Posted inଜାତୀୟ

ଭାଜପାର ଲକ୍ଷ୍ମଣରେଖା

ନୂଆଦିଲ୍ଲୀ, ୮ା୬: ଭାଜପାର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଓ ନବୀନ କୁମାର ଜିନ୍ଦଲ ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଥମୁନି। ଗୋଟିଏ ପରେ ଗୋଟିଏ ଇସ୍‌ଲାମୀୟ ଦେଶ ଏହାକୁ ନିନ୍ଦା କରିବା ସହ ଭାରତ ଉପରେ କୂଟନୈତିକ ସ୍ତରରେ ଚାପ ପକାଉଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ବ୍ୟାପକ ସମାଲୋଚନା ପରେ ଶାସକ ଭାଜପା ଏବେ ନିଜ ନେତାଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଛି। ଏଣିକି ଭାଜପା ମିଡିଆ ସେଲ୍‌ରୁ ଅନୁମତି ନେଇ ଦଳୀୟ ନେତା ତଥା ମୁଖପାତ୍ର ଟିଭି ବିତର୍କରେ ଭାଗ ନେଇପାରିବେ ବୋଲି ଦଳ ନିଷ୍ପତ୍ତି ନେଇଛି। କୌଣସି ଧର୍ମକୁ ସମାଲୋଚନା କଲାଭଳି କିମ୍ବା ଧର୍ମୀୟ ଭାବନାକୁ ଆଘାତ ଦେବାଭଳି ମନ୍ତବ୍ୟ ସେମାନେ ଦେଇପାରିବେ ନାହିଁ ବୋଲି ଚେତାଇ ଦିଆଯାଇଛି। ମିଡିଆ ପ୍ୟାନେଲରେ ଆଲୋଚନାବେଳେ ସେମାନେ ଭାଷାଗତ ସଂଯମତା ରକ୍ଷା କରିବା ସହ ଉତ୍‌କ୍ଷିପ୍ତ ହୋଇ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟରୁ ବିରତ ରହିବାକୁ ମୁଖପାତ୍ରମାନଙ୍କୁ ସତର୍କ କରାଯାଇଛି। ଏଥିସହ କୌଣସି ବିଷୟ ଉପରେ ଆଲୋଚନାରେ ଭାଗନେବା ପୂର୍ବରୁ ଦଳୀୟ ମୁଖପାତ୍ରମାନେ ନିଜକୁ ପ୍ରସ୍ତୁତ କରିବେ ଏବଂ ଚ୍ୟାନେଲକୁ ଯିବାପୂର୍ବରୁ ନିଜ ସୀମା ଭିତରେ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। କେବଳ ଶୋ’ର ଏଜେଣ୍ଡା ଉପରେ ନିଜ ମତ କେନ୍ଦ୍ରୀଭୂତ ରଖିବେ। କେହି ଏପରି କରିବାକୁ ଉସୁକାଇଲେ ମଧ୍ୟ ଟ୍ରାପ୍‌ରେ ନ ଫସି ଭାବିଚିନ୍ତି ମତ ରଖିବାକୁ କୁହାଯାଇଛି। ସରକାରଙ୍କ ଜନମଙ୍ଗଳକାରୀ କାର୍ଯ୍ୟ ଉପରେ ଧ୍ୟାନ ଦେଇ ତାହାକୁ ଲୋକଙ୍କ ସମ୍ମୁଖରେ ରଖିବାକୁ ଭାଜପା ନେତାଙ୍କୁ ହାଇକମାଣ୍ଡଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଭାଜପାର ଦୁଇ ପୂର୍ବତନ ମୁଖପାତ୍ରଙ୍କ ବୟାନକୁ ଇସ୍‌ଲାମୀୟ ରାଷ୍ଟ୍ରଗୁଡ଼ିକ ନିନ୍ଦା କରିବା ଜାରି ରଖିଛନ୍ତି। ଏ ପର୍ଯ୍ୟନ୍ତ ଇରାକ୍‌, ଲିବ୍ୟା, ଇରାନ୍‌, କୁଏଟ୍‌, କାତାର, ସାଉଦି ଆରବ, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ଜୋର୍ଡାନ, ଆଫଗାନିସ୍ତାନ, ପାକିସ୍ତାନ, ବାହାରିନ୍‌, ମାଳଦ୍ୱୀପ, ତୁର୍କୀ, ଇଣ୍ଡୋନେସିଆ ଆଦି ୧୫ ମୁସ୍‌ଲିମ ରାଷ୍ଟ୍ର ସରକାରୀ ଭାବେ ପ୍ରଫେଟ ମହମ୍ମଦଙ୍କ ଉପରେ ମନ୍ତବ୍ୟକୁ ନେଇ ଭାରତ ବିରୋଧରେ ବିକ୍ଷୋଭ କରିଛନ୍ତି। ଏଥିସହ ଏହି ଦେଶଗୁଡ଼ିକ ଭାରତ ସରକାରଙ୍କ ପକ୍ଷରୁ କ୍ଷମା ଦାବି କରିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଉପରୋକ୍ତ ଦୁଇ ଭାଜପା ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଗତ ମେ ୨୬ରେ ଏକ ଟିଭି ବିତର୍କରେ ଭାଗ ନେଇ ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିସହ ନବୀନ ଜିନ୍ଦଲ ମଧ୍ୟ ଏକ ବିବାଦୀୟ ଟୁଇଟ୍‌ କରିଥିଲେ। ଅନ୍ତର୍ଜାତୀୟ ସ୍ତରରେ ଚାପ ପଡ଼ିବା ପରେ ଭାଜପା ରବିବାର ନୂପୁରଙ୍କୁ ନିଲମ୍ବନ କରିବା ସହ ନବୀନଙ୍କୁ ଦଳରୁ ବହିଷ୍କୃତ କରିଛି। ଏଥିସହ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଇସ୍‌ଲାମୀୟ ରାଷ୍ଟ୍ରଗୁଡ଼ିକର ସମନର ଜବାବ ଦିଆଯାଇ ନୂପୁର ଓ ନବୀନଙ୍କ ମନ୍ତବ୍ୟ ଭାରତ ସରକାରଙ୍କ ଚିନ୍ତାଧାରାକୁ ପ୍ରତିଫଳିତ କରେନାହିଁ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri