ଜଙ୍ଗଲର ୪ ଅଞ୍ଚଳ ଜଳୁଛି

ସମ୍ବଲପୁର,୧ା୪(ବ୍ୟୁରୋ) ପ୍ରତିବର୍ଷ ମାର୍ଚ୍ଚ ଶେଷ ଓ ଏପ୍ରିଲ ମାସରେ ଜଙ୍ଗଲରେ ନିଆଁ ଲାଗିଥାଏ। ବନ ବିଭାଗ ପାଖରେ ଏ ନେଇ ଆଗୁଆ ସୂଚନା ମଧ୍ୟ ରହିଛି। ହେଲେ ବିଭାଗୀୟ ଅବହେଳା ଯୋଗୁ ଏବେ ଜିଲାର ବିଭିନ୍ନ ଜଙ୍ଗଲ ଜଳୁଥିବା ଦେଖାଯାଉଛି। ସମ୍ବଲପୁର ବନଖଣ୍ଡର ସଦର ରେଞ୍ଜ, ଧମା ଓ ପଡିଆବାହାଲ ରେଞ୍ଜ ଅଧୀନ ଜଙ୍ଗଲରେ ନିଆଁ ଲାଗିଥିବା ଅଭିଯୋଗ ହେଉଛି। ନିଆଁ ଲାଗିବା ନେଇ ବନ ବିଭାଗ ପାଖରେ ଅଭିଯୋଗ କଲାପରେ ମଧ୍ୟ ଲିଭାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହା ଦ୍ୱାରା ବନ୍ୟପ୍ରାଣୀଙ୍କ ଜୀବନ ବିପଦରେ ରହୁଛି।

ଜଙ୍ଗଲ ସୁରକ୍ଷା ଓ ବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌) ଗଠନ କରାଯାଇଛି। ଏହି ସମିତିରେ ରହୁଥିବା ସଦସ୍ୟଙ୍କୁ ନିଅଁା ଆୟତ୍ତ କରିବା ପାଇଁ ତାଲିମ ଦିଆଯିବା ସହ ଉପକରଣ ଦିଆଯାଉଛି। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ସରକାରୀ ଟଙ୍କା ହରିଲୁଟ ହେବା ଯୋଗୁ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ। ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଛି। ବନ ବିଭାଗ ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ଦାୟୀ କରି ନିଜ ମୁଣ୍ଡରୁ ଦୋଷ ଛଡାଇ ନେଉଛି। ଅନ୍ୟପକ୍ଷେ ଜଙ୍ଗଲରେ ନିଅଁା ଲଗାଇବା ଏକ ଆଇନଗତ ଅପରାଧ। ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି। ହେଲେ ବନ ସୁରକ୍ଷା ସମିତି ଠିକ୍‌ ଭାବେ ନିଜ ଦାୟିତ୍ୱ ତୁଲାଉ ନ ଥିବାବେଳେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଲୋକଙ୍କ ମନରେ ଭୟ ରହୁନାହିଁ।

ମୁଖ୍ୟତଃ ମହୁଲ ଗୋଟାଇବା ଓ କେନ୍ଦୁପତ୍ର ପାଇଁ ନିଆଁ ଲଗାଯାଇଥାଏ। ଏହି ଦୁଇ କାରଣ ପାଇଁ ଜଙ୍ଗଲ ନିକଟରେ ଥିବା ଜମି ମାଲିକ ଯଦି ନିଜ ଜମିରେ ନିଅଁା ଲଗାଇବେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ। ଜଙ୍ଗଲ ଭିତରକୁ ନିଆଁ ନ ବ୍ୟାପିବା ପାଇଁ ଟ୍ରେଞ୍ଚ ଖୋଳାଯାଇଛି। ସ୍ବତନ୍ତ୍ର ସ୍କ୍ବାଡ୍‌ ମଧ୍ୟ ନିୟୋଜିତ କରାଯାଇଛି। ଏଥିପାଇଁ ପାଟ୍ରୋଲିଂ ଗାଡି ବ୍ୟବସ୍ଥା ରହିଛି। ଏପରି କି ଅତ୍ୟାଧୁନିକ ଜିପିଏସ୍‌ ବ୍ୟବସ୍ଥା ରହିଛି। ସାଟେଲାଇଟ ଜରିଆରେ କେଉଁ ସ୍ଥାନରେ ନିଆଁ ଲାଗିଛି ସେ ନେଇ ବନ ବିଭାଗକୁ ସୂଚନା ମିଳିପାରୁଛି। ହେଲେ ନିଆଁ ଆୟତ୍ତ କରିବାରେ ବନ ବିଭାଗ ବିଫଳ ହେଉଛି। ଫଳରେ ଜଙ୍ଗଲରେ ନିଆଁ ବ୍ୟାପୀ ବନ୍ୟପ୍ରାଣୀଙ୍କ ଜୀବନ ବିପଦରେ ରହୁଛି। କେତେକ ବନ୍ୟପ୍ରାଣୀ ଏଥିଯୋଗୁ ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ ହେଉଛି। ସଦର ରେଞ୍ଜର ଭୀମଖୋଜ, ଯୁଯୁମୁରା, ଗଡଲୁଇସିଂ, ବସିଆପଡା ଅଞ୍ଚଳର ଏକର ଏକର ଜଙ୍ଗଲରେ ନିଅଁା ଲାଗିଥିବା ଅଭିଯୋଗ ହେଉଛି ।
ଏ ସମ୍ପର୍କରେ ସମ୍ବଲପୁର ଡିଏଫ୍‌ଓ ବିଶ୍ୱନାଥ ନୀଳାମ୍ବର କହିଛନ୍ତି, ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ରେଞ୍ଜ ସ୍ତରରେ ସ୍ବତନ୍ତ୍ର ସ୍କ୍ବାଡ୍‌ ବ୍ୟବସ୍ଥା ହୋଇଛି। ପ୍ରାୟ ୮୦ ପ୍ରତିଶତ ନିଆଁ ଆୟତ୍ତ କରାଯାଇଛି। ମହୁଲ ଫୁଲ ଓ କେନ୍ଦୁପତ୍ର ପାଇଁ କେତେକ ସ୍ଥାନରେ ଦୁର୍ବୃତ୍ତମାନେ ନିଅଁା ଲଗାଇ ଦେଉଛନ୍ତି। ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲୁଣ କଳାବଜାର ଉପରେ ଚଢାଉ କଲେ ତହସିଲଦାର ଗୋଟିଏ ଦୋକାନ ସିଲ୍‌,ମାଲିକ ଥାନାରେ ଅଟକ

କାଲିମେଳା,୨୧ା୫(ଡି.ଏନ.ଏ.)-ମାଲାକନଗିରି ଜିଲାର ବିଭିନ୍ନ ସ୍ଥାନରେ ଲୁଣ କଳାବଜାର ହେଉଥିବା ଅଭିଯୋଗ ହୋଇଛି। ଲୁଣ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋଇଥିବାରୁ ଗୁରୁବାର କାଲିମେଳାରେ ତହସିଲଦାର ଆଲୋକ କୁମାର...

ବିଛଣା ଧରିଲା ଘର ଚଳାଉଥିବା ଯୁଆନ ପୁଅ

ଦଶମନ୍ତପୁର,୧୧ା୧୦(ଡି.ଏନ୍‌.ଏ.): ଦିନେ ସେ ଘର ଚଳାଉଥିବା ଯୁଆନ ପୁଅ ଥିଲେ। କିନ୍ତୁ ଏବେ ସକାଳ ହେଲେ ପରିବାର ଲୋକେ ତାଙ୍କୁ ଘରୁ ଟେକି ଆଣି ବାରଣ୍ଡାରେ...

ଲକଡାଉନ ନିୟମ ଉଲ୍ଲଂଘନ : ୨୧ ଗାଡି ଚାଳକ, ୧୪ ଦୋକାନୀଙ୍କୁ ଜରିମାନା

ବୌଦ୍ଧ, ୭ା୪(ସ୍ବ.ପ୍ର): ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ନିୟମକୁ ଆହୁରି କଡାକଡି ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାକୁ ଅମାନ୍ୟ କରିବା ଅଭିଯୋଗରେ...

ସୁଲୋଚନାକୁଁ ସାହାଯ୍‌ର ହାତ୍‌ ବଢ଼ାଲେ ଭିନେ ଭିନେ ସଂଗଠନ: ଫିରି ପାଏଲେ ବଁଧା ପଡ଼ିଥିବାର ରାଶନକାର୍ଡ

ପର୍ଲା, ୨୪।୧ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ାର କୁଷ୍ଠ ରୋଗ୍‌ରେ ପୀଡ଼ିତ ସୁବାସ ଦୋରୁଆନ(୫୦)କଁର ଦିନାକେତେ ତଲେ...

ଷ୍ଟାଫ୍‌ନର୍ସସ୍ତରରେ ଅଦଳବଦଳ

ଅନୁଗୋଳ ଅଫିସ, ୧୯।୧୨: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବ୍ୟାପକ ଲାଞ୍ଚ କାରବାର ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଗତମାସରେ...

ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ

ଅନୁଗୋଳ ଅଫିସ, ୨୬ା୭:  ଅନୁଗୋଳ ଜିଲାରେ ବଢ଼ୁଛି ବଳାତ୍କାର ଓ ହତ୍ୟା ମାମଲା। ଗତ ୩ ବର୍ଷ ମଧ୍ୟରେ ଶତାଧିକ ବଳାତ୍କାର ଅଭିଯୋଗ ପୋଲିସ ନିକଟକୁ...

ପ୍ରଥମ କାମାକ୍ଷାନଗର ମହୋତ୍ସବ ଆରମ୍ଭ

କାମାକ୍ଷାନଗର, ୯।୨(ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ରହୁଥିବା ଲୋକେ ମନୋରଞ୍ଜନ ପାଇଁ ସୁଯୋଗ ଖୋଜୁଥାଆନ୍ତି। ପ୍ରଥମଥର ଆୟୋଜିତ କାମାକ୍ଷାନଗର ମହୋତ୍ସବ ଉପଖଣ୍ଡ ଅଞ୍ଚଳବାସୀଙ୍କ ଏହି ଆଶା ପୂରଣ କରିବ...

୧୪ ଦିନରେ ଖଣିରେ ଅର୍ଥନୈତିକ ଅବରୋଧ: ସମର୍ଥ ଜଣାଇଲା ରାଜ୍ୟ ସିଭିଲ ସୋସାଇଟି ଫୋରମ

ସୁକିନ୍ଦା,୨|୮(ଡି.ଏନ୍‌.ଏ.)- ସୁକିନ୍ଦା କ୍ରୋମ ଭ୍ୟାଲିରେ ଲୋଡିଂ ନ ମିଳିବା ଓ ହାଇକୋର୍ଟଙ୍କ ଫାଷ୍ଟ କମ ଫାଷ୍ଟ ଲୋଡିଂ ନିୟମକୁ ନେଇ ଜୁଲାଇ ୧୯ରୁ କୁହିକା ସୁକିନ୍ଦା...

Advertisement
Archives

Model This Week