ଏପରି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ ଜୀବନ; ଜାଣନ୍ତୁ ଏପରି କାହାକୁ କହିଛନ୍ତି ଚାଣକ୍ୟ

ବିବାହକୁ ସମସ୍ତଙ୍କର ଭିନ୍ନ ଚିନ୍ତାଧାରା ଥାଏ। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଲୋଡିଥାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ ବିଷୟରେ କୁହାଯାଇଛି ଯାହାଙ୍କୁ ବିବାହ କଲେ ଯେକୌଣସି ପୁରୁଷର ଜୀବନ ଧନ୍ୟ ହୋଇଯାଇଥାଏ। ଆସନ୍ତୁ ଜାଣିବା…

-ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ ନିଜର ଜୀବନସାଥୀଙ୍କୁ ବହୁତ ପ୍ରେମ କରିଥାନ୍ତି, ସର୍ବଦା ତାଙ୍କର ହିତ ବିଷୟରେ ଚିନ୍ତା କରିଥାନ୍ତି, ତାଙ୍କୁ କଦାପି ଛାଡ଼ିବା ଉଚିତ ନୁହେଁ। ଏଭଳି ସ୍ତ୍ରୀ ଝଗଡ଼ା ଯେତେ ହେଉ ନା କାହିଁକି ସମାଧାନ କରିନେଇଥାନ୍ତି। କାରଣ ସେ ପାର୍ଟନରଙ୍କୁ ଚିନ୍ତାରେ ଦେଖିପାରନ୍ତି ନାହିଁ। ଏଭଳି ସ୍ତ୍ରୀଙ୍କୁ ବିବାହ କରିବା ଉତ୍ତମ।

– ଅନ୍ୟ କାହା ପ୍ରେମରେ ନ ଥିବା ସ୍ତ୍ରୀଙ୍କୁ ବିବାହ କରିବା ଉଚିତ। କାରଣ ଭଲପାଇବା ଉଭୟ ପଟରୁ ହେବା ଆବଶ୍ୟକ। ଚାପରେ ପଡ଼ି ବିବାହ କଲେ ସେହି ସ୍ତ୍ରୀଙ୍କୁ ନେଇ ମନରେ ଭଲପାଇବା ଜାଗ୍ରତ ହେବ ନାହିଁ। ଏଣୁ ବିବାହ ପୂର୍ବରୁ ତାଙ୍କର ମନର କଥା ଜାଣିନେବା ଉଚିତ।

-ଚାଣକ୍ୟ କୁହନ୍ତି ଏପରି ସ୍ତ୍ରୀଙ୍କୁ ବିବାହ କର ଯିଏ ତୁମର ବାହାର ଅପେକ୍ଷା ଭିତରର ସୁନ୍ଦରତାକୁ ଦେଖିବ। କାରଣ ସୌନ୍ଦର୍ଯ୍ୟ ବେଶି ଦିନ ରହି ନ ଥାଏ। ହେଲେ ସ୍ବଭାବ ସବୁବେଳେ ସମାନ ଥାଏ। ଯେଉଁ ସ୍ତ୍ରୀ ସ୍ବଭାବରେ ସ୍ନେହୀ ହୋଇଥିବେ ସେ ସାରା ଜୀବନ ତୁମ ସହ ରହିବେ।

-ଚାଣକ୍ୟ କୁହନ୍ତି ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ବାମୀ ଭିତରେ ବାପାର ପ୍ରତିଛବି ଦେଖିଥାନ୍ତି। ସ୍ବାମୀ ତାଙ୍କୁ ବାପାଙ୍କ ଭଳି ସମ୍ମାନ ଦିଅନ୍ତୁ, ଭଲପାଆନ୍ତୁ ବୋଲି ସ୍ତ୍ରୀଟିଏ ଚାହିଁଥାଏ। ଏଣୁ ଯେତେବେଳେ ବିବାହ କରିବାକୁ ଚିନ୍ତା କରୁଛନ୍ତି ତେବେ ନିଶ୍ଚୟ ପାର୍ଟନରଙ୍କ ମନରେ କ’ଣ ଚାଲିଛି ଜାଣି ନିଅନ୍ତୁ। ସେ ତୁମଠାରୁ କ’ଣ ଆଶା କରନ୍ତି ଜାଣନ୍ତୁ। କାରଣ ଯେଉଁ ସ୍ତ୍ରୀ ଏପରି କଥା ନିଜ ମନରେ ରଖିଥାନ୍ତି ସେ କେବେହେଲେ ତୁମକୁ ଧୋକା ଦେବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri