ଗିରଫ ହେଲେ ବ୍ଲକ ଉପାଧ୍ୟକ୍ଷ

ଯାଜପୁର ଟାଉନ,୧୯।୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ସଦର ଥାନା ସାହାସପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଚାଓମିନ ଦୋକାନୀଙ୍କ ଆକ୍ରମଣରେ ଗୁରୁତର ଜଣେ ନାବାଳକଙ୍କ ମୃତ୍ୟୁ ଘଟଣାରେ ପୋଲିସ ମଙ୍ଗଳବାର ଯାଜପୁର ବ୍ଲକ ଉପାଧ୍ୟକ୍ଷ କମଳ ମଲ୍ଲିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଗୋବିନ୍ଦପୁର ଗ୍ରାମର ସୁକଦେବ ଦାସ ଗତ ୯ ତାରିଖ ରବିବାର ରାତି ପ୍ରାୟ ୯ଟା୩୦ରେ ସ୍ଥାନୀୟ ଶିବାଛକର ଏକ ଚାଓମିନ ଦୋକାନକୁ ଚାଓମିନ ଖାଇବାକୁ ଯାଇଥିଲେ। ଦୋକାନୀ ଅନିଲ ମଲ୍ଲିକ ସୁକଦେବକୁ ଚାଓମିନ ନ ଦେଇ ଅଧଘଣ୍ଟା ଅପେକ୍ଷା କରାଇଥିଲେ। ସୁକଦେବ ଅନିଲଙ୍କୁ ଜିଦ୍‌ କରି ଚାଓମିନ ମାଗିବାରୁ ଦୋକାନୀ ଓ ସେଠାରେ ବସିଥିବା କମଳଙ୍କ ସମେତ ଅନ୍ୟ ୨ ଜଣ ସୁକଦେବଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜାତିଆଣ ଆକ୍ଷେପ କରି ଏକ କାଠଫାଳିଆରେ ପିଟିଥିଲେ। ସୁକଦେବ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ସୁକଦେବଙ୍କ ପୁଅ ଶାନ୍ତନୁ(୧୪) ପହଞ୍ଚି ବାପାଙ୍କୁ କାହିଁକି ମାରିଲ ବୋଲି ପଚାରିଥିଲେ। ଏହାପରେ ସେମାନେ ସଙ୍ଘବଦ୍ଧ ହୋଇ ଏକ ଲୁହାରଡ୍‌ ଓ କାଠ ଫାଳିଆରେ ଶାନ୍ତନୁଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ। ବାପପୁଅ ଚେତାଶୂନ୍ୟ ହୋଇପଡ଼ିଥିଲେ। ଶୁକଦେବଙ୍କ ବଡ଼ଭାଇ ସେମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପରେ ଶାନ୍ତନୁଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲୁଥିବାବେଳେ ଗତ ରବିବାର ତାଙ୍କର ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ହତ୍ୟା ମାମଲା ନଂ.୩୭/୨୫ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ସିପିଆଇ ଜୋନାଲ କମିଟିର ଆଲୋଚନା ସଭା

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ସିପିଆଇ ବଡ଼ଖେମୁଣ୍ଡି ଜୋନାଲ କମିଟିର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ସିପିଆଇ କାର୍ଯ୍ୟଳୟରେ ଆୟୋଜିତ...

କୋର୍ଟରୁ ବାହାରିବାବେଳେ ଯୁବକଙ୍କୁ ଅପହରଣ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ କୋର୍ଟ ସମ୍ମୁଖରୁ ଶୁକ୍ରବାର ଦ୍ୱିପ୍ରହରରେ ଝାରସୁଗୁଡ଼ାର ନିରଞ୍ଜନ ସୁନାଙ୍କୁ ଅପହରଣ କରି ମାରପିଟ୍‌ କରିବା ପରେ ବିଳମ୍ବିତ ରାତିରେ ଥାନାରେ ଛାଡ଼ି...

କାଳ ସାଜିଲା କାଳବୈଶାଖି, ସ୍କୁଲରେ ଆଶ୍ରୟ ନେଲେ କ୍ଷତିଗ୍ରସ୍ତ

ଦେବଗଡ଼ ,୨୩।୩(ଶଶାଙ୍କ ଶେଖର ଝାଙ୍କର): କାଳ ସାଜିଲା କାଳବୈଶାଖି । କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି । କ୍ଷତିଗ୍ରସ୍ତ ଲୋକଙ୍କୁ ଗାଁ ସ୍କୁଲରେ ଆଶ୍ରୟ ଦେଲା...

ମୁଁହ ଖୋଲିଲେ ଚାଞ୍ଚେର ଓ ଉତ୍କେଲା ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖା

କେସିଙ୍ଗା,୨୩।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧୀନସ୍ଥ ଚାଞ୍ଚେର ଓ ଉତକେଲା ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖାଙ୍କ...

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ଟାଙ୍ଗିଆରେ ହାଣି ୨ ମହିଳାଙ୍କୁ ହତ୍ୟା

ହେମଗିର,୨୨।୩(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ତୁମୁଲିଆରେ ଶନିବାର ସନ୍ଧ୍ୟାରେ ୨ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସେମାନେ ହେଲେ ବିଳାସିନୀ...

ଇଫ୍‌ତାର ପାର୍ଟିରେ ଯୋଗଦେଲେ ବିଧାୟକ

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଚାଲିଛି ପବିତ୍ର ରମ୍‌ଜାନ ମାସ। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ମୁସଲମାନ ଭାଇମାନଙ୍କ ପକ୍ଷରୁ ଶନିବାର ରାତିରେ ସୁଲତାନିଆ ମସ୍‌ଜିଦଠାରେ ଇଫ୍‌ତାର ପାର୍ଟି ଆୟୋଜନ...

କାଳବୈଶାଖୀ: ଗଛପଡ଼ି ଗର୍ଭବତୀଙ୍କ ଚାଲିଗଲା ଜୀବନ

ଭବାନୀପାଟଣା,୭ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ କାଳବୈଶାଖୀ ବର୍ଷା ସହ ପବନ ହୋଇଥିଲା। ପବନ ଯୋଗୁ ଅନେକ ସ୍ଥାନରେ ବଡ...

ପୋଲସିକୁ ମାଡ଼ମରା ଘଟଣା: ଆକ୍ସସନର ରିଆକ୍ସନ ଦେଖାଇଲା ପୋଲିସ

ମୋହନା,୨୨ା୩ (ମନ୍ମଥ ମିଶ୍ର): ଗୁରୁବାର ବିଳମ୍ବିତ ରାତିରେ ଗାଁରେ ପଶି ଗଞ୍ଜେଇ ରେଡ କଲା ବେଳେ ମାଡ଼ ଖାଇଥିଲେ ପୋଲିସ। ପୋଲିସ ଗାଡ଼ିକୁ ବି ଭାଙ୍ଗି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri