Posted inଖେଳ

ବ୍ଲାଟରଙ୍କୁ ଦ୍ୱିତୀୟଥର ବାସନ୍ଦ କଲା ଫିଫା

ଜୁରିକ,୨୫।୩(ଏପି): ବିଶ୍ୱ ଫୁଟ୍‌ବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଦ୍ୱିତୀୟଥର ପାଇଁ ପୂର୍ବତନ ଅଧ୍ୟକ୍ଷ ସେପ୍ପ ବ୍ଲାଟରଙ୍କୁ ବାସନ୍ଦ କରିଛି। ୮୫ ବର୍ଷୀୟ ବ୍ଲାଟରଙ୍କ ପ୍ରଥମ ବାସନ୍ଦର ଅବଧି ଶେଷ ହେବାର ୭ ମାସ ପୂର୍ବରୁ ବୁଧବାର ଫିଫା ପୁଣି ଥରେ ତାଙ୍କୁ ବାସନ୍ଦ କରିଛି। ଆର୍ଥିକ ଅନିୟମିତତା ପାଇଁ ଫିଫା ଏହି ନିଷ୍ପତ୍ତି ନେଇଛି।
ବ୍ଲାଟରଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଖରାପ ରହିଛି। ଗତ ଡିସେମ୍ବରରେ ତାଙ୍କର ହାର୍ଟ ସର୍ଜରୀ କରାଯାଇଥିଲା ଓ ଏହାର ଗୋଟିଏ ସପ୍ତାହ ପରେ ସେ କୋମାକୁ ଚାଲିଯାଇଥିଲେ। ଆର୍ଥିକ ଅନିୟମିତତା କରିଥିବାରୁ ବ୍ଲାଟର ଓ ଫିଫାର ପୂର୍ବତନ ସାଧାରଣ ସମ୍ପାଦକ ଜେରୋମ ଭାଲ୍‌କେଙ୍କୁ ଯଥାକ୍ରମେ ୬ ଓ ୮ ମାସ ବାସନ୍ଦ କରାଯାଇଛି। ଏହି ଦୁଇ ଫୁଟ୍‌ବଲ ପ୍ରଶାସକ ସବୁ ନିୟମର ଉଲ୍ଲଂଘନ କରି ନିଜକୁ ଲକ୍ଷ ଲକ୍ଷ ଡଲାରର ଚୁକ୍ତିଭିତ୍ତିକ ବୋନସ ପ୍ରଦାନ କରିଥିଲେ। ଏହି ଦୁଇଜଣଙ୍କ ବିରୋଧରେ ସୁଇଜରଲାଣ୍ଡରେ ଆପରାଧିକ ମାମଲା ଜାରି ରହିଛି। ପ୍ରଥମ ବାସନ୍ଦ ଶେଷ ହେବା ମାତ୍ରେ ଦ୍ୱିତୀୟ ବାସନ୍ଦ ଅବଧି ଲାଗୁ ହେବ ବୋଲି ଫିଫା ତରଫରୁ କୁହାଯାଇଛି।
ପୂର୍ବରୁ ବ୍ଲାଟରଙ୍କୁ ୬ ବର୍ଷ ଓ ଭାଲ୍‌କେଙ୍କୁ ୧୦ ବର୍ଷ ବାସନ୍ଦ କରାଯାଇଥିଲା। ବ୍ଲାଟରଙ୍କ ପ୍ରଥମ ବାସନ୍ଦ ଆସନ୍ତା ଅକ୍ଟୋବରରେ ଶେଷ ହେଉଛି। ସେହିପରି ଭାଲ୍‌କେଙ୍କ ପ୍ରଥମ ବାସନ୍ଦ ୨୦୨୫ ଅକ୍ଟୋବରରେ ଶେଷ ହେଉଛି। ଦ୍ୱିତୀୟ ମାମଲାରେ ଉଭୟଙ୍କୁ ୧ ମିଲିୟନ ସୁଇସ୍‌ ଫ୍ରାଙ୍କ୍‌ ଜରିମାନ ୩୦ ଦିନ ମଧ୍ୟରେ ଦେବାକୁ କୁହାଯାଇଛି। ସମାନ କାରଣରୁ ପୂର୍ବତନ ଫାଇନାନ୍ସ ଡାଇରେକ୍ଟର ମାର୍କୁସ କାଟ୍‌ନରଙ୍କୁ ୧୦ ବର୍ଷ ବାସନ୍ଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri