Posted inଜାତୀୟ

ଏମ୍‌ଏଲ୍‌ସି ନିର୍ବାଚନକୁ ନେଇ ଭାଜପାର ବଡ଼ ଘୋଷଣା

ଲକ୍ଷ୍ନୌ,୧୪।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପରେ ଏବେ ବିଧାନ ପରିଷଦ(ଏମ୍‌ଏଲ୍‌ସି) ପାଇଁ ନିର୍ବାଚନୀ ବିଗୁଲ ବାଜିଛି। ବିଧାନ ପରିଷଦ ନିର୍ବାଚନ ପାଇଁ ଭାଜପାରେ ଏବେ ଟିକେଟକୁ ନେଇ ମନ୍ଥନ ଜାରି ରହିଛି। ଇତିମଧ୍ୟରେ ବିଧାନ ପରିଷଦକୁ ନେଇ ଭାଜପା ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଚଳିତ ବିଧାନସଭା ନିର୍ବାଚନରେ ହାରିଥିବା ନେତାଙ୍କୁ ଦଳ ଟିକେଟ ଦେବ ନାହିଁ ବୋଲି ଭାଜପା ସ୍ପଷ୍ଟ କରିଛି। ୩୬ଟି ଆସନ ପାଇଁ ଏପ୍ରିଲ ୯ରେ ଏମ୍‌ଏଲ୍‌ସି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ମାର୍ଚ୍ଚ ୧୫ରୁ ୧୯ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ। ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଲକ୍ଷ୍ନୌରେ ଭାଜପାର ଏକ କୋର ଗ୍ରୁପ୍‌ ବୈଠକ ଅନୁଷ୍ଠିତ ହେବ। ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରୁ ଦିଲ୍ଲୀକୁ ପହଞ୍ଚିବା ପରେ ଉକ୍ତ ବୈଠକରେ ଏମ୍‌ଏଲ୍‌ସି ନିର୍ବାଚନକୁ ନେଇ ଆଶୟୀ ପ୍ରାର୍ଥୀଙ୍କ ଉପରେ ଆଲୋଚନା ହେବ। ଯୋଗୀ ଆଦିତ୍ୟନାଥଙ୍କ ବାସଭବନରେ ହେବାକୁ ଥିବା ଏହି କୋର ଗ୍ରୁପ୍ର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ କେଶବ ପ୍ରସାଦ ମୌର୍ଯ୍ୟ, ଦିନେଶ ଶର୍ମା ୟୁପିର ଭାଜପା ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଧା ମୋହନ ସିଂ, ଭାଜପା ରାଜ୍ୟ ସଭାପତି ସ୍ବତନ୍ତ୍ର ଦେବ ସିଂ ଓ ଭାଜପା ରାଜ୍ୟ ସଂଗଠନ ମନ୍ତ୍ରୀ ସୁନୀଲ ବଂସଲ ମଧ୍ୟ ସାମିଲ ହେବେ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ମମତାଙ୍କ ନାଁରେ ସୁପ୍ରିମକୋର୍ଟରେ ଆବେଦନ

କୋଲକାତା,୬।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୋମବାର ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ମମତାଙ୍କୁ ପଦରୁ ହଟାଇବା ପାଇଁ ରାଜ୍ୟପାଳ...

୨୦୨୦ରେ ହେବନି ଜନଗଣନା

ନୂଆଦିଲ୍ଲୀ, ୩୧।୮(ପି.ଟି.): ଜନଗଣନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମେତ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ସଂଶୋଧନ କାର୍ଯ୍ୟ ଚଳିତ ବର୍ଷ ହେବାକୁ ସ୍ଥିର ହୋଇଥିଲା। ତେବେ...

କୋଭିଡ୍‌ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ୧୬ ମୃତ…

ଅହମଦାବାଦ୍‌,୧।୫: ଗୁଜରାଟର ଭାରୁଚ୍‌ ସ୍ଥିିତ ଏକ କୋଭିଡ୍‌ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୧୪ଜଣ ଆକ୍ରାନ୍ତଙ୍କ ସମେତ ୨ ଜଣ ଷ୍ଟାଫ୍‌ ନର୍ସଙ୍କ ମୃତ୍ୟୁ ଘଟିଛି।...

କରୋନା ଭୂତାଣୁ ସଂକ୍ରମଣରେ ତ୍ରିପୁରାର ଜଣଙ୍କର ମୃତ୍ୟୁ

ସେପାହିଜାଲା,୩୦।୧: ତ୍ରିପୁରା ମଧୁପୁର ଥାନା ଅନ୍ତର୍ଗତ ପୁରାଥଲ ରାଜନଗର ଗାଁର ଜଣେ ଯୁବକଙ୍କର କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି।...

ଟୁଇଟର୍‌ରେ ରାଜ୍ୟପାଳଙ୍କୁ ବ୍ଲକ୍‌ କଲେ ମୁଖ୍ୟମନ୍ତ୍ରୀ

କୋଲକତା,୩୧।୧: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଏବଂ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ମଧ୍ୟରେ ତିକ୍ତତା ତୀବ୍ର ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କୁ...

ସଙ୍କଟରେ ମୁମ୍ବାଇ: ୨୬ ଡିସେମ୍ବରରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ !

ମୁମ୍ବାଇ,୪।୧୧: ମୁମ୍ବାଇ ପାଇଁ ସଙ୍କଟ ଦେଖାଦେଇଛି। ୨୬ ଡିସେମ୍ବରରେ ଏଠାରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା...

ଡାକ୍ତର ତିିଆରି କଲେ ଏମିତି ମେଶିନ, ଏଥିରୁ ରୋଗୀଙ୍କୁ ଦେଉଛନ୍ତି ଅମ୍ଳଜାନ

ଭୋପାଳ,୪।୫: ମଧ୍ୟପ୍ରଦେଶର ମାଲଓ୍ବା ଜିଲାରେ ରୋଗୀଙ୍କୁ ଲଗାତର ଅକ୍ସିଜେନ ଅଭାବ ପଡୁଥିବା ଦେଖିବାକୁ ମିଳିଛି। ସରକାରୀ ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀ ରୋଗୀଙ୍କ ଜୀବନ ବଞ୍ଚାଇବା...

ପାଲକ୍କାଡରୁ ଲଢ଼ିବେ ମେଟ୍ରୋମ୍ୟାନ୍‌

ନୂଆଦିଲ୍ଲୀ,୧୫।୩(ଆଇଏଏନ୍‌ଏସ୍‌): କେରଳ ବିଧାନସଭା ନିର୍ବାଚନ ପାଇଁ ଭାଜପା ରବିବାର ୧୧୨ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ରାଜ୍ୟ ଭାଜପା ସଭାପତି କେ. ସୁରେନ୍ଦ୍ରନ୍‌ ଦୁଇଟି...

Advertisement
Archives

Model This Week