ଭାରତ ବାହାରିଲା ପ୍ରଥମ ବିମାନ

ନୂଆଦିଲ୍ଲୀ,୨୬ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରୁ ରୋମାନିୟା ଚାଲିଆସିଥିବା ୨୧୯ ଭାରତୀୟଙ୍କୁ ନେଇ ଏୟାର ଇଣ୍ଡିଆର ପ୍ରଥମ ବିମାନ...

୩ ମାସ ପୂର୍ବରୁ ଧନୀଙ୍କୁ ମିଳିଛି କରୋନା ଟୀକା: ଗରିବଙ୍କୁ ମିଳିବ କେବେ

ମସ୍କୋ, ୨୧।୭: କରୋନା ମହାମାରୀ ନେଇ ପୃଥିବୀରେ ସଙ୍କଟ ଜାରି ରହିଛି। ରୁଷ୍‌ରେ କରୋନା ସଂକ୍ରମଣ ସ୍ଥିତି ମଧ୍ୟ ଜଟିଳ ହେବାରେ ଲାଗିଛି। ତେବେ ଗଣମାଧ୍ୟମ...

ପୃଥିବୀର ବିରଳ ଉପାଦାନ ଉପରେ ଚାଇନା ପ୍ରାଧାନ୍ୟ ବୃଦ୍ଧି ନେଇ ବିପଦ ଆଶଙ୍କା: ଚିନ୍ତାରେ ଆମେରିକା…

ବେଜିଂ/ଓ୍ବାଶିଂଟନ,୨୩।୧ : ପୃଥିବୀର ବିରଳ ଉପାଦାନ ବଜାରରେ ଚାଇନାର ବଢୁଥିବା ପ୍ରାଧାନ୍ୟ ଆମେରିକା ସମେତ ଅନେକ ବଡ ଦେଶର ଚିନ୍ତାକୁ ବଢ଼ାଇ ଦେଇଛି। ରିପୋର୍ଟ ଅନୁଯାୟୀ,...

ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କଲା ଆମେରିକା…

ଓ୍ବାଶିଂଟନ,୧୪।୧୨ : ଚାଇନା ଏବଂ ରୁଷିଆ ମଧ୍ୟରେ ଜାରି ରହିଥିବା ତିକ୍ତତା ମଧ୍ୟରେ ଆମେରିକାର ବାୟୁସେନା ପ୍ରଥମ ଥର ପାଇଁ ଏକ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା...

ଚଳନ୍ତା ବିମାନ ଡୋର ଖୋଲି ବାହାରକୁ ଆସିଥିଲେ ଯାତ୍ରୀ, ଆଉ ତା’ ପରେ…

ଆମେରିକାରେ ଚଳନ୍ତା ବିମାନ ଡୋର ଖୋଲି ଦୁଇ ଜଣ ହଠାତ୍‌ ବାହାରକୁ ଆସିବା ଘଟଣା ସାମ୍ନାକୁ ଆସିଛି। ଡେଲଟା ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି, ବିମାନ ଉଡ଼ାଣ...

ଗୋଟିଏ ମାଛ ବଦଳାଇଦେଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ

ରିଓ,୨୨।୧୦:ସମୁଦ୍ରରୁ ଏକ ମାଛ ଧରି ମାଲାମାଲ ହୋଇଯାଇଛନ୍ତି ଜଣେ ମତ୍ସ୍ୟଜୀବୀ। ବ୍ରାଜିଲର ଆମାଜନ ଷ୍ଟେଟ୍‌ସ୍ଥିତ ଆମନା ସସ୍‌ଷ୍ଟେନେବଲ୍‌ ଡେଭଲୋପମେଣ୍ଟ ରିଜର୍ଭରୁ ମାଛଟିକୁ ଧରାଯାଇଛି। ଏହି ମାଛଟିର...

ମାନିଲେ ପାକିସ୍ତାନର ଆଇସିଜେ ଓକିଲ: କଶ୍ମୀରରେ ନରସଂହାର ଅଭିଯୋଗର ପ୍ରମାଣ ନାହିଁ

ଇସ୍‌ଲାମାବାଦ,୪ା୯: ପ୍ରମାଣ ଅଭାବରୁ କଶ୍ମୀରରେ ନରସଂହାର ଅଭିଯୋଗର ପ୍ରମାଣ କରିବା ଅତ୍ୟନ୍ତ କଷ୍ଟକର ବୋଲି ପାକିସ୍ତାନର ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ଓକିଲ ଖଓ୍ବର କୁରେଶି...

Advertisement
Archives

Model This Week