Posted inଜାତୀୟ

ନୋଟିସ୍‌ର ଜବାବ ପରେ ସାଧ୍ୱୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଅମିତ ଶାହା

ନୂଆଦିଲ୍ଲୀ,୧୭।୫: ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସାଧ୍ୱୀ ପ୍ରଜ୍ଞାଙ୍କ ବୟାନକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଅମିତ ଶାହା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୋଡସେ-ଗାନ୍ଧୀଙ୍କ ବୟାନ ଦେଇଥିବା ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଅନନ୍ତ କୁମାର ହେଗଡେ, ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବଂ ନଳୀନ କଟିଲଙ୍କୁ ନୋଟିସ ଜାରି କରାଯାଇଛି। ଶାହା କହିଛନ୍ତି ଯେ, ଭାଜପାର ଏହି ନେତାମାନେ ସେମାନଙ୍କ ବୟାନ ଫେରାଇ ନେବା ସହ ଏଭଳି ଅପ୍ରୀତିକର ବୟାନ ଉପରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ସତ୍ୱେ ଭାଜପାର ଗରିମା ଓ ବିଚାରଧାରା ବିପରୀତ ବୟାନକୁ ଦଳ ଗମ୍ଭୀରତାର ସହ ନେଇଛି। ସାଧ୍ୱୀଙ୍କ ବୟାନ ବିରୋଧରେ ନିର୍ଣ୍ଣୟ ନେବା ପାଇଁ ବୟାନ ଗୁଡିକୁ ଦଳର ଅନୁଶାସନ ସମିତିକୁ ପଠାଇ ଦିଆଯାଇଛି। ଅନୁଶାସନ ସମିତି ୩ ନେତାଙ୍କୁ ଜବାବ ତଲବ କରି ୧୦ ଦିନ ମଧ୍ୟରେ ରିପୋର୍ଟ ଦଳକୁ ଦେବ। ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶାହା ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ମିନିଟ୍‌ ୪୮ ସେକେଣ୍ଡରେ ୨୭ଟି ପୁସ୍ତକ ପଢି ଦେଲେ ସାଢେ ତିନି ବର୍ଷର ବାଳକ

ଲୁଧିଆନା, ୨୯।୭: ପଞ୍ଜାବର ଲୁଧିଆନାରେ ରହୁଥିବା ସାଢେ ତିନି ବର୍ଷର ବାଳକ କୁନୱର ପ୍ରତାପ ସିଂ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏନେ କମ ବୟସରୁ...

ନୀତି ଆୟୋଗ ବୈଠକକୁ ଯିବେ ନାହିଁ ମମତା: ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୭ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜୁନ ୧୫ ତାରିଖରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନୀତି...

ସଂସଦରେ ମୋଦିଙ୍କୁ ଭେଟିଲେ ଜଣେ ସ୍ବତନ୍ତ୍ର ବନ୍ଧୁ

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବହୁ ପ୍ରଶଂସକ ଥିବା ବେଳେ ମଙ୍ଗଳବାର କିନ୍ତୁ ମୋଦି ଜଣେ ସ୍ବତନ୍ତ୍ର ବନ୍ଧୁଙ୍କୁ ଭେଟିଛନ୍ତି। ସଂସଦରେ ଉପସ୍ଥିତ ଥିବା ବେଳେ...

ଭୂସ୍ଖଳନରେ ଫସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ ଯବାନ

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରର ଶ୍ରୀନଗର ହାଇଓ୍ବେ ନିକଟରେ ଭୂସ୍ଖଳନରେ ଫସିଥିବା ଜଣେ ଯୁବକଙ୍କୁ ବୁଧବାର ସିଆରପିଏଫ୍‌ର ୭୨ ବାଟାଲିୟନ ଯବାନ ଉଦ୍ଧାର କରିଛନ୍ତି। ମଙ୍ଗଳବାର ଲଗାଣ ବର୍ଷା...

ଦିଅଁ ନ ଥିବା ମନ୍ଦିର…

ମନ୍ଦିରରେ ସାଧାରଣତଃ ଦିଅଁ ରହିଥାନ୍ତି। ତେବେ ଦିଲ୍ଲୀର ଉଦୟପୁରରେ ଅବସ୍ଥିତ ବାହାଇ ମନ୍ଦିରରେ କୌଣସି ମୂର୍ତ୍ତି ନାହିଁ। ଏହି ମନ୍ଦିର ନିଜର ଅଦ୍ଭୁତ ନିର୍ମାଣଶୈଳୀ ପାଇଁ...

ଘରେ ଏକୁଟିଆ ଦେଖି ବିଦେଶୀ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲେ ନକଲି ସାଧୁ: ଘଟିଲା ଏଭଳି କିଛି…

ନୂଆଦିଲ୍ଲୀ,୨୬।୮: ନୂଆଦିଲ୍ଲୀ: ଆଧ୍ୟାତ୍ମିକ ଯାତ୍ରାରେ ଆମେରିକାରୁ ତାମିଲନାଡୁ ଆସିଥିବା ଜଣେ ମହିଳା ତାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କୁ ମାଡ ମାରି ଏବେ...

ପୋଲିଓ ପୀଡ଼ିତଙ୍କୁ କାନ୍ଧରେ ବୋହି ୮ କିଲୋମିଟର ନେଲେ ଯବାନ

ଛତିଶଗଡ଼,୭।୬: ଛତିଶଗଡ଼ର ଗୁମୋଦି ଗାଁକୁ ସିଆରପିଏଫ୍‌ର ୨୩୧ ବାଟାଲିୟନ ଗୁରୁବାର ପେଟ୍ରୋଲିଂ ପାଇଁ ଯାଇଥିଲେ। ସେହି ସମୟରେ ଉକ୍ତ ଗାଁର ୧୩ ବର୍ଷର ଜଣେ ନାବାଳକ...

ସିଆଚେନ ହସ୍ପିଟାଲକୁ ଉପହାରରେ ମିଳିଲା ଅକ୍ସିଜେନ ପ୍ଲାଣ୍ଟ

ଜମ୍ମୁ,୫।୧୦: ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିୟରରେ ଭାରତୀୟ ଯବାନ ଜୀବନକୁ ବାଜି ଲଗାଇ ମାତୃଭୂମୀର ରକ୍ଷା କରିଥାଆନ୍ତି। ପ୍ରାୟ ୨୨ହଜାର ଫୁଟ ଉପରେ...

Advertisement
Archives

Model This Week