Posted inଜାତୀୟ

ଭାଜପାର ଲକ୍ଷ୍ମଣରେଖା

ନୂଆଦିଲ୍ଲୀ, ୮ା୬: ଭାଜପାର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଓ ନବୀନ କୁମାର ଜିନ୍ଦଲ ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଥମୁନି। ଗୋଟିଏ ପରେ ଗୋଟିଏ ଇସ୍‌ଲାମୀୟ ଦେଶ ଏହାକୁ ନିନ୍ଦା କରିବା ସହ ଭାରତ ଉପରେ କୂଟନୈତିକ ସ୍ତରରେ ଚାପ ପକାଉଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ବ୍ୟାପକ ସମାଲୋଚନା ପରେ ଶାସକ ଭାଜପା ଏବେ ନିଜ ନେତାଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଛି। ଏଣିକି ଭାଜପା ମିଡିଆ ସେଲ୍‌ରୁ ଅନୁମତି ନେଇ ଦଳୀୟ ନେତା ତଥା ମୁଖପାତ୍ର ଟିଭି ବିତର୍କରେ ଭାଗ ନେଇପାରିବେ ବୋଲି ଦଳ ନିଷ୍ପତ୍ତି ନେଇଛି। କୌଣସି ଧର୍ମକୁ ସମାଲୋଚନା କଲାଭଳି କିମ୍ବା ଧର୍ମୀୟ ଭାବନାକୁ ଆଘାତ ଦେବାଭଳି ମନ୍ତବ୍ୟ ସେମାନେ ଦେଇପାରିବେ ନାହିଁ ବୋଲି ଚେତାଇ ଦିଆଯାଇଛି। ମିଡିଆ ପ୍ୟାନେଲରେ ଆଲୋଚନାବେଳେ ସେମାନେ ଭାଷାଗତ ସଂଯମତା ରକ୍ଷା କରିବା ସହ ଉତ୍‌କ୍ଷିପ୍ତ ହୋଇ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟରୁ ବିରତ ରହିବାକୁ ମୁଖପାତ୍ରମାନଙ୍କୁ ସତର୍କ କରାଯାଇଛି। ଏଥିସହ କୌଣସି ବିଷୟ ଉପରେ ଆଲୋଚନାରେ ଭାଗନେବା ପୂର୍ବରୁ ଦଳୀୟ ମୁଖପାତ୍ରମାନେ ନିଜକୁ ପ୍ରସ୍ତୁତ କରିବେ ଏବଂ ଚ୍ୟାନେଲକୁ ଯିବାପୂର୍ବରୁ ନିଜ ସୀମା ଭିତରେ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। କେବଳ ଶୋ’ର ଏଜେଣ୍ଡା ଉପରେ ନିଜ ମତ କେନ୍ଦ୍ରୀଭୂତ ରଖିବେ। କେହି ଏପରି କରିବାକୁ ଉସୁକାଇଲେ ମଧ୍ୟ ଟ୍ରାପ୍‌ରେ ନ ଫସି ଭାବିଚିନ୍ତି ମତ ରଖିବାକୁ କୁହାଯାଇଛି। ସରକାରଙ୍କ ଜନମଙ୍ଗଳକାରୀ କାର୍ଯ୍ୟ ଉପରେ ଧ୍ୟାନ ଦେଇ ତାହାକୁ ଲୋକଙ୍କ ସମ୍ମୁଖରେ ରଖିବାକୁ ଭାଜପା ନେତାଙ୍କୁ ହାଇକମାଣ୍ଡଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଭାଜପାର ଦୁଇ ପୂର୍ବତନ ମୁଖପାତ୍ରଙ୍କ ବୟାନକୁ ଇସ୍‌ଲାମୀୟ ରାଷ୍ଟ୍ରଗୁଡ଼ିକ ନିନ୍ଦା କରିବା ଜାରି ରଖିଛନ୍ତି। ଏ ପର୍ଯ୍ୟନ୍ତ ଇରାକ୍‌, ଲିବ୍ୟା, ଇରାନ୍‌, କୁଏଟ୍‌, କାତାର, ସାଉଦି ଆରବ, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ଜୋର୍ଡାନ, ଆଫଗାନିସ୍ତାନ, ପାକିସ୍ତାନ, ବାହାରିନ୍‌, ମାଳଦ୍ୱୀପ, ତୁର୍କୀ, ଇଣ୍ଡୋନେସିଆ ଆଦି ୧୫ ମୁସ୍‌ଲିମ ରାଷ୍ଟ୍ର ସରକାରୀ ଭାବେ ପ୍ରଫେଟ ମହମ୍ମଦଙ୍କ ଉପରେ ମନ୍ତବ୍ୟକୁ ନେଇ ଭାରତ ବିରୋଧରେ ବିକ୍ଷୋଭ କରିଛନ୍ତି। ଏଥିସହ ଏହି ଦେଶଗୁଡ଼ିକ ଭାରତ ସରକାରଙ୍କ ପକ୍ଷରୁ କ୍ଷମା ଦାବି କରିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଉପରୋକ୍ତ ଦୁଇ ଭାଜପା ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଗତ ମେ ୨୬ରେ ଏକ ଟିଭି ବିତର୍କରେ ଭାଗ ନେଇ ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିସହ ନବୀନ ଜିନ୍ଦଲ ମଧ୍ୟ ଏକ ବିବାଦୀୟ ଟୁଇଟ୍‌ କରିଥିଲେ। ଅନ୍ତର୍ଜାତୀୟ ସ୍ତରରେ ଚାପ ପଡ଼ିବା ପରେ ଭାଜପା ରବିବାର ନୂପୁରଙ୍କୁ ନିଲମ୍ବନ କରିବା ସହ ନବୀନଙ୍କୁ ଦଳରୁ ବହିଷ୍କୃତ କରିଛି। ଏଥିସହ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଇସ୍‌ଲାମୀୟ ରାଷ୍ଟ୍ରଗୁଡ଼ିକର ସମନର ଜବାବ ଦିଆଯାଇ ନୂପୁର ଓ ନବୀନଙ୍କ ମନ୍ତବ୍ୟ ଭାରତ ସରକାରଙ୍କ ଚିନ୍ତାଧାରାକୁ ପ୍ରତିଫଳିତ କରେନାହିଁ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?