ଓବିସି ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବିକରି ଭାଜପାର ଆନ୍ଦୋଳନ

ଭୁବନେଶ୍ୱର,୫ା୭(ବ୍ୟୁରୋ): କେନ୍ଦ୍ର ଏବଂ କେତେଗୁଡ଼ିଏ ରାଜ୍ୟ ସରକାର ଦେଶରେ ୫୪ ପ୍ରତିଶତ ଓବିସି ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ଆଡ୍‌ମିଶନ ପାଇଁ ସଂରକ୍ଷଣ ପ୍ରଦାନ କରିଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଓବିସି ବର୍ଗ ଛାତ୍ରୀଛାତ୍ରମାନେ ଶିକ୍ଷାରେ ସଂରକ୍ଷଣ ପାଇବାକୁ ହକ୍‌ଦାର । ମେଡିକାଲ, ଡେଣ୍ଟାଲ, ସୈନିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ନବୋଦୟ ବିଦ୍ୟାଳୟଗୁଡିକରେ ଓବିସି ବର୍ଗ ଛାତ୍ରୀଛାତ୍ରଙ୍କ ପାଇଁ କେନ୍ଦ୍ର ସରକାର ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଇଲେ । ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡ଼ିକ ନିଜ ରାଜ୍ୟରେ ଓବିସି ବର୍ଗଙ୍କ ଉତ୍‌ଥାନ ପାଇଁ ସଂରକ୍ଷଣର ପ୍ରାବଧାନ କରିଛନ୍ତି । ଏପରିକି କର୍ନାଟକ ସରକାର ତାଙ୍କ ରାଜ୍ୟରେ ଓବିସିଙ୍କ ପାଇଁ ୩୨ ପ୍ରତିଶତ ସଂରକ୍ଷଣର ପ୍ରାବଧାନ କରିଛନ୍ତି । ମାତ୍ର ଓଡ଼ିଶାରେ ଏହି ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରା ନ ଯିବାରୁ ଓବିସି ବର୍ଗ ଛାତ୍ରୀଛାତ୍ରମାନେ ଉଚ୍ଚ ଶିକ୍ଷା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଶିକ୍ଷା କ୍ଷେତ୍ରରେ ଆଡ୍‌ମିଶନ ପାଇଁ ଓବିସି ବର୍ଗଙ୍କୁ ରାଜ୍ୟ ସରକାର ସଂରକ୍ଷଣ ନ ଦେବା ପର୍ଯ୍ୟନ୍ତ ରାଜ୍ୟ ଭାଜପା ଓବିସି ମୋର୍ଚ୍ଚା ତରଫରୁ ଆନ୍ଦୋଳନ କରାଯିବ ବୋଲି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି । ଓବିସି ବର୍ଗଙ୍କ ସାମ୍ବିଧାନିକ ହକ୍‌ ପାଇଁ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବା ସହ ଆଗାମୀ ଦିନରେ ରାଜ୍ୟର ପ୍ରତି ଜିଲାରେ ଆନ୍ଦୋଳନ ଏବଂ ଧାରଣା ପ୍ରଦର୍ଶନ କରାଯିବ ବୋଲି ସୁରଥ କହିଛନ୍ତି। ଧାରଣାସ୍ଥଳକୁ ଭାଜପାର କେତେଜଣ ବିଧାୟକ ଯାଇ ଏ ସମ୍ପର୍କରେ ଆନ୍ଦୋଳନକାରୀଙ୍କ ସଙ୍ଗେ ଆଲୋଚନା କରିବା ସହ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାପନ୍ତରିଆ ବିକାଶ କାର୍ଯ୍ୟ

ଭୁବନେଶ୍ୱର, ୨୭ା୮(ବ୍ୟୁରୋ): ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ବିକାଶମୂଳକ କାର୍ଯ୍ୟ ଅଧାପନ୍ତରିଆ ରହିଛି। ଲକ୍‌ଡାଉନ୍‌ ସକାଶେ ବନ୍ଦ ଥିବା ରାସ୍ତା ମରାମତି, ଡ୍ରେନ୍‌ ନିର୍ମାଣ ସହ ବିଭିନ୍ନ...

ନଦୀଜଳ ପ୍ରଦୂଷଣ ରୋକିବାକୁ ପ୍ରୟାସ: ୨୬ ସହରରେ ହେବ ସେପ୍‌ଟେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ରାଜ୍ୟର ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ବର୍ଜ୍ୟଜଳକୁ ବିଶୋଧନ କରା ନ ଯାଇ ସିଧାସଳଖ ନଦୀକୁ ଛଡ଼ାଯାଉଥିବା ଯୋଗୁ ନଦୀଜଳ ପ୍ରଦୂଷିତ ହେଉଛି।...

ଆଜିଠାରୁ କୁଆଖାଇ ପୋଲରେ ଯାତାୟାତ ବନ୍ଦ

ଭୁବନେଶ୍ୱର,୨।୩(ବ୍ୟୁରୋ): ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ମଙ୍ଗଳବାରଠାରୁ ଯାତାୟାତ ବନ୍ଦ ରହିବ। ପୋଲର ମରାମତି ପାଇଁ ମାସେ ପର୍ଯ୍ୟନ୍ତ ଅର୍ଥାତ ମେ’...

ରାଜ୍ୟରେ ଦିନକରେ ଆରୋଗ୍ୟ ଲାଭକଲେ ରେକର୍ଡ ସଂଖ୍ୟକ: ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୯।୭(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୧୦୦ ଜଣ ରହିଛନ୍ତି। ସେହିପରି...

ବ୍ୟାପିପାରେ ଘାତକ ଲମ୍ପି ସ୍କିନ୍‌ ରୋଗ; ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲିଲା କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର,୧୭।୯(ବ୍ୟୁରୋ): ବିଭିନ୍ନ ରାଜ୍ୟରେ କାୟା ବିସ୍ତାର କରିଥିବା ଘାତକ ଲମ୍ପି ସ୍କିନ(ଚର୍ମ ବିଣ୍ଡି) ରୋଗ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶନିବାରଠାରୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦୬୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୦୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୯୩,୯୫୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

କପିଳାସ ଅଭୟାରଣ୍ୟରେ ଲାଗିବ ୬୦ କ୍ୟାମେରା

ଢେଙ୍କାନାଳ ଅଫିସ,୫।୮: ବାଘଙ୍କ ଗତିବିଧି ଉପରେ ନଜର ରଖିବାକୁ ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟରେ ଲାଗିବ ୬୦ ଟ୍ରାପ୍‌ କ୍ୟାମେରା। ପ୍ରତି ୨ ବର୍ଗ କିଲୋମିଟର...

ପୁଣି ରିମାଣ୍ଡରେ ଗଲେ ପାୟଲ-ବିକାଶ

ଭୁବନେଶ୍ୱର,୮।୫(ବ୍ୟୁରୋ): ସିଭି ରମଣ ବିଶ୍ୱବିଦ୍ୟାଳୟର ୯୭ ଲକ୍ଷ ଟଙ୍କା ହଡପ ମାମଲାରେ ଗିରଫ ହୋଇଥିବା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ଏବଂ ପ୍ରେମିକ ବିକାଶ କୁମାର ପୁଣି...

Advertisement
Archives

Model This Week