ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା: ସମ୍ମାନିତ ହେଲେ ସଫଳ ଚାଷୀ

କର୍ଲାମୁଣ୍ଡା,୧୨ା୧୧(ପ୍ରଦୀପ କୁମାର ସାହୁ)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରିଷିଡ଼ାସ୍ଥିତ ବାପୁଜୀ ମିନି ଷ୍ଟାଡିୟମରେ ବୁଧବାର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭା ରେ କର୍ଲାମୁଣ୍ଡା ବିଡିଓ ସୁଚରିତା ମୁଗ୍ରୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ତହସିଲଦାର ଅରୁଣ ବର୍ଗେ, ଓମଫେଡ଼ ସାଧାରଣ ପ୍ରବନ୍ଧକ ରଜନୀ କାନ୍ତ ପଣ୍ଡା, ଭବାନୀପାଟଣା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଭାତ କୁମାର ପରିଡା,କର୍ଲାମୁଣ୍ଡା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ କେଦାର ନାଥ ଖମାରୀ, ସହକାରୀ ମତ୍ସ୍ୟ ଅଧିକାରୀ ଶକ୍ତିକାନ୍ତ ବେହେରା, କଳାହାଣ୍ଡି ଅତିରିକ୍ତ ଜିଲା ମତ୍ସ୍ୟ ଅଧିକାରୀ ଅରୁଣ କୁମାର ସାହୁ,ରିଷିଡା ସରପଞ୍ଚ ସେବତୀ ରଣା, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ପ୍ରମୁଖ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାର ବିସ୍ତୃତ ଭାବେ ଆଲୋଚନା କରିବା ସହ ଯୋଜନା ର ଫାଇଦା ନେବାକୁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଏଥିରେ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହୋଇ ସଫଳତା ଅର୍ଜନ କରିଥିବା ମହିଳା ,ପୁରୁଷ ଚାଷୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।ଏହି ମେଳାରେ ବିଭିନ୍ନ ବିଭାଗରୁ ଷ୍ଟଲ ଲଗେଇବା ସହ ବ୍ଲକ ସଂସ୍କୃତିକ ସଂଘ ପକ୍ଷରୁ ନାଚ ଗୀତ ମାଧ୍ୟମରେ ଯୋଜନା ଉପରେ ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମ ରେ କାର୍ଲାପଡା ପ୍ରାଣୀ ଚିକିତ୍ସକ ସୁଦେଭି ଭଞ୍ଜ ସଂଯୋଜନା କରିଥିଲେ ଓ କେଦାର ନାଥ ଖମାରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶକ୍ତିକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ବ୍ଲକର ବିଭିନ୍ନ ଅଞ୍ଚଳରୁ ମହିଳାପୁରୁଷ ଚାଷୀମାନେ ଅଂଶ ଗ୍ରହଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୋଲତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ମୃତଦେହ କାହାର? ତଦନ୍ତ ଆରମ୍ଭ

ସୋରଡା,୨୨ା୪(ରଜନି ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ବାଲପଙ୍କା ଗାଁରେ ଅଭାବନୀୟ ଘଟଣା । ରାସିପଙ୍କାଳ ଶଙ୍ଖ ନିକଟରେ ପଡ଼ିରହିଛି ଅଜଣା ବ୍ୟକ୍ତିର ମୃତଦେହ ।ମୃତଦେହ…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଆନନ୍ଦପୁର କଲେଜର ସାମ୍ସ ରୁମରେ ଅଗ୍ନିକାଣ୍ଡ, ୧୦ରୁ ଅଧିକ…

ବଞ୍ଚୋ,୨୨ା୪(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର କଲେଜର ସାମ୍ସ (SAMS) ରୁମରେ ଆଜି ହଠାତ୍ ଅଗ୍ନିକାଣ୍ଡ ଘଟିଛି । ରୁମ ଭିତରେ ହଠାତ୍ ନିଆଁ ଲାଗିଯାଇଥିବାରୁ ୧୦ରୁ…

ଜେଲ ପାଚେରୀ ଡେଇଁ କଏଦୀ ଫେରାର

ଭବାନୀପାଟଣା,୨୨।୪: କଳାହାଣ୍ଡି ଜେଲ ପାଚେରୀ ଡେଇଁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଫେରାର…

ପଞ୍ଚପାଣ୍ଡବଙ୍କ ଅଜ୍ଞାତବାସ ନାଟକ ମଞ୍ଚସ୍ଥ: ୭ଦିନ ବ୍ୟାପୀ ମହାଭାରତରୁ….

ରିଷିଡ଼ା,୨୨ା୪(ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା କନ୍ଧପଡା ରାଧାକୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିରାଟ ପର୍ବ ଅବସରରେ ସୋମବାର ପ୍ରଥମ ରଜନୀରେ ପଞ୍ଚପାଣ୍ଡବଙ୍କ ଅଜ୍ଞାତବାସ ନାଟକ…

ମହିଳା ବିଲ୍‌ ଆଣିବା ପଛରେ ରହିଥିଲା ଛଳନା: ଜୟଦେବ ଜେନା

କେନ୍ଦୁଝର,୨୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜିଲା କଂଗ୍ରେସ ପକ୍ଷରୁ ମହିଳା ବିଲ ଓ ସୀମା ନିର୍ଦ୍ଧାରଣ ବିଲ୍‌କୁ ନେଇ ଏକ ପ୍ରେସ୍‌ମିଟ୍‌…

ଅଟୋ ଓଲଟି ୭ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ୯ ଦିନ ପରେ ଅଭିଯୁକ୍ତ ଚାଳକଙ୍କୁ…

ଦିଗପହଣ୍ଡି,୨୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ବ୍ଲକ ବୀରମେଖପୁର ଗାଁ ନିକଟରେ ଗତ ୧୪ ତାରିଖ ଅପରାହ୍ନରେ ଅଟୋ (ନଂ. ଓଡି ୦୭ ବିବି -୯୧୨୧)…

ପ୍ରଚଣ୍ଡ ଖରା, ସୁନ୍ଦରଗଡ଼ ଜିଲାରେ ୨୭ ଯାଏ ସ୍କୁଲ ଛୁଟି ଘୋଷଣା

ସୁନ୍ଦରଗଡ,୨୨ା୪(ଜୟ ନାରାୟଣ ମେଣ୍ଡୁଳି): ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସୁନ୍ଦରଗଡ ଜିଲାରେ ଜନ ଜୀବନ ଦୁର୍ବିସହ ହୋଇପଡିଛି । ଦିନର ତାପମାତ୍ରା ଏବେ ୪୧ଡିଗ୍ରୀ ଡେଇଁ ଲାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri