ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ମଜାଳିଆ ଭିଡିଓ ଭାଇରାଲ ହେବାର ଦେଖାଯାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ମନ ନିଶ୍ଚିନ୍ତ ଭାବରେ ପ୍ରସନ୍ନ ହୋଇଯିବ। ଭିଡିଓରେ ଏକ ହାତୀ ଛୁଆ କୁଣ୍ଡେ ପାଣି ଦେଖି ଏତେ ମାତ୍ରାରେ ଖୁସି ହୋଇଯାଇଥିଲା ଯେ, କୁଣ୍ଡ ଉପରକୁ କୁଦି ପକାଇଥିଲା। ପାଣିରେ ପହଁରିବାକୁ ଚେଷ୍ଟା କରିଥିଲା ହାତୀ ଛୁଆ। @HopkinsBRFC ନାମକ ଟୁଇଟର୍ ହ୍ୟାଣ୍ଡେଲରେ ଏହି ଭିଡିଓକୁ ଶେୟାର କରାଯାଇଛି। ଭିଡିଓ କ୍ୟାପଶନ୍ରେ ଏବେ ଗାଧୋଇବା ବେଳ ବୋଲି ଲେଖାଯାଇଛି। ଭିଡିଓରେ ପାଇପ୍ ସାହାଯ୍ୟରେ ହାତୀ ଛୁଆକୁ ଗାଧୋଇବା ଦିଆଯାଉଥିବା ଦେଖାଯାଉଛି। ହାତୀଟି ପାଣି ଥିବା କୁଣ୍ଡରେ ପଶି ବେଶ୍ ଖୁସି ଜଣାପଡୁଛି। ୟୁଜର୍ସ ଏହି ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି।
Bath time 😍❤️ pic.twitter.com/rRXrFVSGK7
— ⚽ Simon BRFC Hopkins ⚽ (@HopkinsBRFC) September 26, 2020