ଜଙ୍ଗଲର ୪ ଅଞ୍ଚଳ ଜଳୁଛି

ସମ୍ବଲପୁର,୧ା୪(ବ୍ୟୁରୋ) ପ୍ରତିବର୍ଷ ମାର୍ଚ୍ଚ ଶେଷ ଓ ଏପ୍ରିଲ ମାସରେ ଜଙ୍ଗଲରେ ନିଆଁ ଲାଗିଥାଏ। ବନ ବିଭାଗ ପାଖରେ ଏ ନେଇ ଆଗୁଆ ସୂଚନା ମଧ୍ୟ ରହିଛି। ହେଲେ ବିଭାଗୀୟ ଅବହେଳା ଯୋଗୁ ଏବେ ଜିଲାର ବିଭିନ୍ନ ଜଙ୍ଗଲ ଜଳୁଥିବା ଦେଖାଯାଉଛି। ସମ୍ବଲପୁର ବନଖଣ୍ଡର ସଦର ରେଞ୍ଜ, ଧମା ଓ ପଡିଆବାହାଲ ରେଞ୍ଜ ଅଧୀନ ଜଙ୍ଗଲରେ ନିଆଁ ଲାଗିଥିବା ଅଭିଯୋଗ ହେଉଛି। ନିଆଁ ଲାଗିବା ନେଇ ବନ ବିଭାଗ ପାଖରେ ଅଭିଯୋଗ କଲାପରେ ମଧ୍ୟ ଲିଭାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହା ଦ୍ୱାରା ବନ୍ୟପ୍ରାଣୀଙ୍କ ଜୀବନ ବିପଦରେ ରହୁଛି।

ଜଙ୍ଗଲ ସୁରକ୍ଷା ଓ ବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌) ଗଠନ କରାଯାଇଛି। ଏହି ସମିତିରେ ରହୁଥିବା ସଦସ୍ୟଙ୍କୁ ନିଅଁା ଆୟତ୍ତ କରିବା ପାଇଁ ତାଲିମ ଦିଆଯିବା ସହ ଉପକରଣ ଦିଆଯାଉଛି। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ସରକାରୀ ଟଙ୍କା ହରିଲୁଟ ହେବା ଯୋଗୁ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ। ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଛି। ବନ ବିଭାଗ ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ଦାୟୀ କରି ନିଜ ମୁଣ୍ଡରୁ ଦୋଷ ଛଡାଇ ନେଉଛି। ଅନ୍ୟପକ୍ଷେ ଜଙ୍ଗଲରେ ନିଅଁା ଲଗାଇବା ଏକ ଆଇନଗତ ଅପରାଧ। ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି। ହେଲେ ବନ ସୁରକ୍ଷା ସମିତି ଠିକ୍‌ ଭାବେ ନିଜ ଦାୟିତ୍ୱ ତୁଲାଉ ନ ଥିବାବେଳେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଲୋକଙ୍କ ମନରେ ଭୟ ରହୁନାହିଁ।

ମୁଖ୍ୟତଃ ମହୁଲ ଗୋଟାଇବା ଓ କେନ୍ଦୁପତ୍ର ପାଇଁ ନିଆଁ ଲଗାଯାଇଥାଏ। ଏହି ଦୁଇ କାରଣ ପାଇଁ ଜଙ୍ଗଲ ନିକଟରେ ଥିବା ଜମି ମାଲିକ ଯଦି ନିଜ ଜମିରେ ନିଅଁା ଲଗାଇବେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ। ଜଙ୍ଗଲ ଭିତରକୁ ନିଆଁ ନ ବ୍ୟାପିବା ପାଇଁ ଟ୍ରେଞ୍ଚ ଖୋଳାଯାଇଛି। ସ୍ବତନ୍ତ୍ର ସ୍କ୍ବାଡ୍‌ ମଧ୍ୟ ନିୟୋଜିତ କରାଯାଇଛି। ଏଥିପାଇଁ ପାଟ୍ରୋଲିଂ ଗାଡି ବ୍ୟବସ୍ଥା ରହିଛି। ଏପରି କି ଅତ୍ୟାଧୁନିକ ଜିପିଏସ୍‌ ବ୍ୟବସ୍ଥା ରହିଛି। ସାଟେଲାଇଟ ଜରିଆରେ କେଉଁ ସ୍ଥାନରେ ନିଆଁ ଲାଗିଛି ସେ ନେଇ ବନ ବିଭାଗକୁ ସୂଚନା ମିଳିପାରୁଛି। ହେଲେ ନିଆଁ ଆୟତ୍ତ କରିବାରେ ବନ ବିଭାଗ ବିଫଳ ହେଉଛି। ଫଳରେ ଜଙ୍ଗଲରେ ନିଆଁ ବ୍ୟାପୀ ବନ୍ୟପ୍ରାଣୀଙ୍କ ଜୀବନ ବିପଦରେ ରହୁଛି। କେତେକ ବନ୍ୟପ୍ରାଣୀ ଏଥିଯୋଗୁ ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ ହେଉଛି। ସଦର ରେଞ୍ଜର ଭୀମଖୋଜ, ଯୁଯୁମୁରା, ଗଡଲୁଇସିଂ, ବସିଆପଡା ଅଞ୍ଚଳର ଏକର ଏକର ଜଙ୍ଗଲରେ ନିଅଁା ଲାଗିଥିବା ଅଭିଯୋଗ ହେଉଛି ।
ଏ ସମ୍ପର୍କରେ ସମ୍ବଲପୁର ଡିଏଫ୍‌ଓ ବିଶ୍ୱନାଥ ନୀଳାମ୍ବର କହିଛନ୍ତି, ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ରେଞ୍ଜ ସ୍ତରରେ ସ୍ବତନ୍ତ୍ର ସ୍କ୍ବାଡ୍‌ ବ୍ୟବସ୍ଥା ହୋଇଛି। ପ୍ରାୟ ୮୦ ପ୍ରତିଶତ ନିଆଁ ଆୟତ୍ତ କରାଯାଇଛି। ମହୁଲ ଫୁଲ ଓ କେନ୍ଦୁପତ୍ର ପାଇଁ କେତେକ ସ୍ଥାନରେ ଦୁର୍ବୃତ୍ତମାନେ ନିଅଁା ଲଗାଇ ଦେଉଛନ୍ତି। ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri