ରକ୍ତ କର୍କଟରେ ଆକ୍ରାନ୍ତ, ଚିକିତ୍ସାରେ ଅର୍ଥ ବାଧକ

ରାଉରକେଲା ଅଫିସ,୧୪।୩: ରାଉରକେଲା ସେକ୍ଟର-୧୬ରେ ରହୁଥିବା ଗରିବ ମହିଳା ସୁବର୍ଣ୍ଣମାଳା ପଟ୍ଟନାୟକ ରକ୍ତ କର୍କଟରେ ପୀଡ଼ିତ ଅଛନ୍ତି। ଏହି ରୋଗର ଉଚ୍ଚତର ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ। ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଏତେ ଟଙ୍କା ଯୋଗାଡ କରିବା ସମ୍ଭବ ହେଉନାହିଁ। ଫଳରେ ସୁବର୍ଣ୍ଣମାଳାଙ୍କ ଆବଶ୍ରକ ଚିକିତ୍ସା ହୋଇପାରୁନାହିଁ। ଏହାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି।
ସୂଚନା ଅନୁସାରେ, ରାଉରକେଲା ସେକ୍ଟର-୧୬ରେ କିଶୋର ପଟ୍ଟନାୟକ ରୁହନ୍ତି। ପରିବାର କହିଲେ ତାଙ୍କ ସ୍ତ୍ରୀ ସୁବର୍ଣ୍ଣମାଳା ଏବଂ ଝିଅ ଭାଗ୍ୟଲକ୍ଷ୍ମୀ। କିଶୋର ଏକ ବେସରକାରୀ ଅନୁଷ୍ଠାନରେ ସୁରକ୍ଷା କର୍ମୀ ଭାବେ କାମ କରି ସୀମିତ ଦରମାରେ ପରିବାର ଚଳାଉଛନ୍ତି। ଗତ କିଛି ମାସ ତଳେ ସୁବର୍ଣ୍ଣମାଳାଙ୍କ ସ୍ତନରେ ଏକ ଟ୍ୟୁମର ସୃଷ୍ଟି ହେଲା। ଏସ୍‌ଟିଆଇ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବାରୁ ୫୦ହଜାର ଟଙ୍କା ଖର୍ଚ୍ଚରେ ଅସ୍ତ୍ରୋପଚାର କରାଗଲେ ଟ୍ୟୁମର ଭଲ ହେବ ବୋଲି ଡାକ୍ତର କହିଲେ। ମାତ୍ର ୭ହଜାର ଟଙ୍କା ବେତନ ପାଉଥିବା କିଶୋରଙ୍କ ପାଇଁ ୫୦ହଜାର ଟଙ୍କା ଯୋଗାଡ କରିବା କଷ୍ଟକର ହେଲା। ଫଳରେ ସେ ସୁବର୍ଣ୍ଣମାଳାଙ୍କ ଅସ୍ତ୍ରୋପଚାର କରାଇପାରିଲେନାହିଁ। ପାଖରେ ଯାହା କିଛି ସମ୍ବଳ ଥିଲା ସେଥିରେ କିଶୋର ମେଡିସିନ କିଣି ସ୍ତ୍ରୀଙ୍କୁ ଖାଇବାକୁ ଦେଲେ। ତେବେ ଔଷଧ କାମ ନ ଦେବାରୁ ଆର୍‌ଜିଏଚ୍‌ରେ ପରୀକ୍ଷା କରାଇବା ପରେ ସୁବର୍ଣ୍ଣମାଳା ରକ୍ତକର୍କଟ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ସ୍ଥିତ ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ରିସର୍ଚ୍ଚ ସେଣ୍ଟରରେ ଅସ୍ତ୍ରୋପଚାର ପାଇଁ ୬ଲକ୍ଷ ଟଙ୍କା ଆବଶ୍ୟକ ଥିବାରୁ ଏତେଟଙ୍କା କେଉଁଠୁ ଯୋଗାଡ କରିବେ ସେହି ଚିନ୍ତାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି କିଶୋର। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସୁବର୍ଣ୍ଣମାଳାଙ୍କୁ କଟକ ହସ୍ପିଟାଲ ଯାଏ ପହଞ୍ଚାଇବା ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ କୌଣସି ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହଯୋଗ କଲେ ସୁବର୍ଣ୍ଣମାଳାଙ୍କ ଚିକିତ୍ସା ହୋଇପାରନ୍ତା ବୋଲି କିଶୋର କହିଛନ୍ତି। ସେ ଆହୁରି କହିଛନ୍ତି, ରାସନ କାର୍ଡ ପାଇଁ ଗତ ୨ବର୍ଷ ହେଲା ଯୋଗାଣ ବିଭାଗରେ ଆବେଦନ କରୁଛି। ମାତ୍ର ତାଙ୍କୁ ଏଯାଏ କାର୍ଡ ମିଳିନାହିଁ। ତେଣୁ ତାଙ୍କର ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ହୋଇପାରୁନାହିଁ। ସ୍ବାସ୍ଥ୍ୟ କାର୍ଡ ଥିଲେ ସେ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା କରାଇପାରିଥାନ୍ତେ। ଏ ସମ୍ପର୍କରେ ରାଉରକେଲା ଏଡିଏମ୍‌ ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, କିଶୋରଙ୍କୁ ୫ହଜାର ଟଙ୍କା ପୂର୍ବରୁ ପ୍ରଦାନ କରିଛୁ । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ୍‌ରୁ ୨୪ହଜାର ଟଙ୍କା ଦେଇଛୁ। ତେବେ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁନିଫାଏଡ୍‌ ପଲିସି, ରତ୍ନଭଣ୍ଡାର ପ୍ରସଙ୍ଗକୁ ଅଣଦେଖା

ପୁରୀ ଅଫିସ,୭।୮: ନୀଳାଦ୍ରି ଭକ୍ତନିବାସରେ ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳିତ ବର୍ଷର...

ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସୋହିନୀ

ଖୋର୍ଦ୍ଧା/ବାଲେଶ୍ୱର ଅଫିସ,୧୫।୧୨: ଖୋର୍ଦ୍ଧା ଜିଲା କାଇମାଟିଆ ଗ୍ରାମର କମଳେନ୍ଦୁ ନାୟକ ଏବଂ ରଞ୍ଜନା ରାଣୀ ଦାସଙ୍କ ଝିଅ ସୋହିନୀ ନାୟକ। ବୟସ ୩ ବର୍ଷ ୭...

ପଞ୍ଚଦଶତମ ପାତାଳି ମହୋତ୍ସବ ଉଦ୍‌ଯାପିତ

ଉଲୁଣ୍ଡା, ୨ା୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୋଟସମଲାଇସ୍ଥିତ ଅନ୍ୟତମ ପର୍ଯ୍ୟଟନସ୍ଥଳୀ ପାତାଳି ଶ୍ରୀକ୍ଷେତ୍ରଠାରେ ଚାଲିଥିବା ପଞ୍ଚଦଶତମ ପାତାଳି ମହୋତ୍ସବ ଶନିବାର ପୂର୍ଣ୍ଣାହୂତି ସହ ସମ୍ପନ୍ନ...

ଜନ୍ମମାଟିରେ ହେବ ବିଧାୟକଙ୍କ ଶେଷକୃତ୍ୟ

ବରଗଡ ଅଫିସ,୪।୧୦: ବରଗଡ ଜିଲା ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ମଙ୍ଗଳବାର ଶେଷକୃତ୍ୟ ହେବ। ବିଧାୟକଙ୍କ ପାର୍ଥିବ ଶରୀରକୁ ପଦ୍ମପୁର ରାଜଘାଟକୁ...

ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ପୁରୀ ଅଫିସ,୨୪ା୩: ପୁରୀ ପେଣ୍ଠକଟାର ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି ହେଉଛି ସମୁଦ୍ର। ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ କରୋନା ଏବେ ସେମାନଙ୍କ ପାଇଁ...

ସ୍କୁଲ ବାରଣ୍ଡାରେ ଶିଶୁଙ୍କ ଭବିଷ୍ୟତ

ଆର.ଉଦୟଗିରି, ୨୭ା୨ (ଡି.ଏନ.ଏ.):ମୋହନା ବ୍ଲକ ଡେଙ୍ଗାସଖାଲ ହାଇସ୍କୁଲ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏଠାରେ ପିଲାମାନେ ଭଲରେ ପଢ଼ି ପାରୁନଥିବା ବେଳେ ଆବଶ୍ୟକ ଶ୍ରେଣୀ ଗୃହ...

ଆସନ୍ତାକାଲି ଶ୍ରୀଶ୍ରୀ ଠାକୁରଙ୍କ ଶତବାର୍ଷିକୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୭ା୧: ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଉତ୍କଳ ଆଗମନୀର ୧୦୧ତମ ବାର୍ଷିକୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଅର୍ଥାତ୍‌...

୫୦ ଏକର ଫସଲ ନଷ୍ଟ କଲେ ହାତୀପଲ

ରୂପ୍‌ସା, ୨୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା, ପଶ୍ଚିମସିମୁଳିଆ, ଜହତା, ଓଡ଼ିଆଶାସନ ଆଦି ମୌଜାରେ ହାତୀପଲ ପଶି ଶନିବାର ରାତିରେ ୫୦ଏକରରୁ...

Advertisement
Archives

Model This Week