Posted inଜାତୀୟ

୨୦୨୪ ନିର୍ବାଚନ ପାଇଁ ଭାଜପାର ନୂଆ ଭୋଟ ବ୍ୟାଙ୍କ…

ନୂଆଦିଲ୍ଲୀ, ୧୨।୩ : ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ପୁଣି ୪ ଟି ରାଜ୍ୟରେ କ୍ଷମତାକୁ ଫେରିଛି। ଚଳିତ ନିର୍ବାଚନରେ ମୁଦ୍ରାସ୍ଫୀତି, ବେକାରୀ ଏବଂ ଅଥନୈତିକ ବିଫଳତାକୁ ଘେରି ରହିଥିବା ଭାଜପାକୁ ସିଂହାସନକୁ ଫେରାଇ ଆଣିବା ପାଇଁ କାମ କରୁଥିବା ଏକ ଭୋଟ ବ୍ୟାଙ୍କ ସୃଷ୍ଟି ହୋଇଛି। ଏହି ଭୋଟ ବ୍ୟାଙ୍କ ସାହାଯ୍ୟରେ ଜିତିଥିବା ବିଜୟକୁ ଦୃଷ୍ଟିରେ ରଖି ଭାଜପା ନିଜର ରଣନୀତିକୁ ବଦଳାଇବା ଲାଗି ଉଦ୍ୟମ ଆରମ୍ଭ କରିଛି। ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏହା ଭାଜପା ଲାଗି ଏକ ନୂଆ ଭୋଟ୍‌ ବ୍ୟାଙ୍କ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି। ଜାତି ଓ ଧର୍ମକୁ ପଛରେ ପକାଇ ଏହି ଭୋଟ୍‌ ବ୍ୟାଙ୍କ ଭାଜପାକୁହିଁ ଭୋଟ ଦେଇଛନ୍ତି।
ଭାଜପା ବର୍ତ୍ତମାନ ଏହି ଭୋଟ ବ୍ୟାଙ୍କ ହରାଇବାକୁ ଚାହୁଁନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବର୍ଗଙ୍କୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ହେଉଛନ୍ତି ହିତାଧିକାରୀ ବର୍ଗ। ସେମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନାର ସୁଯୋଗ ପାଇଛନ୍ତି। ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଏହି ଶ୍ରେଣୀ ନୀରବ ଭୋଟର ଭାବେ ଭାଜପାକୁ ସମର୍ଥନ କରିଛନ୍ତି। ନ୍‌ଯେଉଁ ମହିଳାମାନେ ମାଗଣା ରାଶନ ପାଇଛନ୍ତି ସେମାନଙ୍କର ଏଥିରେ ବହୁତ ଅବଦାନ ଅଛି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିତାଧିକାରୀ ବର୍ଗଙ୍କୁ ଆହୁରି ସୁଦୃଢ଼ କରିବା ପାଇଁ ତାଙ୍କର ଉଦ୍ୟମକୁ ଆହୁରି ଜୋରଦାର କରିଛନ୍ତି।

ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମୀକ୍ଷା ବୈଠକ କରିବେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଯୋଜନା ଏବଂ ଏପର୍ଯ୍ୟନ୍ତ ହାସଲ ହୋଇଥିବା ଲକ୍ଷ୍ୟ ସମ୍ପର୍କରେ ତାଙ୍କ ମନ୍ତ୍ରୀମାନଙ୍କୁ ଅବଗତ କରାଇବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିଏମ୍‌ଓ ସମ୍ପୃକ୍ତ ମନ୍ତ୍ରଣାଳୟର ତଥ୍ୟ ମାଗିଛି ଯେ ସେମାନଙ୍କ ମନ୍ତ୍ରଣାଳୟ ଅଧୀନରେ କେତେ ସାମାଜିକ କଲ୍ୟାଣମୂଳକ ଯୋଜନା ଚାଲିଛି, ଏଥିରୁ କେତେ ଲୋକ ଉପକୃତ ହୋଇଛନ୍ତି ଏବଂ ଏଥିପାଇଁ କେତେ ବଜେଟ ଆବଣ୍ଟନ କରାଯାଇଛି। ଏହା ବ୍ୟତୀତ ସରକାର ଉକ୍ତ ଯୋଜନାଗୁଡିକ ବିଷୟରେ କରାଯାଇଥିବା ପ୍ଲାନ୍‌ ମଧ୍ୟ ମାଗିଛନ୍ତି।

ହିତାଧିକାରୀ ବର୍ଗରେ ମହିଳା, ଆଦିବାସୀ, ଦଳିତ, ଓବିସି, କୃଷକ ଏବଂ ସଂଖ୍ୟାଲଘୁଙ୍କୁ ନେଇ ଭାଜପା ପାଇଁ ନୂଆ ଭୋଟ୍‌ ବ୍ୟାଙ୍କ ସୃଷ୍ଟି ହୋଇଛି। ସମଗ୍ର ଦେଶରେ କେନ୍ଦ୍ର ସରକାରଙ୍କ ଠାରୁ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା, ମାଗଣା ଖାଦ୍ୟ ଯୋଜନା, ପରିମଳ ମିଶନ, ପ୍ରତ୍ୟେକ ଘର ଶୈଚାଳୟ, ଉଜ୍ୱଲା ଯୋଜନା, ନଳ ଜଳ ଯୋଜନା, କିଷାନ ପେନସନ ଯୋଜନା, ବୃଦ୍ଧାବସ୍ଥା, ବିଧବା ଏବଂ ଦିବ୍ୟାଙ୍ଗ ପେନସନ ଯୋଜନା, ଫସଲ ବୀମା , ଆୟୁଷ୍ମାନ ଭାରତ ଜନସ୍ବାସ୍ଥ୍ୟ ଯୋଜନା ଭଳି ସ୍ବାସ୍ଥ୍ୟ ବୀମା ଯୋଜନା ଏବଂ ପ୍ରତ୍ୟେକ ଘରୋଇ ବିଦ୍ୟୁତ ସଂଯୋଗ ଯୋଜନା ଆଦି ଜାରି ରହିଛି।

ଉତ୍ତରପ୍ରଦେଶରେ ପ୍ରାୟ ୧୫ କୋଟି ହିତାଧିକାରୀ ଜନସଂଖ୍ୟା ଭାଜପା ଲାଗି ଭୋଟ ବ୍ୟାଙ୍କ ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକଓ୍ବୋଇ) ଅଧୀନରେ ଗରିବ ଲୋକଙ୍କୁ ମାସକୁ ୫ କିଲୋଗ୍ରାମ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି।

ଏହି ଯୋଜନା ସମ୍ପ୍ରତି ସମଗ୍ର ଦେଶରେ ପ୍ରାୟ ୮୦ କୋଟି ରାଶନ କାର୍ଡଧାରୀ ଉପକୃତ ହେଉଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ଏହାକୁ ବର୍ତ୍ତମାନଠାରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଚାରିମାସ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହି ଯୋଜନାର ନିର୍ବାଚନୀ ସୁବିଧାକୁ ଦୃଷ୍ଟିରେ ରଖି ଏହାକୁ ଶେଷ କରିବା କଷ୍ଟକର ମନେ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?