ରକ୍ତ କର୍କଟରେ ଆକ୍ରାନ୍ତ, ଚିକିତ୍ସାରେ ଅର୍ଥ ବାଧକ

ରାଉରକେଲା ଅଫିସ,୧୪।୩: ରାଉରକେଲା ସେକ୍ଟର-୧୬ରେ ରହୁଥିବା ଗରିବ ମହିଳା ସୁବର୍ଣ୍ଣମାଳା ପଟ୍ଟନାୟକ ରକ୍ତ କର୍କଟରେ ପୀଡ଼ିତ ଅଛନ୍ତି। ଏହି ରୋଗର ଉଚ୍ଚତର ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ। ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଏତେ ଟଙ୍କା ଯୋଗାଡ କରିବା ସମ୍ଭବ ହେଉନାହିଁ। ଫଳରେ ସୁବର୍ଣ୍ଣମାଳାଙ୍କ ଆବଶ୍ରକ ଚିକିତ୍ସା ହୋଇପାରୁନାହିଁ। ଏହାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି।
ସୂଚନା ଅନୁସାରେ, ରାଉରକେଲା ସେକ୍ଟର-୧୬ରେ କିଶୋର ପଟ୍ଟନାୟକ ରୁହନ୍ତି। ପରିବାର କହିଲେ ତାଙ୍କ ସ୍ତ୍ରୀ ସୁବର୍ଣ୍ଣମାଳା ଏବଂ ଝିଅ ଭାଗ୍ୟଲକ୍ଷ୍ମୀ। କିଶୋର ଏକ ବେସରକାରୀ ଅନୁଷ୍ଠାନରେ ସୁରକ୍ଷା କର୍ମୀ ଭାବେ କାମ କରି ସୀମିତ ଦରମାରେ ପରିବାର ଚଳାଉଛନ୍ତି। ଗତ କିଛି ମାସ ତଳେ ସୁବର୍ଣ୍ଣମାଳାଙ୍କ ସ୍ତନରେ ଏକ ଟ୍ୟୁମର ସୃଷ୍ଟି ହେଲା। ଏସ୍‌ଟିଆଇ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବାରୁ ୫୦ହଜାର ଟଙ୍କା ଖର୍ଚ୍ଚରେ ଅସ୍ତ୍ରୋପଚାର କରାଗଲେ ଟ୍ୟୁମର ଭଲ ହେବ ବୋଲି ଡାକ୍ତର କହିଲେ। ମାତ୍ର ୭ହଜାର ଟଙ୍କା ବେତନ ପାଉଥିବା କିଶୋରଙ୍କ ପାଇଁ ୫୦ହଜାର ଟଙ୍କା ଯୋଗାଡ କରିବା କଷ୍ଟକର ହେଲା। ଫଳରେ ସେ ସୁବର୍ଣ୍ଣମାଳାଙ୍କ ଅସ୍ତ୍ରୋପଚାର କରାଇପାରିଲେନାହିଁ। ପାଖରେ ଯାହା କିଛି ସମ୍ବଳ ଥିଲା ସେଥିରେ କିଶୋର ମେଡିସିନ କିଣି ସ୍ତ୍ରୀଙ୍କୁ ଖାଇବାକୁ ଦେଲେ। ତେବେ ଔଷଧ କାମ ନ ଦେବାରୁ ଆର୍‌ଜିଏଚ୍‌ରେ ପରୀକ୍ଷା କରାଇବା ପରେ ସୁବର୍ଣ୍ଣମାଳା ରକ୍ତକର୍କଟ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ସ୍ଥିତ ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ରିସର୍ଚ୍ଚ ସେଣ୍ଟରରେ ଅସ୍ତ୍ରୋପଚାର ପାଇଁ ୬ଲକ୍ଷ ଟଙ୍କା ଆବଶ୍ୟକ ଥିବାରୁ ଏତେଟଙ୍କା କେଉଁଠୁ ଯୋଗାଡ କରିବେ ସେହି ଚିନ୍ତାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି କିଶୋର। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସୁବର୍ଣ୍ଣମାଳାଙ୍କୁ କଟକ ହସ୍ପିଟାଲ ଯାଏ ପହଞ୍ଚାଇବା ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ କୌଣସି ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହଯୋଗ କଲେ ସୁବର୍ଣ୍ଣମାଳାଙ୍କ ଚିକିତ୍ସା ହୋଇପାରନ୍ତା ବୋଲି କିଶୋର କହିଛନ୍ତି। ସେ ଆହୁରି କହିଛନ୍ତି, ରାସନ କାର୍ଡ ପାଇଁ ଗତ ୨ବର୍ଷ ହେଲା ଯୋଗାଣ ବିଭାଗରେ ଆବେଦନ କରୁଛି। ମାତ୍ର ତାଙ୍କୁ ଏଯାଏ କାର୍ଡ ମିଳିନାହିଁ। ତେଣୁ ତାଙ୍କର ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ହୋଇପାରୁନାହିଁ। ସ୍ବାସ୍ଥ୍ୟ କାର୍ଡ ଥିଲେ ସେ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା କରାଇପାରିଥାନ୍ତେ। ଏ ସମ୍ପର୍କରେ ରାଉରକେଲା ଏଡିଏମ୍‌ ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, କିଶୋରଙ୍କୁ ୫ହଜାର ଟଙ୍କା ପୂର୍ବରୁ ପ୍ରଦାନ କରିଛୁ । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ୍‌ରୁ ୨୪ହଜାର ଟଙ୍କା ଦେଇଛୁ। ତେବେ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri