ସଚେତନତା ଆଗରେ ଭାରିପଡୁଛି ଅନ୍ଧ ବିଶ୍ୱାସ: ଗୁଣିଗାରେଡି ସନ୍ଦେହରେ ବଳି ପଡୁଛି ନିରୀହ ଜୀବନ

ଭବାନୀପାଟଣା,୭ା୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ଆଜି ବି ଲୋକେ ଗୁଣିଗାରେଡି ଉପରେ ବିଶ୍ବାସ କରୁଛନ୍ତି। ଏପରିକି ଏହି ଅନ୍ଧ ବିଶ୍ବାସ ନିରୀହ ଲୋକଙ୍କ ଜୀବନ ମଧ୍ୟ ନେଇଯାଉଛି। ଅନ୍ଧବିଶ୍ୱାସ ରୋକିବାକୁ ବିଭିନ୍ନ ସମୟରେ ସଚେତନତା କରାଯାଉଥିବା ସତ୍ତ୍ବେ ସଚେତନ ଆଗରେ ଭାରି ପଡୁଛି ଅନ୍ଧ ବିଶ୍ୱାସ। ଗୁଣି ଗାରେଡି ସନ୍ଦେହରେ ଗତ ମେ ମାସରେ ଜିଲାରେ ୨ ନିରୀହ ଲୋକଙ୍କ ଜୀବନ ଯାଇଛି। ମେ ୧୭ରେ ଜୁନାଗଡ଼ ଥାନା ଛୋରିଆଗଡ଼ ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇଙ୍କ ଜୀବନ ଯାଇଥିଲା। ସାନ ଭାଇ ସୁବଳ ବାଗ (୪୫)ଙ୍କୁ ବଡ଼ ଭାଇ ଗୋପୀ ବାଗ(୪୯) ହତ୍ୟା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏବେ ସେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ସେହିପରି ଏହାର ଦିନକ ପରେ ଅର୍ଥାତ୍‌ ମେ ୧୮ରେ କଲମପୁର ଥାନା ଦେପୁର ଗାଁରେ ରୂପସିଂ ମାଝୀ(୬୫)ଙ୍କୁ ଗୁଣିଗାରେଡି ସନ୍ଦେହରେ ଉକ୍ତ ଗାଁର ଲିଙ୍ଗରାଜ ମାଝୀ(୨୨) ମୁଣ୍ଡ ଓ ଗଣ୍ଡିକୁ ଅଲଗା କରି ପୋଖରୀର ଫୋପାଡି ଦେଇଥିଲେ। ଘଟଣାର ୧୦ଦିନ ପରେ ପୋଲିସ ଅଭିଯୁକ୍ତ ଲିଙ୍ଗରାଜଙ୍କୁ ଗୋଆରୁ ଗିରଫ କରିଥିଲା। ପଚରାଉଚୁରା ପରେ ସେ ରୂପସିଂଙ୍କ ହତ୍ୟାକାରୀ ବୋଲି ପୋଲିସ ଆଗରେ ସ୍ବୀକାର କରିଥିଲେ। ହତ୍ୟାକାରୀ ଯୁବକଙ୍କ ମା’ବାପା ଦୁଇବର୍ଷ ହେଲା ସ୍ବାସ୍ଥ୍ୟଜନିତ ସମସ୍ୟା ଯୋଗୁ ଶଯ୍ୟାଶାୟୀ ଅଛନ୍ତି। ରୂପସିଂ ଗୁଣିଗାରେଡି କରି ତାଙ୍କ ମା’ବାପାଙ୍କୁ ଏମିତି କରିଛି ଭାବି ତାଙ୍କୁ ଜୀବନରୁ ମାରିଦେବାକୁ ନିଷ୍ପତ୍ତି ନେଇଥିଲେ। ପ୍ରସ୍ତୁତି ଅନୁଯାୟୀ ଗାଁର ପଞ୍ଚାୟତ ଗୃହଠାରେ ବୃଦ୍ଧଙ୍କୁ ହତ୍ୟା କରିଥିଲେ। ପରେ ମୁଣ୍ଡ ଓ ଗଣ୍ଡିକୁ ଅଲଗା କରି ମୃତଦେହକୁ କାନ୍ଧରେ ବୋହି ଗାଁ ପୋଖରୀରେ ପୋତିଦେଇ ଫେରାର ହୋଇଯାଇଥିଲେ। ସେହିପରି ଅକ୍ଟୋବର ୨୦୨୩ରେ ଗୁଣିଗାରେଡ଼ି ସନ୍ଦେହରେ ଜୁନାଗଡ଼ ଥାନା ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର ହୋଇଥିଲା। ଏଥିରେ ଜଣେ ବୃଦ୍ଧ, ମହିଳା ଓ ୨ ବର୍ଷର ଶିଶୁଙ୍କୁ ସମ୍ପର୍କୀୟ ପୁତୁରା ମହେନ୍ଦ୍ର ମାଝୀ ହତ୍ୟା କରିଥିଲେ। ସେତେବେଳେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଧୁନିକ ଯୁଗରେ ମଧ୍ୟ ଗୁଣିଗାରେଡି ଭଳି ଅନ୍ଧ ବିଶ୍ୱାସରୁ ନିରୀହ ଲୋକଙ୍କ ଜୀବନ ଯିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଜିଲା ପ୍ରଶାସନ ଏ ଦିଗରେ ସଚେତନତା ସୃଷ୍ଟି କରିବା ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri