ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ମୃତ୍ୟୁ, କାରଣ ଖୋଜୁଛି ପୋଲିସ

ଭଞ୍ଜନଗର,୧ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁଙ୍କ ସ୍ବାମୀ ତଥା ଯୁବ ବିଜେଡି ନେତା ହିମାଂଶୁ ଶେଖର ବାରିକଙ୍କ ଗୁରୁବାର ବିଳମ୍ବିତ ରାତିରେ ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କର କେଉଁଭଳି ପରିସ୍ଥିତିରେ ମୃତ୍ୟୁ ଘଟିଛି ତାହା ସଠିକ୍‌ ଭାବେ ଜଣାପଡ଼ିନାହିଁ। ହିମାଂଶୁଙ୍କ ମୃତ୍ୟୁକୁ ନେଇ ନାନା ଆଲୋଚନା ହେଉଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିବ।

ଭଞ୍ଜନଗର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଖବର ପ୍ରଚାରିତ ପରେ ଭଞ୍ଜନଗର ନିର୍ବାଚନମଣ୍ଡଳିରେ ଶୋକର ଛାୟା ଖେଳିଯାଇଛି। ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅକାଳ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ବ୍ଲକ ବିଜେଡି ସଭାପତି ମୋହନ ପ୍ରଧାନଙ୍କ ଏକାଦଶାହ କାର୍ଯ୍ୟକ୍ରମ ଜଗନ୍ନାଥପ୍ରସାଦ କଲେଜ ପଡ଼ିଆରେ ଆୟୋଜନ ହୋଇଥିବା ଯୋଗୁ ଉକ୍ତ କାର୍ଯ୍ୟ ତଦାରଖ କରିବାକୁ ହିମାଂଶୁ ଗୁରୁବାର ସନ୍ଧ୍ୟାରେ କଲେଜ ପଡ଼ିଆକୁ ଯାଇଥିଲେ। ସେଠାରୁ ଗଣ୍ଡାଧାର ଯାଇଥିଲେ ଦଣ୍ଡନାଚ ଭୋଜି ଖାଇବାକୁ। ସେଠାରେ ଭୋଜି ଖାଇ ରାତି ୧୦ଟାରେ ହିମାଂଶୁ ନିଜ ଗ୍ରାମ ବରଗା ଘରକୁ ଫେରିଥିଲେ। ରାତି ପ୍ରାୟ ୧୦ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଘର ସମ୍ମୁଖରେ ବିଭିନ୍ନ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ରାତିରେ ଶୋଇଥିବା ସମୟରେ ରାତି ପ୍ରାୟ ସାଢ଼େ ଗୋଟାଏରେ ହିମାଂଶୁ ଗୁରୁତର ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ଆଣିଥିଲେ। ମେଡିକାଲରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ବିଷକ୍ରିୟା ଯୋଗୁ ହିମାଂଶୁଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଛୁଳିଲା ଗମ୍ଭାରିଆ ଯୋର

ପରଜଙ୍ଗ, ୨୪।୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ ଅନ୍ତର୍ଗତ କୁଲେଇ ଗ୍ରାମ ନିକଟରେ ଥିବା ଗମ୍ଭାରିଆ ଯୋର ଲଘୁଚାପଜନିତ ଲଗାଣ ବର୍ଷାରେ ଉଛୁଳିଛି।...

ରଙ୍ଗବତୀ ଗୀତରେ ଝୁମିଲେ ଦର୍ଶକ

ସମ୍ବଲପୁର, ୧୬।୧୨ (ବ୍ୟୁରୋ) ଅଇଁଠାପାଲି ପିଏଚଡି ପଡିଆଠାରେ ଚାଲିଥିବା ସମ୍ବଲପୁର ମହୋତ୍ସବ-୨୦୧୯ ରବିବାର ରାତିରେ ଉଦ୍‌ଯାପିତ ହୋଇଯାଇଛି । ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଓ ପ୍ରୀତିନନ୍ଦା...

୨ କି.ମି. ରାସ୍ତା ମରାମତିକୁ ଲାଗିଲାଣି ୨ବର୍ଷ

ସେମିଳିଗୁଡ଼ା/ସୁନାବେଡ଼ା,୧୯।୫ (ସ୍ବ.ପ୍ର.): ପୂର୍ତ୍ତ ବିଭାଗ ଅଧୀନରେ ଥିବା ସେମିଳିଗୁଡ଼ା-ନନ୍ଦପୁର ରାସ୍ତା ଅବସ୍ଥା ଶୋଚନୀୟ। ସେମିଳିଗୁଡ଼ା ଟ୍ରାଫିକ ଛକରୁ କୋଡ଼ିଗାଁ ଛକ ପର୍ଯ୍ୟନ୍ତ ପ୍ରାୟ ୨କି.ମି. ରାସ୍ତାର...

ପ୍ରଧାନୀ ଜଙ୍ଗଲରୁ ମୃତ ବାର୍‌ହା ଜବତ

ସିନାପାଲି,୨୫।୨(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବନଖଣ୍ଡ ଅଧୀନସ୍ଥ ସିନାପାଲି ରେଞ୍ଜ ପ୍ରଧାନୀ ଜଙ୍ଗଲରୁ ଶୁକ୍ରବାର ଏକ ମୃତ ବାର୍‌ହା ଉଦ୍ଧାର କରାଯାଇଛି। ସ୍ଥାନୀୟ ଘଣ୍ଟିଗୁଡା ସରପଞ୍ଚ...

ଶ୍ରମିକଙ୍କ ପାଇଁ କାର୍ଯ୍ୟକାରୀ ହେଉ ପେନ୍‌ସନ ଯୋଜନା

ବ୍ରହ୍ମପୁର ଅଫିସ,୧୯ା୮-ଶ୍ରମିକ ଓ ଅଣସଂଗଠିତ ଶ୍ରମିକଙ୍କୁ ରାଜ୍ୟ ସରକାର ମାସିକ ପେନ୍‌ସନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଗଞ୍ଜାମ ଜିଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ଦାବି...

ପିଅନ ସମ୍ଭାଳୁଛନ୍ତି ପ୍ରାଣୀଧନ ସେବା

ପରଜଙ୍ଗ, ୨୬।୭(ଡି.ଏନ୍‌.ଏ.) କେଉଁଠି ଫାଟୁଆ ତ ଆଉ କେଉଁଠି ବ୍ୟାପିଲାଣି ବଜବଜିଆ ଭଳି ସଂକ୍ରାମକ ରୋଗ। ରୋଗାକ୍ରାନ୍ତ ଗୃହପାଳିତ ପ୍ରାଣୀମାନେ ଯନ୍ତ୍ରଣାରେ କଲବଲ ହେଉଛନ୍ତି। ହେଲେ...

ପୋଲିସ,ଏସଓଜି ସହ ବିଏସଏଫ ତିଆରି କଲେ: ହନ୍ତାଳଗୁଡାରୁ ଯୋଡ଼ାମ୍ବକୁ ରାସ୍ତା

ଚିତ୍ରକୋଣ୍ଡା,୧୫ା୧(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ବିଚ୍ଛିନାଞ୍ଚଳକୁ ପାହାଡ଼, ନଦୀ ଓ ଝରଣା ଘେରି ରହିଛି। ଉକ୍ତ ଅଞ୍ଚଳକୁ ରାସ୍ତା...

ବାକିରେ ସିଗାରେଟ ନ ଦେବାରୁ ପାନ ଦୋକାନୀଙ୍କୁ ହତ୍ୟା

ଦିଗପହଣ୍ଡି/କୁକୁଡ଼ାଖଣ୍ଡ/କବିସୂର୍ଯ୍ୟନଗର,୧ା୨: ଗଞ୍ଜାମ ଜିଲାରେ ପୁଣି ୨ଟି ହତ୍ୟାକାଣ୍ଡ ଘଟିଛି। ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମରେ ରବିବାର ରାତିରେ ବାକି ଟଙ୍କା ମାଗିବାରୁ ଜଣେ ପାନ...

Advertisement
Archives

Model This Week