ବିଧାୟକଙ୍କ ବିରୋଧରେ ଅଭିଯୋଗକୁ ଭାଜପାର ଖଣ୍ଡନ: ଭାବମୂର୍ତ୍ତିକୁ ମଳିନ କରିବାକୁ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ…

ପୁରୁଷୋତ୍ତମପୁର,୨୬ା୬ (ସବିତା ମିଶ୍ର):କବିସର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକଙ୍କ ବିକାଶମୂଳକ ଓ ଜନହିତକର କାର୍ଯ୍ୟକୁ ସହି ନ ପାରି ତାଙ୍କ ଭାବମୂର୍ତ୍ତିକୁ ମଳିନ କରିବାକୁ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଯୋଜନା କରି ତାଙ୍କୁ ବଦନାମ କରିବା ଲାଗି ଉଦ୍ୟମ କରୁଛନ୍ତି। ଏହାକୁ ପୁରୁଷୋତ୍ତମପୁର ବ୍ଲକ ଭାଜପା ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଡାକବଙ୍ଗଳାରେ ଏକ ଖବରଦାତା ସମ୍ମିଳନୀରେ ଭାଜପା କର୍ମକର୍ତ୍ତାମାନେ କହିଛନ୍ତି ଯେ, ବୁଧବାର ପୁରୁଷୋତ୍ତମପୁର ବ୍ଲକ ପରିସରରେ ଅଙ୍ଗନୱାଡି କର୍ମୀଙ୍କ ଦାବି ଅନୁସାରେ ସରକାର ପ୍ରଦାନ କରିଥିବା ମୋବାଇଲ ଫୋନକୁ ବିଧାୟକ ନାୟକ ବଣ୍ଟନ କରିଥିଲେ। ଏହି ସମୟରେ ଜଣେ ଅଙ୍ଗନୱାଡି କର୍ମୀ ଏହା ଫୋର ଜି ମୋବାଇଲ, ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି ଫାଇଭ୍‌ ଜି ମୋବାଇଲ ଦେବାକୁ କହିଥିଲେ। ବିଧାୟକ ଏହା ସରକାରଙ୍କ ନଜରକୁ ନେବେ ବୋଲି କହିଥିଲେ। କର୍ମୀଜଣକ ହଠାତ୍‌ ଉତକ୍ଷିପ୍ତ ହୋଇ ବିଧାୟକ ତାଙ୍କୁ ଅସଦ୍‌ ବ୍ୟବହାର କରିଥିବା ଅଭିଯୋଗ କରିଥିଲେ। ମଞ୍ଚରେ ଥିବା ଅତିଥି ଓ କର୍ମଚାରୀକପିପରି ବିଧାୟକଙ୍କ ଅସଦ୍‌ ବ୍ୟବହାରକୁ ଦେଖିପାରିଲେନି କି ଦେଖିପାରିଲେନି ବୋଲି ଭାଜପା କର୍ମକର୍ତ୍ତାମାନେ ପ୍ରଶ୍ନ ଉଠାଇଛନ୍ତି। ଅଙ୍ଗନଓ୍ବାଡି କର୍ମୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ସେ କାହା ପରୋଚନାରେ ପଡି ବିଧାୟକଙ୍କ ଉପରେ ଏପରି ମିଥ୍ୟ ଆରୋପ ଲଗାଇଛନ୍ତି ବୋଲି କର୍ମକର୍ତ୍ତା ବିଧାୟକଙ୍କ ପ୍ରତିନିଧି ମନୋଜ ଦାଶ, ପୂର୍ବତନ ବ୍ଲକଅଧକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ପଦ୍ମଚରଣ ନାୟକ, ମଣ୍ଡଳ ସଭାପତି ଚନ୍ଦନ ନାୟକ, ସଏଚ ନୂଆଁଗାଁ ସମିତିସଭ୍ୟା ଆଭା ପରିଡା,ପବିତ୍ର ସାବତ ପ୍ରମୁଖ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଭାଙ୍ଗିଗଲା କୋଟିଏ ଟଙ୍କାର ଶେଡ୍, ଯାତ୍ରୀ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ରାଉରକେଲା,୧୧।୮(ସଙ୍ଗୀତା ଜେନା): ରାଉରକେଲା ରେଲଓ୍ବେ ଷ୍ଟେଶନର ମୁଖ୍ୟ ପ୍ରବେଶ ଦ୍ୱାରରେ ନିର୍ମାଣାଧୀନ ଶେଡ୍‌ ସୋମବାର ହୋଇଥିବା ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି। ଫଳରେ ଶେଡ୍‌ ତଳେ ଥିବା ଏକ…

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ଶକ୍ତିଶ୍ରୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ: ଛାତ୍ରୀମାନଙ୍କୁ ସଚେତନ କରାଇଲେ…

ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri