Posted inଜାତୀୟ

କେନ୍ଦ୍ରୀୟ ଏସିଆରେ ବ୍ଲାକଆଉଟ୍‌

ନୂଆଦିଲ୍ଲୀ, ୨୬ା୧: କେନ୍ଦ୍ରୀୟ ଏସିଆର ୩ ଦେଶରେ ମଙ୍ଗଳବାର ବଡ଼ ଧରଣର ବ୍ଲାକଆଉଟ୍‌ ହୋଇଛି। ଏକ ପ୍ରମୁଖ ପାଓ୍ବାର ଲାଇନରେ ସମସ୍ୟା ଯୋଗୁ କାଜାଖସ୍ତାନ, ଉଜ୍‌ବେକିସ୍ତାନ ଏବଂ କିର୍ଗିଜସ୍ତାନର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବିଦ୍ୟୁତ୍‌ ସଂଯୋଗ ପାଇବାରୁ ବଞ୍ଚିତ ହୋଇଥିଲେ। କିର୍ଗିଜସ୍ତାନ ଏବଂ ଉଜ୍‌ବେକିସ୍ତାନ ରାଜଧାନୀ ସମେତ କାଜାଖସ୍ତାନର ଅର୍ଥନୈତିକ ହବ୍‌ କୁହାଯାଉଥିବା ଆଲମାଟି ସହରରେ ମଧ୍ୟାହ୍ନ ସମୟରେ ବ୍ଲାକ୍‌ଆଉଟ୍‌ ହୋଇଥିଲା।
ସୋଭିଏଟ୍‌ ସଂଘର ସଦସ୍ୟ ଥିବା ଏହି ୩ ଦେଶର ପାଓ୍ବାରଗ୍ରୀଡ୍‌ କାଜାଖସ୍ତାନ ଦ୍ୱାରା ପରସ୍ପର ସହ ସଂଯୁକ୍ତ। କାଜାଖସ୍ତାନ ଦେଇ ରୁଷିଆର ପାଓ୍ବାରଗ୍ରୀଡ୍‌କୁ ମଧ୍ୟ ଏହା ସଂଯୋଗ କରେ। ଫଳରେ ବିଦ୍ୟୁତ୍‌ ଅଭାବ ଦୂର କରିବାକୁ ଏହି ଦେଶଗୁଡ଼ିକୁ ସେଠାରୁ ବିଦ୍ୟୁତ୍‌ ଆଣିପାରିବେ। ବ୍ଲାକ୍‌ଆଉଟ ପରେ ଉଜବେକିସ୍ତାନର ଶକ୍ତି ମନ୍ତ୍ରୀ ଟେଲିଗ୍ରାମରେ ବିବୃତି ଜାରି କରି କହିଛନ୍ତି, କାଜାଖସ୍ତାନ ପାଓ୍ବାର ଗ୍ରୀଡ୍‌ରେ ଏକ ଦୁର୍ଘଟଣା ଯୋଗୁ ଏହି ବିଦ୍ୟୁତ୍‌ ସଙ୍କଟ ସୃଷ୍ଟି ହୋଇଛି। ଫଳରେ ଜନବହୁଳ ଦକ୍ଷିଣ କାଜାଖସ୍ତାନର ଆଲ୍‌ମାଟି, ଶିମ୍‌କେଣ୍ଟ, ତାରସ୍‌, ତୁର୍କେସ୍ତାନ ଏବଂ ଏହାର ଆଖପାଖ ଅଞ୍ଚଳରେ ପାଓ୍ବାର ଆଉଟେଜ୍‌ ହୋଇଛି। ୟୁନିଫାଏଡ୍‌ ପାଓ୍ବାର ଗ୍ରୀଡ୍‌କୁ ସଂଯୋଗ କରୁଥିବା ଉଜ୍‌ବେକ୍‌ ପାଓ୍ବାର ଗ୍ରୀଡ୍‌ କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ କାଜାଖସ୍ତାନରୁ ୫୩୦ ଲାଇନ୍‌ରେ ଭୋଲ୍‌ଟେଜ ଏବଂ ଫ୍ରିକ୍ୱେନ୍ସିରେ ହଠାତ୍‌ ପରିବର୍ତ୍ତନ ଘଟିଛି। ରୁଷିଆ ନ୍ୟୁଜ୍‌ ଏଜନ୍ସି ଆର୍‌ଆଇଏ ନୋଭୋସ୍ତି ରିପୋର୍ଟ ଅନୁସାରେ, ତାଶକେଣ୍ଟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତାସ୍‌କେଣ୍ଟ ମେଟ୍ରୋ ମଧ୍ୟ ଏଥିଯୋଗୁ ପ୍ରଭାବିତ ହୋଇଛି। ସେହିପରି ବିଶ୍‌କେକ୍‌ର ଏୟାରପୋର୍ଟ ଏହାର ଦକ୍ଷତା ଠାରୁ କମ୍‌ ପରିବହନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାମାରୀ ଲଢ଼େଇରେ ସହାୟକ ହେବନି ଲକ୍‌ଡାଉନ

ନୂଆଦିଲ୍ଲୀ, ୨୪।୫(ପି.ଟି.): ଦେଶବ୍ୟାପୀ ଲକ୍‌ଡାଉନ କୋଭିଡ୍‌-୧୯ ଲଢ଼େଇରେ ଆଉ ସହାୟକ ହେବନାହିଁ ବୋଲି ଦେଶର ପ୍ରମୁଖ ଭୂତାଣୁ ବିଜ୍ଞାନୀ ଶହିଦ ଜମିଲ୍‌ କହିଛନ୍ତି। ଏହା ବଦଳରେ...

କର୍ନାଟକ ଉପକୂଳରୁ ମିଳିଲା ଦୁର୍ଲଭ କାରପେଣ୍ଟର ଶାର୍କ

ବେଙ୍ଗାଲୁରୁ,୧୪।୩: କର୍ନାଟକର ମାଲପେରେ ମାଛ ଧରାଳୀଙ୍କ ଜାଲରେ ଲାଗିଛି ଏକ ଦୁର୍ଲଭ ମାଛ। ସମୁଦ୍ରରେ ମାଛ ଧରାଳୀମାନେ ୧୦ ଫୁଟ୍‌ ଲମ୍ବା କାରପେଣ୍ଟର ଶାର୍କକୁ କ୍ରେନ...

ଶାଢି ଚିରିବା ପରେ ସେଦିନ ଏମିତି ରାଣ ଖାଇଥିଲେ ଦିଦି

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଜାନୁୟାରୀ ୧୯୫୫ରେ ପଶ୍ଚିମବଙ୍ଗର ରାଜଧାନୀ କଲିକତା (ବର୍ତ୍ତମାନ କୋଲକାତା)ର ଏକ ବ୍ରାହ୍ମଣ...

ରାହୁଲଙ୍କ ବୟାନକୁ ନେଇ ଲୋକ ସଭାରେ ହଙ୍ଗାମା

ନୂଆଦିଲ୍ଲୀ,୭।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଲୋକ ସଭାରେ ଶୁକ୍ରବାର ଝଡ଼ ସୃଷ୍ଟି ହୋଇଛି। ଏହି ଉତ୍ତେଜନା ଏତେ ବଢ଼ିଯାଇଥିଲା ଯେ,...

ସାଧାରଣ ଜାଳେଣି ବ୍ୟବହାର ବନ୍ଦ ହେଲେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିବ: ଆଇଆଇଟି ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୨୦।୪: ଭାରତରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ସାଧାରଣ ଜାଳେଣି ବନ୍ଦ କରାଗଲେ ବର୍ଷରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିପାରିବ। ଜାଳେଣି କାଠ,...

ଗଗନୟାନ ମିଶନ: ବ୍ୟୋମମିତ୍ରା ମାନବ ରୋବୋର ଭିଡ଼ିଓ ଜାରି କଲା ଇସ୍ରୋ

ବେଙ୍ଗାଲୁରୁ,୨୨।୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ୨୦୨୨ରେ ଗଗନୟାନ ମିଶନ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହା ପୂର୍ବରୁ ମାନବ ରୋବୋ ବ୍ୟୋମମିତ୍ରାକୁ...

‘ଭାଜପାଠୁ ଶକ୍ତିଶାଳୀ ଶତ୍ରୁକୁ ହରାଇଛୁ’

ତିରୁନେଲଭେଲି,୨୮।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରାଟ କାୟ ଶତ୍ରୁ ସହ ତୁଳନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଉ ପ୍ରେମ ଓ ଅହିଂସା...

କିରଣ ବେଦୀଙ୍କୁ ରାକ୍ଷସ ବୋଲି କହିଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୧।୧୧: ଯେବେଠାରୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ଭି. ନାରାୟଣସ୍ବାମୀ ଶାସନ ଭାର ଗ୍ରହଣ କଲେଣି ସେବେଠାରୁ ପୁଡୁଚେରୀ ଉପରାଜ୍ୟପାଳ ଥିବା କିରଣ ବେଦୀଙ୍କ ସହ ତାଙ୍କର...

Advertisement
Archives

Model This Week