ଅନୁଚ୍ଛେଦ ୩୭୦ ନାମରେ ସ୍ପୋର୍ଟସ୍‌ ଲିଗ୍‌ ଆରମ୍ଭ କରିବ ଭାଜପା…

ଗାନ୍ଧୀନଗର,୩୦।୧୧: ଭାଜପା  ଅନୁଚ୍ଛେଦ ୩୭୦ ନାମ ଅନୁସାରେ ଏକ ସ୍ପୋର୍ଟସ୍‌ ଲିଗ୍‌ ଆରମ୍ଭ କରିବାକୁ ଯାଉଛି। ଗୁଜରାଟର ଗାନ୍ଧୀନଗରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରେ ଏହି ଲିଗ ଆୟୋଜିତ ହେବ ଏବଂ ଏଥିରେ କ୍ରିକେଟ ଏବଂ କବାଡି ଭଳି ମ୍ୟାଚ ଅନୁଷ୍ଠିତ ହେବ ବୋଲି କୁହାଯାଉଛି।

ଯୁବକମାନଙ୍କୁ ଦଳ ପ୍ରତି ଆକର୍ଷିତ କରିବା ପାଇଁ ଏହି ନୂତନ ଲିଗ ଗଠନ କରାଯିବ। ଖବର ଅନୁଯାୟୀ, ଏହି ଲିଗର ସମ୍ପୂର୍ଣ୍ଣ ନାମ ଗାନ୍ଧୀନଗର ଲୋକସଭା ପ୍ରିମିୟର ଲିଗ ୩୭୦ (ଜିଏଲ୍‌ ପିଏଲ୍‌-୩୭୦) ରଖାଯିବ। ଏହା ମାଧ୍ୟମରେ ଅଧିକରୁ ଅଧିକ ଯୁବକଙ୍କୁ ଦଳ ସହ ଯୋଡିବା ଭାଜପାର ଲକ୍ଷ୍ୟ। ଅହମ୍ମଦାବାଦ ସହରର ଭାଜପା ୟୁନିଟ୍‌ର ମହାସଚିବ ଜିତୁଭାଇ ପଟେଲଙ୍କ ଅନୁଯାୟୀ, ଏହି ଲିଗ ଅନୁଚ୍ଛେଦ ୩୭୦ ନାମରେ ନାମିତ ହୋଇଛି।

ଡିସେମ୍ବର ମଧ୍ୟଭାଗରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାର ଯୋଜନା ରହିଛି। ଲିଗରେ କ୍ରିକେଟ ଏବଂ କବାଡି ପାଇଁ ପ୍ରତ୍ୟେକ ୱାର୍ଡରୁ ଦୁଇଟି ଦଳ ଅର୍ଥାତ୍‌ ଗୋଟିଏ କ୍ରିକେଟ ଏବଂ ଗୋଟିଏ କବାଡି ଦଳ ସାମିଲ କରିବାକୁ ଭାଜପା ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି।

ସାତୋଟି ବିଧାନସଭା ଆସନ ଭେଜଲପୁର, ଘାଟୋଡିଆ, ନରଣପୁରା, ସାବରମତି, କଲୋଲ, ଗାନ୍ଧୀନଗର (ଉତ୍ତର) ଏବଂ ସାନନ୍ଦରୁ ଖେଳାଳିଙ୍କୁ ଏଥିରେ ସାମିଲ କରାଯିବ। ବର୍ତ୍ତମାନ, ଏହି ଲିଗ କେବଳ ପୁରୁଷମାନଙ୍କ ପାଇଁ ସ୍ଥିର ହୋଇଛି। ଏଥିରେ କ୍ରିକେଟ ମ୍ୟାଚ ଟେନିସ ବଲରେ ଖେଳାଯିବ। ହ୍ବାଟସ ଆପ ଗ୍ରୁପ ଏହାର ବିଜ୍ଞାପନ ପାଇଁ ବ୍ୟବହୃତ ହେବ।

ଗୁଜୁରାଟ କ୍ରିକେଟ ଆସୋସିଏଶନ ସହିତ ଅମିତ ଶାହାଙ୍କ ପୁରୁଣା ସମ୍ପର୍କ ରହିଛି। ଶାହା ୨୦୦୭ ଠାରୁ ଗୁଜୁରାଟ କ୍ରିକେଟ ଆସୋସିଏଶନ (ଜିସିଏ) ସହିତ ଜଡିତ ଅଛନ୍ତି। ରାଜ୍ୟ କ୍ରୀଡ଼ା ଫେଡେରେଶନରେ କଂଗ୍ରେସ ନେତାଙ୍କ ୧୬ ବର୍ଷର ପ୍ରାଧାନ୍ୟକୁ ସମାପ୍ତ କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଯେତେବେଳେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଶାହା ଜିସିଏର ଉପାଧ୍ୟକ୍ଷଭାବେ କାର୍ଯ୍ୟ କରିଥିଲେ। ତାଙ୍କ ପୁଅ ଜୟ ଶାହା ବର୍ତ୍ତମାନ ବିସିସିଆଇର ସଚିବ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri