Posted inଜାତୀୟ

ଜେଲ୍‌ରେ ଥାଇ ମନ୍ଦ ରାଜନୀତି କରୁଛନ୍ତି ଲାଲୁ: ସୁଶୀଲ ମୋଦି

ପାଟନା,୨୫।୧୧: ବିହାର ବିଧାନସଭା ବାଚସ୍ପତି ପଦ ପାଇଁ ବୁଧବାର ନିର୍ବାଚନ ଚାଲିଛି। ଏହା ପୂର୍ବରୁ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଏହି ଅଡିଓରେ ଲାଲୁ ଏନଡିଏର ‘ପାଶୱାନ’ ନାମକ ଜଣେ ବିଧାୟକଙ୍କୁ ଫୋନ କରି ବିରୋଧୀ ପ୍ରାର୍ଥୀଙ୍କ ସମର୍ଥନ ଦେବା କଥା କହିଛନ୍ତି। ଅଡିଓ ବିଷୟରେ କୁହାଯାଉଛି ଯେ ଲାଲୁ ପ୍ରସାଦ ଯାଦବ ପାଶୱାନ ନାମକ ଜଣେ ଏନଡିଏ ବିଧାୟକଙ୍କ ସହ କଥାବାର୍ତ୍ତା କରୁଛନ୍ତି ଏବଂ ବାଚସ୍ପତି ତାଙ୍କୁ ନିର୍ବାଚନ ପାଇଁ ଗୃହରେ ଅନୁପସ୍ଥିତ ରହିବାକୁ କହୁଛନ୍ତି। ଏଥି ସହିତ ଲାଲୁ ବିଧାୟକଙ୍କୁ ମନ୍ତ୍ରୀ ପଦ ମଧ୍ୟ ପ୍ରଦାନ କରୁଛନ୍ତି। ବିଧାୟକ ଲାଲୁଙ୍କୁ କହୁଛନ୍ତି ଯେ ସାର୍‌ ଆମେ ପାର୍ଟିରେ ଅଛୁ। ଆମେ କିପରି ଅନୁପସ୍ଥିତ ରହିପାରିବୁ। ଲାଲୁ ତାଙ୍କୁ କରୋନା ହୋଇଛି ବୋଲି ଏକ ବାହାନା କରିବାକୁ କହୁଛନ୍ତି। ସୂଚନା ଅନୁଯାୟୀ ‘ପାଶୱାନ’ ନାମକ ବିଧାୟକ ଲାଲୁଙ୍କ ସହ କଥା ହୋଇଛନ୍ତି, ସେ ହେଉଛନ୍ତି ଜେଡିୟୁ ବିଧାୟକ ଲଲନ ପାଶୱାନ। ଆରଜେଡି ଲାଲୁ ପ୍ରସାଦ ଯାଦବଙ୍କ ଏହି ଅଡିଓ କ୍ଲିପକୁ ନକଲି ବୋଲି କହିଛି। ଆରଜେଡି କହିଛି ଯେ ଏହି ଅଡିଓକୁ ଟ୍ୟାମ୍ପରିଂ କରାଯାଇଛି। ଏହି ଅଡିଓ ନକଲି ଅଟେ। ଭାଜପାର ବରିଷ୍ଠ ନେତା ସୁଶୀଲ ମୋଦି ଲାଲୁ ଏନଡିଏ ସରକାରକୁ ହଟାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ମୋଦି ମଙ୍ଗଳବାର କହିଛନ୍ତି ଯେ ଲାଲୁ ପ୍ରସାଦ ଏନଡିଏ ବିଧାୟକଙ୍କୁ ଜେଲରେ ଥାଇ ମନ୍ଦ ରାଜନୀତି କରୁଛନ୍ତି। ବିଧାୟକଙ୍କ ମନ୍ତ୍ରୀ କରାଇଦେବା ଲୋଭ ଦେଉଛନ୍ତି। ସୁଶୀଲ କୁମାର ମୋଦି ଏହି ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ବିହାରରେ ନୂତନ ଏନଡିଏ ସରକାର ଗଠନ ପରେ ଏଥର ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ଏହି ପଦବୀ ପାଇଁ ନିର୍ବାଚନ ପ୍ରାୟ ୫୧ ବର୍ଷ ପରେ ଅନୁଷ୍ଠିତ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଜାବ୍‌ ପ୍ରସଙ୍ଗ, ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ କହିଲେ ହାଇକୋର୍ଟ…

ବେଙ୍ଗାଲୁରୁ, ୮।୨ : କର୍ନାଟକରେ ହିଜାବକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ମଙ୍ଗଳବାର କର୍ନାଟକ ହାଇକୋର୍ଟରେ ଏହାର ଶୁଣାଣି ହୋଇଛି। ହାଇକୋର୍ଟ କହିଛନ୍ତି ଯେ...

ପାଗ ଖରାପ ଯୋଗୁ ହୋଇଛି ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା

ନୂଆଦିଲ୍ଲୀ,୧୪ ।୧: ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ଖରାପ ପାଗ ଯୋଗୁ ହୋଇଛି । ଏହି ଘଟଣାକୁ ନେଇ ‘ଟ୍ରାଇ ସର୍ଭିସେସ କୋର୍ଟ ଅଫ୍...

‘ରାଜନୈତିକ ପ୍ରଭାବରୁ ଦୂରେଇ ରହୁ ନ୍ୟାୟପାଳିକା’

ନୂଆଦିଲ୍ଲୀ,୨୦ା୬(ପି.ଟି.): ସ୍ବାଧୀନତା ନ୍ୟାୟପାଳିକାର ଆତ୍ମା। ବିଚାର ବ୍ୟବସ୍ଥା ଜନତାଙ୍କ ଆସ୍ଥା ଜୁଟାଇବାରେ ବିଫଳ ହେଲେ କଦାପି ନ୍ୟାୟ ସ୍ଥାପନ କରିପାରିବ ନାହିଁ ବୋଲି ଭାରତର ପ୍ରଧାନ...

କାଶ-ନିଶ୍ୱାସପ୍ରଶ୍ୱାସରୁ ବି ଚିହ୍ନଟ ହେବେ କରୋନା ସଂକ୍ରମିତ !

ବେଙ୍ଗାଲୁରୁ,୧୬।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ବହୁବିଧ ସଚେତନତା ଏବଂ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯାଉଛି। ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ବେଙ୍ଗାଲୁରୁସ୍ଥିତ ଭାରତୀୟ...

୧୯ ବର୍ଷ ପରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ଜଣେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୧୬ ।୧: ପାଖେଇ ଆସିଲାଣି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏଥର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ରାଜ୍ୟରେ...

ଫେବୃୟାରୀରେ ଶୀର୍ଷ ଛୁଇଁବ କରୋନା: ଦୈନିକ ଚିହ୍ନଟ ହେବେ ୮ ଲକ୍ଷରୁ ଊର୍ଦ୍ଧ୍ୱ

କାନପୁର,୮ ।୧: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇ ଯାଇଛି । ଆସନ୍ତା ଫେବୃୟାରୀରେ ଏହା ଶୀର୍ଷରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ଅନୁମାନ...

କରୋନାକୁ ଡର ନାହିଁ: ପ୍ଲେଗ ସମୟରେ ଡାକ୍ତର ନ ଥିଲେ ଏବେ ଡାକ୍ତର ଅଛନ୍ତି

ଲକ୍ଷ୍ନୌ,୧୬।୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଭୟଭୀତ ହୋଇଯାଇଥିବା ବେଳେ ଏବେ ଜଣେ ୧୨୦ ବର୍ଷର ବୃଦ୍ଧା ସମସ୍ତଙ୍କୁ ସାହାସ ଯୋଗାଇଛନ୍ତି। ଉତ୍ତରପ୍ରଦେଶ ବାନ୍ଦାର...

ଲିଟର ପିଛା ୧ ଟଙ୍କା ଶସ୍ତା ହେବ ପେଟ୍ରୋଲ, ଡିଜେଲ

କୋଲକାତା,୨୧।୨: ସମଗ୍ର ଦେଶରେ ପେଟ୍ରୋଲ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ...

Advertisement
Archives

Model This Week