Posted inଜାତୀୟ

ପଞ୍ଜାବରେ ଏକାକୀ ନିର୍ବାଚନ ଲଢ଼ିବ ଭାଜପା

ଚଣ୍ଡିଗଡ଼,୨୮।୯ : ଭାଜପାର ପୁରୁଣା ସହଯୋଗୀ ଭାବେ ପରିଚିତ ଶିରୋମଣି ଅକାଳି ଦଳ (ଏସ୍‌ଏଡି) ଏନ୍‌ଡିଏରୁ ସମ୍ପର୍କ ତୁଟାଇଛି। କେନ୍ଦ୍ରର କୃଷି ବିଲ୍‌କୁ ବିରୋଧ କରି ଶନିବାର ଅନୁଷ୍ଠିତ କୋର କମିଟି ବୈଠକରେ ଏସ୍‌ଏଡି ଏଭଳି ନିଷ୍ପତ୍ତି ଗ୍ରହଣ କରିଛି। ଆଲୋଚନା ପରେ ଏସ୍‌ଏଡି ନେତା ସୁଖବୀର ସିଂ ବାଦଲ ଏନେଇ ଅବଗତ କରିଥିଲେ।
ଏସ୍‌ଏଡିର ଏଭଳି ନିଷ୍ପତ୍ତି ଦୁଃଖଦାୟକ ବୋଲି ଭାଜପା କହିଛି। ଅନ୍ୟପକ୍ଷରେ ପଞ୍ଜାବର ବରିଷ୍ଠ ଭାଜପା ନେତା ମଦନମୋହନ ମିତ୍ତଲ, ମନୋରଞ୍ଜନ କାଳିଆ ଓ ମାଷ୍ଟର ମୋହନ ଲାଲ୍‌ ରବିବାର କହିଛନ୍ତି, ୨୦୨୨ ବିଧାନସଭା ନିର୍ବାଚନରେ ଭାଜପା ଏକାକୀ ପଞ୍ଜାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇପାରିବ। ଏସ୍‌ଏଡି ସହ ଭାଜପା ସୁସମ୍ପର୍କ ଚାହୁଁଥିବାବେଳେ ଏଭଳି ନିଷ୍ପତ୍ତି ଗ୍ରହଣଯୋଗ୍ୟ ନୁହେଁ। ଭାଜପା ମଧ୍ୟ ଏକାକୀ ନିର୍ବାଚନ ଲଢ଼ି ପଞ୍ଜାବରେ ବିଜୟୀ ହୋଇପାରିବ ବୋଲି କାଳିଆ ପ୍ରକାଶ କରିଛନ୍ତି। ବହୁ ଏସ୍‌ଏଡି ନେତା ଭାଜପା ସହ ଯୋଗାଯୋଗରେ ଥିବା ମିତ୍ତଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସାଜିଲା ବରଯାତ୍ରୀ, ଥାନାରେ ବିବାହ କଲେ ପ୍ରେମୀଯୁଗଳ

ଭୋପାଳ,୧।୪: ହୋଶଙ୍ଗାବାଦର ମାଲଓ୍ବା ଥାନା ଅଞ୍ଚଳରେ ଏକ ବିବାହ ଚର୍ଚ୍ଚାରେ ରହିଛି। ଏଠାରେ ପ୍ରେମୀଯୁଗଳ ଥାନାରେ ବିବାହ କରିଛନ୍ତି। ପୋଲିସ ବରଯାତ୍ରୀ ଭାବରେ ଯାଇଥିବା ବେଳେ...

୧୨୧ ବର୍ଷର ରେକର୍ଡ ଭାଙ୍ଗିଲା ତାତି, ୯ ରାଜ୍ୟରେ ଲୁ ଚେତାବନୀ …

ନୂଆଦିଲ୍ଲୀ, ୨।୪ : ଚଳିତ ବର୍ଷ ଦେଶରେ ତାତି ୧୨୧ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୦୧ ମସିହା ପରେ ପ୍ରଥମ ଥର ପାଇଁ ମାର୍ଚ୍ଚ ମାସରେ...

ଫେରିଲା ସାବରକର ବିବାଦ

ନୂଆଦିଲ୍ଲୀ/ମୁମ୍ବାଇ,୧୪।୧୦: ହିନ୍ଦୁ ମହାସଭା ନେତା ବୀର ସାବରକର ଆଣ୍ଡାମାନର ସେଲ୍ୟୁଲାର ଜେଲରେ ଥିବାବେଳେ ମହାମତ୍ା ଗାନ୍ଧୀଙ୍କ ପରାମର୍ଶକ୍ରମେ ବ୍ରିଟିଶ ସରକାରଙ୍କ ନିକଟରେ ରାଜକ୍ଷମା ମାଗିଥିଲେ। କିନ୍ତୁ...

ତୁର୍କୀରେ ଫସିଛନ୍ତି ୧୦ ଭାରତୀୟ

ନୂଆଦିଲ୍ଲୀ,୮ା୨: ତୁର୍କୀରେ ହୋଇଥିବା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୧୦୦୦ ଟପିଥିବା ବେଳେ ବିପର୍ଯ୍ୟୟ ପ୍ରଭାବିତ ଦେଶକୁ ସାହାଯ୍ୟ କରିବା ପାଇଁ ଭାରତ ବିପୁଳ ପରିମାଣର...

ନାମାଙ୍କନପତ୍ର ଦାଖଲ କଲେ ଶିବସେନା ପ୍ରାର୍ଥୀ

ମୁମ୍ବାଇ,୨୭।୫: ଶିବସେନା ଏମ୍‌ପି ସଞ୍ଜୟ ରାଉତ ଓ କୋଲାପୁର ଶିବସେନା ସଭାପତି ସଞ୍ଜୟ ପାୱାର ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ...

ଚାଷୀଙ୍କ ସମର୍ଥନରେ ସେଲିବ୍ରିଟି

ନୂଆଦିଲ୍ଲୀ, ୩ା୨: ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ୨ ମାସ ହେଲା କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି। ବର୍ତ୍ତମାନ ଆନ୍ଦୋଳନ ସମର୍ଥନରେ ବାହାରିଛନ୍ତି ଆମେରିକା...

ରାସ୍ତାରେ ଥିବା ଖାଲଖମାରେ ଗଛ ଲଗାଇ ପ୍ରତିବାଦ ଜଣାଇଲେ ବାସିନ୍ଦା

ହାଇଦ୍ରାବାଦ,୧୮।୧୧: ବାରମ୍ବାର କୌଣସି ସମସ୍ୟା ନେଇ ପ୍ରଶାସନ ନିକଟରେ ଗୁହାରି କରିବା ପରେ ଏହାର ସମାଧାନ ନ ହେଲେ ବେଳେବେଳେ ଲୋକେ ଅଜବ ପ୍ରତିବାଦ ଜଣାଇଥାନ୍ତି।...

ସ୍ବଦେଶୀ ଖେଳନା ନିର୍ମାଣରେ ଭାରତ ହେବ ଆତ୍ମନିର୍ଭର: ମୋଦି

ନୂଆଦିଲ୍ଲୀ,୨୭।୨: ଭାରତ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର ହେବାର ପଥ ଏବେ ପ୍ରଶସ୍ତ ହୋଇଛି। ଅନ୍ୟାନ୍ୟ ସାମଗ୍ରୀ ସହିତ ଛୋଟ ପିଲାଙ୍କ ଖେଳନା ନିର୍ମାଣ କ୍ଷେତ୍ରରେ ମଧ୍ୟ...

Advertisement
Archives

Model This Week