ଭାଜପା ରାଜ୍ୟ ପ୍ରତିନିଧି ଦଳର ବନ୍ୟାଞ୍ଚଳ ପରିଦର୍ଶନ: ବନ୍ୟା ବିପନ୍ନଙ୍କୁ ସହାୟତା ଦାବି

ଭଣ୍ଡାରିପୋଖରୀ, ୩୦।୮(ଡି.ଏନ.ଏ): ରାଜ୍ୟ ଭାଜପା ପ୍ରତିନିଧି ଦଳର ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ଭଣ୍ଡାରିପୋଖରୀ ବ୍ଲକ ବୈତରଣୀ ନଦୀର ବନ୍ୟା ବିପନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପୂର୍ବତନ ଜିଲା ସଭାପତି ବଦ୍ରୀ ନାରାୟଣ ଧଳଙ୍କ ସହ ପ୍ରତିନିଧି ଦଳରେ ରାଜ୍ୟ ପୂର୍ବତନ ସଂଗଠନ ସମ୍ପାଦକ ସାରଦା ଶତପଥୀ, କୃଷକମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ପୃଥ୍ବୀରାଜ କୁଅଁର, ଆଲୋକ ସେଠୀ, ଭଦ୍ରକ ଜିଲା ସଭାପତି ହେମନ୍ତ ପାଢ଼ୀ ପ୍ରମୁଖ ବନ୍ୟାଞ୍ଚଳ ଗସ୍ତକରି କ୍ଷୟକ୍ଷତି ଦେଖିବା ସହ ବନ୍ୟାରେ କ୍ଷତି ହୋଇଥିବା ଚାଷଜମି ଅନୁଧ୍ୟାନ କରିଥିଲେ। ରହଣିଆ ଓ କୁରିଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ କରିଥିଲେ। ଏହି ବନ୍ୟାରେ କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଯେଉଁମାନଙ୍କ ଘର ଭାଙ୍ଗିଛି ସେ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, କ୍ଷତିଗ୍ରସ୍ତ ଚାଷୀଙ୍କୁ ବିକଳ୍ପ ଚାଷପାଇଁ ମାଗଣାରେ ସାର, ବିହନ ଯୋଗାଣ ପାଇଁ ଏହି ପ୍ରତିନିଧି ଦଳ ଦାବି ଜଣାଇଛନ୍ତି। ବ୍ଲକର କଣ୍ଟିଘାଇ ଦ୍ୱାରା ବନ୍ୟା ଜଳ ଆସି ବହୁ କ୍ଷୟକ୍ଷତି ହେଉଥିବା ଓ ବନ୍ୟାରେ ଭାସି ଯାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ପରିବାରକୁ ସମବେଦନା ଜଣାଇବା ସହ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିନିଧି ଦଳ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରସ୍ରୋତା ନଦୀରୁ ବିରଳ କୁମ୍ଭୀର ଉଦ୍ଧାର

ଯାଜପୁର ଟାଉନ, ୧୯।୧୦(ଡି.ଏନ୍‌.ଏ.): ଯାଜପୁର ଜିଲାରେ ପ୍ରବାହିିତ ଖରସ୍ରୋତା ନଦୀରୁ ଶନିବାର ଏକ ବିରଳ କୁମ୍ଭୀର ଉଦ୍ଧାର ହୋଇଛି । ସ୍ଥାନୀୟ ମାଛଧରାଳି ଶୁକ୍ରବାର ରାତିରେ...

ଚାନ୍ଦିପୁରରେ ଗାନ୍ଧୀଙ୍କୁ ନେଇ ସ୍ବତନ୍ତ୍ର କବିତା ପାଠୋତ୍ସବ

ବାଲେଶ୍ୱର ଅଫିସ, ୨୮।୧-ଚାନ୍ଦିପୁରଠାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ମହାମତ୍ା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଦିବସ ବ୍ୟାପୀ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ...

ବ୍ୟାରିକେଡ୍‌ରେ ସାନଘାଗରା

କେନ୍ଦୁଝର, ୩୦ା୭ (ସ୍ବ.ପ୍ର.)- ମନୋରମ ପର୍ଯ୍ୟଟନସ୍ଥଳ ସାନଘାଗରା ଦୀର୍ଘ ପ୍ରାୟ ୪ ମାସ ହେଲା ତାଲା ବନ୍ଦ ରହିଛି। ବର୍ଷତମାମ ଚଳଚଞ୍ଚଳ ରହୁଥିବା ଏହି ସ୍ଥାନଟି...

ଲକ୍ ଡାଉନ ପାଇଁ ସମସ୍ୟାରେ ବିଲ୍ଟ କର୍ମଚାରୀ, ସହାୟତା ଦେଲା ପୌରସଂସ୍ଥା

ଜୟପୁର,୫।୪(ଡି.ଏନ୍.ଏ.): ଜୟପୁର ସହରରେ ବସବାସ କରୁଥିବା ବିଲ୍ଟ ପେପର ମିଲ କର୍ମଚାରୀଙ୍କୁ ପ୍ରତ୍ୟେକ ୧୦ କେଜି ଚାଉଳ ଦେଇଛି ସ୍ଥାନୀୟ ପୌରସଂସ୍ଥା। ଗତ ଏକ ବର୍ଷ...

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: କଳାହାଣ୍ଡି ଜିଲା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଲ୍ଲୀ ଯାତ୍ରା

ଭବାନୀପାଟଣା,୧୧।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଓ ଅନ୍ୟାନ୍ୟ ଦାବି ନେଇ କଳାହାଣ୍ଡି ଜିଲା ମିଳିତ ଓକିଲ ସଂଘ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି...

୧୮ରେ ନାମାଙ୍କନପତ୍ର ଦାଖଲ କରିବେ ଦୀପାଳି

ଝାରସୁଗୁଡ଼ା ଅଫିସ,୧୨ା୪: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ। ଏନେଇ ବିଜେଡି ଉପନିର୍ବାଚନ ପର୍ଯ୍ୟବେକ୍ଷକ...

ହ୍ରାସ ପାଉଛି କେନ୍ଦୁପତ୍ର ଉତ୍ପାଦନ

କଣିହାଁ,୪।୩(ଡି.ଏନ.ଏ.) – ଫେବୃୟାରୀ ଯାଇ ମାର୍ଚ୍ଚ ହେଲାଣି। ହେଲେ ଏଯାଏ ତାଳଚେର ଉପଖଣ୍ଡରେ ଆରମ୍ଭ ହୋଇନି କେନ୍ଦୁପତ୍ର ଉତ୍ପାଦନ। ଗତବର୍ଷ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇପାରି ନ...

ବଜ୍ରପାତରେ ଛାତ୍ରୀ ମୃତ, ୨ ଯୁବକ ଗୁରୁତର

ଜଗତ୍‌ସିଂହପୁର ଅଫିସ,୨୧ା୬: ଜଗତ୍‌ସିଂହପୁର ଥାନା ଅଧୀନ ରମ୍ଭାଦେଈପୁର ପଞ୍ଚାୟତରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ବଜ୍ରପାତରେ ପଞ୍ଚାୟତ ଅନ୍ତର୍ଗତ ନରଣପୁର ଗ୍ରାମର ଜଣଙ୍କର...

Advertisement
Archives

Model This Week